ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ
ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ ପ୍ରବାହ । ହେଲେ ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ୪ ଓ ୫ ତାରିଖ ପାଇଁ ଗ୍ରୀଷ୍ମ ପ୍ରବାହ ସହ ଆଗାମୀ ୫ ଦିନରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ଆସନ୍ତା କାଲିଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି […] The post ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ appeared first on KNews Odisha.

ଭୁବନେଶ୍ୱର(କେନ୍ୟୁଜ୍): ରାଜ୍ୟରେ କାଳବୈଶାଖୀ ବର୍ଷା ପ୍ରଭାବରେ କମିଛି ତାତି । ଫଳରେ ଆସନ୍ତା ୨୪ ଘଣ୍ଟା ଯାଏ ନାହିଁ ଗ୍ରୀଷ୍ମ ପ୍ରବାହ । ହେଲେ ଆସନ୍ତାକାଲିଠାରୁ ପୁଣି ରାଜ୍ୟରେ ଜାରି ହେବ ହିଟ ୱେଭ, ବଢିବ ତାତି । ୪ ଓ ୫ ତାରିଖ ପାଇଁ ଗ୍ରୀଷ୍ମ ପ୍ରବାହ ସହ ଆଗାମୀ ୫ ଦିନରେ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ।
ଆସନ୍ତା କାଲିଠାରୁ ୨ ରୁ ୪ ଡିଗ୍ରୀ ତାପମାତ୍ରା ବଢିବା ସହ ଉପକୂଳରେ ପୁଣି ଲାଗିରହିବ ଗୁଳୁଗୁଳି । ୭ ତାରିଖ ଯାଏ ଏଭଳି ଗୁଳୁଗୁଳି ଲାଗିରହିବ ବୋଲି ପୂର୍ବାନୁମାନ କରାଯାଇଛି । ଏନେଇ ଉପକୂଳ ଜିଲ୍ଲାଗୁଡିକରେ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ତ ଆଉ କେତେକ ସ୍ଥାନରେ ୪୨ ଡିଗ୍ରୀ ତାପମାତ୍ରା ରେକର୍ଡର ଆକଳନ କରିଛି ପାଣିପାଗ ବିଭାଗ । ସୋନପୁର, ବୌଦ୍ଧ, ବଲାଙ୍ଗୀର, ବରଗଡ଼, ନୂଆପଡା କନ୍ଧମାଳ ଜିଲ୍ଲା ରେ ୪୨ ଡିଗ୍ରୀ ଉପରେ ତାପମାତ୍ରା ରହିବା ସହ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ବିଶେଷ କରି ଉପକୂଳ ଜିଲ୍ଲାର ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ, ଅନୁଗୁଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ମୟୁରଭଞ୍ଜରେ ଗ୍ରୀଷ୍ମ ପ୍ରବାହ ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହାସହ ଆସନ୍ତାକାଲି ଉଷ୍ମ ଓ ଆଦ୍ର ସ୍ଥିତି ବି ଲାଗିରହିବ ।
ସେହିପରି ଆଜି କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷା ହେବ। ବର୍ତ୍ତମାନ ରାଜ୍ୟରେ ଏବେ ବଡ ବର୍ଷା ନଥିବା ବେଳେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ରହିଛି । ୬ ଓ ୭ ତାରିଖ ବେଳକୁ ବର୍ଷାର ପରିମାଣ ବଢିବା ସହ ସାରା ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବ। ଏହି ସମୟରେ ହାଲୁକା ପବନ ୪୦ ରୁ ୫୦ କିମି ବେଗରେ ବହିବ ବୋଲି ଆକଳନ କରିଛି ବିଭାଗ । ସେପଟେ ବର୍ତ୍ତମାନ ମୌସୁମୀ କେବେ ଛୁଇଁବ ତାହା ବିଭାଗ ସ୍ପଷ୍ଟ କରିନଥିବା ବେଳେ ଓଡିଶାରୁ ଆସିବାର ପ୍ରକ୍ରିୟା ଆରମ୍ଭ ସହ ପାଗ ଅନୁକୂଳ ରହିଛି ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱରର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।
ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ କାଳବୈଶାଖୀ ବର୍ଷା ଅନେକ ସ୍ଥାନରେ ହୋଇଥିବା ବେଳେ କଟକ ମାହାଙ୍ଗାରେ ସର୍ବାଧିକ ୧୪୦.୦୦ ମିମି ବର୍ଷା ରେକର୍ଡ କରାଯାଇଛି । ସେହିପରି ତାତି ସହ ଗୁଳୁଗୁଳି ଲାଗିରହିଥିବା ବେଳେ ଟିଟିଲାଗଡ଼ରେ ସର୍ବାଧିକ ୪୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
The post ଆସନ୍ତାକାଲିଠାରୁ ପୁଣି ବଢ଼ିବ ତାତି, ତତଲା କଡ଼େଇରେ ଭାଜି ହେବେ ଓଡ଼ିଶାବାସୀ appeared first on KNews Odisha.