ଆସାମ ବିଧାନସଭାର ବଡ଼ ନିଷ୍ପତ୍ତି, ହଟିଲା ଉପନିବେଶ କାଳର ନମାଜ ବ୍ରେକ୍
ଗୌହାଟୀ : ଆସାମର ହିମନ୍ତ ବିଶ୍ୱଶର୍ମା ସରକାର ଏକ ନିଷ୍ପତ୍ତିରେ ବିଧାନସଭାର ଶୁକ୍ରବାର ନମାଜ ନିମନ୍ତେ ୨ ଘଣ୍ଟା ବ୍ରେକ ଉପରେ ରୋକ ଲଗାଇଛନ୍ତି। ବିଧାନସଭା ଉତ୍ପାଦକତାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି। ୧୯୩୭ ମସିହାରେ ମୁସ୍ଲିମ ଲିଗ ଆସାମ ବିଧାନସଭାରେ ଏହି ପ୍ରଥା ପ୍ରଚଳନ କରିଥିଲା। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଏ ନେଇ ଏକ ପୋଷ୍ଟ କରିଥିବା ବେଳେ ‘ଉପନିବେଶ କାଳର ପରମ୍ପରାରୁ ଆସାମ ବିଧାନସଭା ମୁକ୍ତ ହୋଇଛି’ ବୋଲି ଉଲ୍ଲେଖ କରିଛନ୍ତି। ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି ଯେ ୨ ଘଣ୍ଟିଆ ଜୁମା ବ୍ରେକ୍ ଆସାମ ବିଧାନସଭା ସମାପ୍ତ କରିଦେଇଛି। ଏହା ଦ୍ୱାରା ବିଧାନସଭାର କାମ ଓ ଉତ୍ପାଦକତା ଉପରେ ପ୍ରଭାବ ପଡୁଛି। ଏହା ସହିତ ଆମେ ଔପନିବେଶିକ କାଳର ଏକ ବିଧାନସଭା ପରମ୍ପରାକୁ ଆମେ ଅନ୍ତ କରିଦେଇଛୁ। ଉଲ୍ଲେଖଯୋଗ୍ୟ ଯେ ଆସାମ ବିଧାନସଭାରେ ୧୯୩୭ ମସିହାରୁ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ମୁସଲମାନ ବିଧାୟକଙ୍କ ନିମନ୍ତେ ୨ ଘଣ୍ଟା ନମାଜ ଅବକାଶ ଦିଆଯାଉଥିଲା। ଏବେ ରାଜ୍ୟ ସରକାର ନିୟମ ବଦଳାଇ ଦେବା ପରେ ଏହି ଅବକାଶ ଆଉ ମିଳିବ ନାହିଁ। असम विधानसभा की उत्पादकता को बढ़ाने के उद्देश्य से राज्य के औपनिवेशिक बोझ को हटाने के लिए, प्रति शुक्रवार सदन को जुम्मे के लिए 2 घंटे तक स्थगित करने के नियम को रद्द किया गया।यह प्रथा 1937 में मुस्लिम
ଗୌହାଟୀ : ଆସାମର ହିମନ୍ତ ବିଶ୍ୱଶର୍ମା ସରକାର ଏକ ନିଷ୍ପତ୍ତିରେ ବିଧାନସଭାର ଶୁକ୍ରବାର ନମାଜ ନିମନ୍ତେ ୨ ଘଣ୍ଟା ବ୍ରେକ ଉପରେ ରୋକ ଲଗାଇଛନ୍ତି। ବିଧାନସଭା ଉତ୍ପାଦକତାକୁ ପ୍ରାଥମିକତା ଦେଇ ଏହି ପଦକ୍ଷେପ ନିଆଯାଇଛି। ୧୯୩୭ ମସିହାରେ ମୁସ୍ଲିମ ଲିଗ ଆସାମ ବିଧାନସଭାରେ ଏହି ପ୍ରଥା ପ୍ରଚଳନ କରିଥିଲା। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ସାଇଟ୍ ଏକ୍ସ ରେ ଏ ନେଇ ଏକ ପୋଷ୍ଟ କରିଥିବା ବେଳେ ‘ଉପନିବେଶ କାଳର ପରମ୍ପରାରୁ ଆସାମ ବିଧାନସଭା ମୁକ୍ତ ହୋଇଛି’ ବୋଲି ଉଲ୍ଲେଖ କରିଛନ୍ତି।
ହିମନ୍ତ ବିଶ୍ୱଶର୍ମା ଲେଖିଛନ୍ତି ଯେ ୨ ଘଣ୍ଟିଆ ଜୁମା ବ୍ରେକ୍ ଆସାମ ବିଧାନସଭା ସମାପ୍ତ କରିଦେଇଛି। ଏହା ଦ୍ୱାରା ବିଧାନସଭାର କାମ ଓ ଉତ୍ପାଦକତା ଉପରେ ପ୍ରଭାବ ପଡୁଛି। ଏହା ସହିତ ଆମେ ଔପନିବେଶିକ କାଳର ଏକ ବିଧାନସଭା ପରମ୍ପରାକୁ ଆମେ ଅନ୍ତ କରିଦେଇଛୁ। ଉଲ୍ଲେଖଯୋଗ୍ୟ ଯେ ଆସାମ ବିଧାନସଭାରେ ୧୯୩୭ ମସିହାରୁ ଶୁକ୍ରବାର ଦିନ ମଧ୍ୟାହ୍ନ ୧୨ଟାରୁ ୨ଟା ପର୍ଯ୍ୟନ୍ତ ମୁସଲମାନ ବିଧାୟକଙ୍କ ନିମନ୍ତେ ୨ ଘଣ୍ଟା ନମାଜ ଅବକାଶ ଦିଆଯାଉଥିଲା। ଏବେ ରାଜ୍ୟ ସରକାର ନିୟମ ବଦଳାଇ ଦେବା ପରେ ଏହି ଅବକାଶ ଆଉ ମିଳିବ ନାହିଁ।
असम विधानसभा की उत्पादकता को बढ़ाने के उद्देश्य से राज्य के औपनिवेशिक बोझ को हटाने के लिए, प्रति शुक्रवार सदन को जुम्मे के लिए 2 घंटे तक स्थगित करने के नियम को रद्द किया गया।
यह प्रथा 1937 में मुस्लिम लीग के सैयद सादुल्लाह ने शुरू की थी।
भारत के प्राचीन धर्मनिरपेक्ष मूल्यों…— Himanta Biswa Sarma (@himantabiswa) August 30, 2024
ଆସାମ ବିଧାନସଭା ବାଚସ୍ପତି ବିଶ୍ୱଜିତ ଡେମେରୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସର୍ବସମ୍ମତି କ୍ରମେ ନିଆଯାଇଥିବା ବିଜେପି କହିଛି। ବୈଠକରେ କୁହାଯାଇଛି ଯେ ଲୋକସଭା ଓ ରାଜ୍ୟସଭାରେ ନମାଜ ଲାଗି ବ୍ରେକର କୌଣସି ପ୍ରାବଧାନ ନାହିଁ। ଏଥି ପାଇଁ ରାଜ୍ୟ ବିଧାନସଭାରେ ଏପରି କୌଣସି ବ୍ୟବସ୍ଥା ପ୍ରଚଳିତ ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି କୁହାଯାଇଥିଲା।