ଆସିଛି ରଜ, ସାଙ୍ଗରେ ଆଣିଛି ଉତ୍ସାହ। ଆଜି ପହଲି ରଜରେ ଉତ୍ସବମୁଖର ଗାଁଠୁ ସହର

ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ସାଜସଜା ସହ ମନରେ ଅସରନ୍ତି ଉତ୍ସାହ ନେଇ ରଜ ପାଳୁଛନ୍ତି କୁମାରୀ ଝିଅ। ପାଦରେ ଅଳତା, ମଥାରେ କୁଙ୍କୁମ ଆଉ ହାତରେ ରଙ୍ଗୀନ ମେହେନ୍ଦିର କାରୁକାର୍ଯ୍ୟ। ସାହି ସାହି ଓ ଗଳି ଗଳି, ଆମ୍ବ ତୋଟା ଆଉ ଖୋଲା ପଡ଼ିଆରେ ଲାଗିଥିବା ଦୋଳି ପାଖରେ ଏକାଠି ହୋଇଥିଲେ ଝିଅ ବୋହୁ।

ଆସିଛି ରଜ, ସାଙ୍ଗରେ ଆଣିଛି ଉତ୍ସାହ। ଆଜି ପହଲି ରଜରେ ଉତ୍ସବମୁଖର ଗାଁଠୁ ସହର

ଆସିଛି ରଜ, ସାଙ୍ଗରେ ଆଣିଛି ଉତ୍ସାହ। ଆଜି ପହଲି ରଜରେ ଉତ୍ସବମୁଖର ଗାଁଠୁ ସହର। କୁଆଁରୀ ଝିଅ ଓ ନବ ବିବାହିତାଙ୍କ ପାଇଁ ମଉଜର ନିଆରା ଅବସର। ଆଜି ସକାଳୁ ସକାଳୁ ନୂଆ ପୋଷାକ ପିନ୍ଧି, ସାଜସଜା ସହ ମନରେ ଅସରନ୍ତି ଉତ୍ସାହ ନେଇ ରଜ ପାଳୁଛନ୍ତି କୁମାରୀ ଝିଅ। ପାଦରେ ଅଳତା, ମଥାରେ କୁଙ୍କୁମ ଆଉ ହାତରେ ରଙ୍ଗୀନ ମେହେନ୍ଦିର କାରୁକାର୍ଯ୍ୟ। ସାହି ସାହି ଓ ଗଳି ଗଳି, ଆମ୍ବ ତୋଟା ଆଉ ଖୋଲା ପଡ଼ିଆରେ ଲାଗିଥିବା ଦୋଳି ପାଖରେ ଏକାଠି ହୋଇଥିଲେ ଝିଅ ବୋହୁ। ଆଉ ତା ପରେ ଆରମ୍ଭ ହୋଇଥିଲା ରଜ ଗୀତ ସାଙ୍ଗକୁ ରଜ ଦୋଳିର ମଜା...।