ଆସନ୍ତାକାଲି ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଆସନରେ ଭୋଟ୍ ଗ୍ରହଣ ହେବ। ବିହାରର ୮ ଆସନ, ହରିୟାଣାରେ ସମସ୍ତ ୧୦ ଆସନ, ଜମ୍ମୁ କାଶ୍ମୀରରେ ଗୋଟିଏ ଆସନ, ଝାଡ଼ଖଣ୍ଡରେ ୪ ଆସନ,ଦିଲ୍ଲୀରେ ସମସ୍ତ ୭ ଆସନ, ଓଡ଼ିଶାରେ ୬, ଉତ୍ତରପ୍ରଦେଶରେ ୧୪, ପଶ୍ଚିମବଙ୍ଗରେ ୮ ଆସନରେ ଭୋଟ୍ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ୮୮୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। […]

ଆସନ୍ତାକାଲି ୮ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଷଷ୍ଠ ପର୍ଯ୍ୟାୟ ଭୋଟ୍

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଗତକାଲି ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ଆସନ୍ତାକାଲି ୮ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୫୮ ଆସନରେ ଭୋଟ୍ ଗ୍ରହଣ ହେବ। ବିହାରର ୮ ଆସନ, ହରିୟାଣାରେ ସମସ୍ତ ୧୦ ଆସନ, ଜମ୍ମୁ କାଶ୍ମୀରରେ ଗୋଟିଏ ଆସନ, ଝାଡ଼ଖଣ୍ଡରେ ୪ ଆସନ,ଦିଲ୍ଲୀରେ ସମସ୍ତ ୭ ଆସନ, ଓଡ଼ିଶାରେ ୬, ଉତ୍ତରପ୍ରଦେଶରେ ୧୪, ପଶ୍ଚିମବଙ୍ଗରେ ୮ ଆସନରେ ଭୋଟ୍ ଗ୍ରହଣ ହେବ। ଷଷ୍ଠ ପର୍ଯ୍ୟାୟରେ ୮୮୯ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ବିହାରର ବାଲ୍ମିକୀ ନଗର, ପଶ୍ଚିମ ଚମ୍ପାରଣ, ପୂର୍ବ ଚମ୍ପାରଣ, ସେଓହର, ବୈଶାଳୀ, ଗୋପାଳଗଞ୍ଜ , ସିୱାନ ଏବଂ ମହାରାଜଗଞ୍ଜରେ ଭୋଟ୍ ଥିବାବେଳେ ଦିଲ୍ଲୀର ଚାନ୍ଦିନୀ ଚୌକକ, ଉତ୍ତର ପୂର୍ବ ଦିଲ୍ଲୀ, ପୂର୍ବ ଦିଲ୍ଳୀ, ନୂଆ ଦିଲ୍ଲୀ, ଉତ୍ତର ପଶ୍ଚିମ ଦିଲ୍ଲୀ , ଦକ୍ଷିଣ ଦିଲ୍ଲୀରେ ଭୋଟ୍ ଅଛି। ସେହିପରି ହରିୟାଣାର ସମସ୍ତ ୧୦ ଆସନ ତଥା ଅମ୍ବାଲା, କୁରୁକ୍ଷେତ୍ର, ସିର୍ସା, ହିସାର, କର୍ନଲ, ସୋନିପତ, ରୋହତକ, ଭିୱାନି, ମହେନ୍ଦ୍ରଗଡ଼, ଗୁଡ଼ଗାଓଁ, ଫରିଦାବାଦରେ ଭୋଟ୍ ଅଛି। ଜମ୍ମୁ କାଶ୍ମୀରର ଅନନ୍ତନାଗ-ରାଜୌରୀ, ଉତ୍ତରପ୍ରଦେଶର ସୁଲତାନପୁର, ପ୍ରତାପଗଡ଼ ଫୁଲପୁର , ଆହ୍ଲାବାଦ ସମେତ ୧୪ ଆସନ ଏବଂ ଓଡ଼ିଶାରେ ଭୁବନେଶ୍ବର, କଟକ, ପୁରୀ ସମେତ ୬ ଆସନ, ପଶ୍ଚିମବଙ୍ଗରେ ମେଦିନୀପୁର, ପୁରୁଲିଆ, ବିଷ୍ଣୁପୁର ସମେତ ୮ ଆସନରେ ଆସନ୍ତା ୨୫ ତାରିଖରେ ଭୋଟ୍ ଗ୍ରହଣ ହେବ।
ଷଷ୍ଠ ପର୍ଯ୍ୟାୟରେ ଥିବା ପ୍ରମୁଖ ପ୍ରାର୍ଥୀମାନେ ହେଉଛନ୍ତି ବାଂସୁରୀ ସ୍ବରାଜ, ମନୋଜ ତିୱାରୀ, କହ୍ନେୟା କୁମାର, ମନୋହର ଲାଲ୍ ଖଟ୍ଟର, ମେହବୁବା ମୁଫତି ଏବଂ ଦିପେନ୍ଦ୍ର ସିଂହ ହୁଦା। ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହେବା ସହ ସପ୍ତମ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହୋଇଛି। ରେ ଲଢ଼େଇ ମୁଖ୍ୟତଃ ବିଜେପି ଏବଂ ଆପ୍-କଂଗ୍ରେସ ମେଣ୍ଟ ମଧ୍ୟରେ ହେଉଛି।