ଆସିଗଲା ଏକଜିଟ୍ ପୋଲ୍: ପୁଣି ଥରେ ମୋଦୀ ଲହର, ନିରାଶ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ସଂପନ୍ନ ହୋଇଛି।  ଜୁନ ୪ ତାରିଖ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ଏବଂ ଏଜେନ୍ସି ଦ୍ଵାରା ଭୋଟ୍ ବାହୁଡ଼ା ମତ ଅର୍ଥାତ ଏକଜିଟ୍ ପୋଲ୍‌ ପ୍ରକାଶ ପାଇଛି। ବିଭିନ୍ନ ପ୍ରକାରର ଏକଜିଟ୍ ପୋଲ୍‌ରେ ପୁଣି ଥରେ ବିଜେପି ନେତୃତ୍ଵାଧୀନ ଏନଡିଏର ଲହର ଦେଖିବାକୁ ମିଳିଛି। ଆଉ ଇଣ୍ଡିଆ ମେଣ୍ଟକୁ  ନିରାଶ  ହେବାକୁ ପଡ଼ିଛି। ସମସ୍ତ ଏକଜିଟ୍ ପୋଲରେ ଏନଡିଏ ୩୫୦ରୁ ଅଧିକ ଆସନ ଜିତି ତୃତୀୟ ଥର କ୍ଷମତାସୀନ ହେଉଥିବା ପୂର୍ବାନୁମାନ କରାଯାଇଛି। ସର୍ବ ପ୍ରଥମେ Republic TV- Matrizeର ଏକଜିଟ୍ ପୋଲ ସାମ୍ନାକୁ ଆସିଛି। ଏହା ଅନୁଯାୟୀ ବିଜେପି ନେତୃତ୍ଵାଧୀନ ଏନଡିଏ ପୁଣି ଥରେ ପୂର୍ଣ୍ଣ ବହୁମତ ସହ ତୃତୀୟ ଥର ସରକାର ଗଢୁଥିବା ପୂର୍ବାନୁମାନ କରିଛି। ଆଉ ଇଣ୍ଡିଆ ମେଣ୍ଟକୁ ୨୦୨୪ ନିର୍ବାଚନରେ ଶକ୍ତ ଧକ୍କା ଲାଗୁଛି। ଏହାର ଏକଜିଟ୍ ପୋଲ୍ ଅନୁଯାୟୀ, ଏନଡିଏ ୩୫୩ରୁ ୩୬୮ ସିଟ୍ ଜିତି କ୍ରମାଗତ ତୃତୀୟ ସରକାର ଗଢିବାକୁ ଯାଉଛି। ଯାହା ୨୦୧୯ ନିର୍ବାଚନ ତୁଳନାରେ ୫ ରୁ ୧୦ ସିଟ୍ ଅଧିକ ରହିଛି।  ଇଣ୍ଡିଆ ମେଣ୍ଟ ଖାତାକୁ ୧୧୮ରୁ ୧୩୩ ସିଟ୍ ଯାଉଥିବା ପୂର୍ବାନୁମାନ କରାଯାଇଛି। ଅନ୍ୟ ୪୩ରୁ ୪୮ ଆସନ ଜିତୁଥିବା ଆକଳନ କରିଛି Republic TV- Matrize। ସେହିପରି ଏନଡିଟିଭି  ଏକଜିଟ୍ ପୋଲ୍ ରିପୋର୍ଟ ସାମ୍ନାକୁ ଆସିଛି। ଏହା ଅନ

ଆସିଗଲା ଏକଜିଟ୍ ପୋଲ୍: ପୁଣି ଥରେ ମୋଦୀ ଲହର, ନିରାଶ ଇଣ୍ଡିଆ ମେଣ୍ଟ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ମତଦାନ ଆଜି ସଂପନ୍ନ ହୋଇଛି।  ଜୁନ ୪ ତାରିଖ ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଆଜି ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ଏବଂ ଏଜେନ୍ସି ଦ୍ଵାରା ଭୋଟ୍ ବାହୁଡ଼ା ମତ ଅର୍ଥାତ ଏକଜିଟ୍ ପୋଲ୍‌ ପ୍ରକାଶ ପାଇଛି। ବିଭିନ୍ନ ପ୍ରକାରର ଏକଜିଟ୍ ପୋଲ୍‌ରେ ପୁଣି ଥରେ ବିଜେପି ନେତୃତ୍ଵାଧୀନ ଏନଡିଏର ଲହର ଦେଖିବାକୁ ମିଳିଛି। ଆଉ ଇଣ୍ଡିଆ ମେଣ୍ଟକୁ  ନିରାଶ  ହେବାକୁ ପଡ଼ିଛି। ସମସ୍ତ ଏକଜିଟ୍ ପୋଲରେ ଏନଡିଏ ୩୫୦ରୁ ଅଧିକ ଆସନ ଜିତି ତୃତୀୟ ଥର କ୍ଷମତାସୀନ ହେଉଥିବା ପୂର୍ବାନୁମାନ କରାଯାଇଛି। 

ସର୍ବ ପ୍ରଥମେ Republic TV- Matrizeର ଏକଜିଟ୍ ପୋଲ ସାମ୍ନାକୁ ଆସିଛି। ଏହା ଅନୁଯାୟୀ ବିଜେପି ନେତୃତ୍ଵାଧୀନ ଏନଡିଏ ପୁଣି ଥରେ ପୂର୍ଣ୍ଣ ବହୁମତ ସହ ତୃତୀୟ ଥର ସରକାର ଗଢୁଥିବା ପୂର୍ବାନୁମାନ କରିଛି। ଆଉ ଇଣ୍ଡିଆ ମେଣ୍ଟକୁ ୨୦୨୪ ନିର୍ବାଚନରେ ଶକ୍ତ ଧକ୍କା ଲାଗୁଛି। ଏହାର ଏକଜିଟ୍ ପୋଲ୍ ଅନୁଯାୟୀ, ଏନଡିଏ ୩୫୩ରୁ ୩୬୮ ସିଟ୍ ଜିତି କ୍ରମାଗତ ତୃତୀୟ ସରକାର ଗଢିବାକୁ ଯାଉଛି। ଯାହା ୨୦୧୯ ନିର୍ବାଚନ ତୁଳନାରେ ୫ ରୁ ୧୦ ସିଟ୍ ଅଧିକ ରହିଛି।  ଇଣ୍ଡିଆ ମେଣ୍ଟ ଖାତାକୁ ୧୧୮ରୁ ୧୩୩ ସିଟ୍ ଯାଉଥିବା ପୂର୍ବାନୁମାନ କରାଯାଇଛି। ଅନ୍ୟ ୪୩ରୁ ୪୮ ଆସନ ଜିତୁଥିବା ଆକଳନ କରିଛି Republic TV- Matrize। 

ସେହିପରି ଏନଡିଟିଭି  ଏକଜିଟ୍ ପୋଲ୍ ରିପୋର୍ଟ ସାମ୍ନାକୁ ଆସିଛି। ଏହା ଅନୁଯାୟୀ ଏନଡିଏ ଖାତାକୁ ୩୬୫ ଆସନ ଯାଉଥିବା ବେଳେ ଇଣ୍ଡିଆା ମେଣ୍ଟ ୧୪୨ ଏବଂ ଅନ୍ୟ ଖାତାକୁ ୩୬ ଆସନ ଯାଉଥିବା ପୂର୍ବାନୁମାନ କରିଛି। 

Republic TV PMARQର ଏକଜିଟ୍ ପୋଲ୍‌ ହିସାବରେ ଏନଡିଏ ୩୫୯ ସିଟ୍ ଜିତି ହ୍ୟାଟ୍ରିକ ବିଜୟ ହାସଲ କରୁଥିବା ବେଳେ ଇଣ୍ଡିଆ ମେଣ୍ଟକୁ ୧୫୪ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିବ ବୋଲି ଏହି ସଂସ୍ଥା ପୂର୍ବାନୁମାନ କରିଛି। ଅନ୍ୟ ୩୦ ଆସନରେ ଜିତିବାର ସମ୍ଭାବନା ରହିଛି। 

ଜନ କି ବାତର ଏକଜିଟ୍ ପୋଲ୍‌ର ପୂର୍ବାନୁମାନ ଅନୁଯାୟୀ, ଏନଡିଏ   ୩୬୨ରୁ ୩୯୨ ଆସନ ଜିତି ହ୍ୟାଟ୍ରିକ ବିଜୟ ସହ ସରକାର ଗଢିବାକୁ ଯାଉଛି। ଇଣ୍ଡିଆ ମେଣ୍ଟକୁ ୧୪୧ରୁ ୧୬୧ ଆସନ ମିଳୁଥିବା ବେଳେ ଅନ୍ୟ ଖାତାକୁ ୧୦ରୁ ୨୦ ଆସନ ଯାଉଥିବା ଆକଳନ କରିଛି ଜନ କି ବାତ। 

India today-axis my

ଏନଡିଏ- ୩୬୧ରୁ ୪୦୧

ଇଣ୍ଡିଆ- ୧୩୧ରୁ ୧୬୬

ଅନ୍ୟ- ୮ରୁ ୨୦

Republic TV Matrize

ଏନଡିଏ- ୩୫୩ ରୁ ୩୬୮

ଇଣ୍ଡିଆ- ୧୧୮ରୁ ୧୩୩

ଅନ୍ୟ- ୪୩ ରୁ ୪୮ 

Republic TV PMARQ

ଏନଡିଏ- ୩୫୯ 

ଇଣ୍ଡିଆ- ୧୫୪

ଅନ୍ୟ- ୩୦

India News D Dynamics

ବିଜେପି- ୩୭୧

ଇଣ୍ଡିଆ- ୧୨୫

ଅନ୍ୟ- ୪୭

NDTV India - Jan Ki Baat

ବିଜେପି- ୩୬୫

ଇଣ୍ଡିଆ- ୧୪୨

ଅନ୍ୟ – ୩୬

Jan Ki Baat

ବିଜେପି- ୩୬୨ ରୁ ୩୯୨

ଇଣ୍ଡିଆ- ୧୪୧ରୁ ୧୬୧

ଅନ୍ୟ- ୧୦ରୁ ୨୦

News Nation

ବିଜେପି- ୩୪୨ ରୁ ୩୭୮

ଇଣ୍ଡିଆ- ୧୫୩ରୁ ୧୬୯

ଅନ୍ୟ- ୨୧ ରୁ ୨୩