ଆସନ୍ତାକାଲିଠୁ ଅଲାରନାଥରେ ଲାଗିବ ଭକ୍ତଙ୍କ ଗହଳି
ନନ୍ଦିଘୋଷ ବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପୀଡିତ ହେବେ ମହାପ୍ରଭୁ। ଅଣସର ଘରେ ଦଇତାପତି ସେବାୟତଙ୍କ... The post ଆସନ୍ତାକାଲିଠୁ ଅଲାରନାଥରେ ଲାଗିବ ଭକ୍ତଙ୍କ ଗହଳି appeared first on .
ନନ୍ଦିଘୋଷ ବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ଅତ୍ଯଧିକ ସ୍ନାନ ହେତୁ ଜ୍ବରରେ ପୀଡିତ ହେବେ ମହାପ୍ରଭୁ। ଅଣସର ଘରେ ଦଇତାପତି ସେବାୟତଙ୍କ ଦ୍ବାରା ୧୫ ଦିନ ଯାଏଁ ଚାଲିବ ଗୁପ୍ତ ଉପଚାର। ଏହି ଅବସରରେ ଅଲାରନାଥରେ ବିଷ୍ଣୁ ରୂପରେ ଦର୍ଶନ ଦେବେ ମହାପ୍ରଭୁ। ଆସନ୍ତାକାଲି ଠାରୁ ଆରମ୍ଭ ହେବ ଅଲାରନାଥଙ୍କ ଅନବସର ଦର୍ଶନ। ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ଶ୍ରୀମନ୍ଦିରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ପୂଣ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ମନ୍ଦିରରେ ବ୍ଯାପକ ବ୍ଯବସ୍ଥା କରାଯାଇଛି। କାଲିଠାରୁ ୧୩ ଦିନ ଯାଏଁ ଚାଲିବ ଦର୍ଶନ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କରାଯାଇଛି ବ୍ଯାପକ ବ୍ଯବସ୍ଥା। ବ୍ଯାରିକେଡରେ ଯାଇ ଅଲାରନାଥଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ। ଅଲାରନାଥଙ୍କୁ ଦର୍ଶନ କରିବା ସହ କ୍ଷୀରି ଭୋଗ ପାଇବାକୁ ଶ୍ରଦ୍ଧାଳୁଙ୍କ ମଧ୍ଯରେ ଉତ୍ସାହ ଦେଖିବାକୁ ମିଳିଛି।
The post ଆସନ୍ତାକାଲିଠୁ ଅଲାରନାଥରେ ଲାଗିବ ଭକ୍ତଙ୍କ ଗହଳି appeared first on .