ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ୍ ; ନଦୀକୁ ଖସିଲା ଦୁଇଟି ଟ୍ରକ

ନନ୍ଦିଘୋଷ ବ୍ୟୁରୋ : ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ। ଆସାମରୁ ମେଘାଳୟକୁ ସଂଯୋଗ କରୁଥିବା ହରଙ୍ଗ ନଦୀ ଉପରେ ଥିବା... The post ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ୍ ; ନଦୀକୁ ଖସିଲା ଦୁଇଟି ଟ୍ରକ appeared first on .

ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ୍ ; ନଦୀକୁ ଖସିଲା ଦୁଇଟି ଟ୍ରକ

ନନ୍ଦିଘୋଷ ବ୍ୟୁରୋ : ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ। ଆସାମରୁ ମେଘାଳୟକୁ ସଂଯୋଗ କରୁଥିବା ହରଙ୍ଗ ନଦୀ ଉପରେ ଥିବା ପୋଲ ଭୁଶୁଡି ପଡିଛି। ପୋଲ ଉପରୁ ନଦୀକୁ ଖସିଲା ଦୁଇଟି ଟ୍ରକ। ଆସାମର କଚାର ଜିଲ୍ଲାରେ ମରାମତି ପରେ ଖୋଲିଥିବା ହାରଙ୍ଗ ନଦୀ ଉପରେ ଥିବା ବ୍ରିଜ୍ ଭୁଶୁଡ଼ି ପଡ଼ିଛି। ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ସାମଗ୍ରୀ ନେଇ ଯାଉଥିବା ଦୁଇଟି ଟ୍ରକ୍ ନଦୀରେ ଖସି ପଡ଼ିଛି। ଏଥିରେ ଡ୍ରାଇଭରମାନେ ଆହତ ହୋଇଛନ୍ତି। ଟ୍ରକଗୁଡ଼ିକରେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସାମଗ୍ରୀ ଥିଲା। ଅଧିକାରୀମାନେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଏହି ପୋଲଟି ସିଲଚର-କାଲେନ ରାସ୍ତାରେ ନିର୍ମିତ ହୋଇଥିଲା। ପୋଲଟି ବହୁତ ପୁରୁଣା ଥିଲା ଏବଂ ମରାମତି କରାଯାଇଥିଲା। ମରାମତି ପରେ, ପ୍ରାୟ ଦୁଇ ବର୍ଷ ପରେ ଏହାକୁ ଖୋଲାଯାଇଥିଲା।ନିର୍ଦ୍ଧାରିତ ସୀମାଠାରୁ ଅଧିକ ସାମଗ୍ରୀ ପରିବହନ କରୁଥିବା ଯାନବାହନ ଉପରେ ନଜର ରଖିବା ପାଇଁ ଚାରୋଟି ଯାଞ୍ଚ ପଏଣ୍ଟ ସ୍ଥାପନ କରାଯାଇଥିଲା। ଭୁଲ କେଉଁଠାରେ ହୋଇଛି ତାହା ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି। ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନଦୀରେ ଡଙ୍ଗା ବ୍ୟବସ୍ଥା କରାଯାଇଛି।ବିଶେଷକରି ସ୍କୁଲ ଯାଉଥିବା ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେତୁ ମରାମତିରେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଇଥିଲା। ଏହି କାରଣରୁ ସେତୁ ଭୁଶୁଡିେ ପଡ଼ିଛି।

The post ଆସାମ ସିଲଚଲରେ ଭୁଶୁଡିଲା ବ୍ରିଜ୍ ; ନଦୀକୁ ଖସିଲା ଦୁଇଟି ଟ୍ରକ appeared first on .