ଆସିଲା ଡେଙ୍ଗୁ ଟିକା, ଭାକ୍ସିନକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ

ନନ୍ଦିଘୋଷ ବ୍ୟୁରୋ: ଡେଙ୍ଗୁ ଜ୍ବରର ଟିକାକୁ ଗ୍ରୀନ ସିଗନାଲ। ଜାପାନର ଫାର୍ମାସ୍ଯୁଟିକାଲ କମ୍ପାନି ତାକେଡା ଫାର୍ମାସ୍ଯୁଟିକାଲ କମ୍ପାନୀର ଟିକାକୁ ଅନୁମୋଦନ... The post ଆସିଲା ଡେଙ୍ଗୁ ଟିକା, ଭାକ୍ସିନକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ appeared first on .

ଆସିଲା ଡେଙ୍ଗୁ ଟିକା, ଭାକ୍ସିନକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ

ନନ୍ଦିଘୋଷ ବ୍ୟୁରୋ: ଡେଙ୍ଗୁ ଜ୍ବରର ଟିକାକୁ ଗ୍ରୀନ ସିଗନାଲ। ଜାପାନର ଫାର୍ମାସ୍ଯୁଟିକାଲ କମ୍ପାନି ତାକେଡା ଫାର୍ମାସ୍ଯୁଟିକାଲ କମ୍ପାନୀର ଟିକାକୁ ଅନୁମୋଦନ କରିଛନ୍ତି ବିଶ୍ବ ସ୍ବାସ୍ଥ୍ଯ ସଂଗଠନ। ଏହି ଟିକା ଡେଙ୍ଗୁ ଭୂତାଣୁର ଚାରିଟି ଷ୍ଟେରିଓଟାଇପ କବଳରୁ ରକ୍ଷା କରିପାରିବ। ବିଶେଷ କରି ୬ରୁ ୧୬ ବର୍ଷର ପିଲାଙ୍କୁ ଏହି ଟିକା ଦିଆଯାଇପାରିବ। ସାଧାରଣତଃ ମଶା କାମୁଡାରୁ ଡେଙ୍ଗୁ ଜ୍ବର ହୋଇଥାଏ। ପ୍ରବଳ ଜ୍ବର, ମୁଣ୍ଡ ଓ ଶରୀର ବ୍ଯଥା ଆଦି ଡେଙ୍ଗୁ କ୍ଷେତ୍ରରେ ଦେଖାଯାଇଥାଏ। ତାକେଡା ଦ୍ବାରା ପ୍ରସ୍ତୁତ ଟିକା କିଦେଙ୍ଗା ବ୍ରାଣ୍ଡ ନାମର ନାମିତ କରାଯାଇଛି। ଭାରତୀୟ ଟିକା କମ୍ପାନି ବାୟୋଲୋଜିକାଲ- ଇ ସହ ଏହାର ଉତ୍ପାଦନ ଲାଗି ଏକ ରାଜିନାମା ସ୍ବାକ୍ଷରିତ କରିଛି କିଦେଙ୍ଗା। ବାର୍ଷିକ ୧୦୦ ନିୟୁତ ଡୋଜ ପ୍ରସ୍ତୁତ କରାଯିବ ବୋଲି ଲକ୍ଷ୍ଯ ରହିଛି। ଖୁବ ଶୀଘ୍ର ଆସିବ ଡେଙ୍ଗୁ ପ୍ରତିଷେଧକ ଟିକା। ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ଆଇସିଏମଆର, ପୁଣେସ୍ଥିତ ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି ଓ ଅନ୍ଯାନ୍ଯ ପ୍ରତିଷ୍ଠାନ ପକ୍ଷରୁ ଡେଙ୍ଗୁ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଆରମ୍ଭ ହେବ।

ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ଯ ସଚିବ ଅପୂର୍ବ ଚନ୍ଦ୍ର। ଜେନେଭାରେ ବିଶ୍ବ ସ୍ବାସ୍ଥ୍ଯ ସଂଗଠନର ୭୭ତମି ବିଶ୍ବ ସ୍ବାସ୍ଥ୍ୟ ଆସେମ୍ବ୍ଲି ବା ଏମଏଚଏ ବୈଠକ ପରିପ୍ରେକ୍ଷୀରେ ଆୟୋଜିତ ବ୍ରିକସ ରାଷ୍ଟ୍ରଗୋଷ୍ଠୀ ସ୍ବାସ୍ଥ୍ୟମନ୍ତ୍ରୀ ବୈଠକରେ ଏହି ସୂଚନା ଦେଇଛନ୍ତି ଅପୂର୍ବ। ସେ କହିଛନ୍ତି ଗତ ମାର୍ଚ୍ଚ ୨୦୨୨ରେ ଭାରତର ସଭାପତିତ୍ବ କାଳରେ ବ୍ରିକସ ଭାକସିନ ରିସର୍ଚ୍ଚ ଆଣ୍ଡ ଡେଭଲେପମେଣ୍ଟ ସେଣ୍ଟର ପ୍ରତିଷ୍ଠା ହୋଇଥିଲା। ସେ ଆହୁରି କହିଛନ୍ତି- କେବଳ ଡେଙ୍ଗୁ ଲାଗି ନୁହଁ, କାଇସାନୁର ଫରେଷ୍ଟ ଜିଜିଜ ବା କେଏଫଡି, ନିପା ଭାଇରସ, ହ୍ଯୁମାନ ପାପିଲୋମାଭାଇରସ, ମାଇକୋବ୍ଯାକ୍ଟେରିଅମ ଟ୍ଯୁବରକୁଲେସିସ ଭାକ୍ସିନ ବା ଏମଟିବିଭିଏସିର ମୁକାବିଲା ଲାଗି ଗବେଷଣା ଓ ଟ୍ରାଏଲ ଲାଗି ମିଳିତ ଭାବେ କାର୍ଯ୍ୟ କରାଯାଉଛି।  ସେହିପରି ନ୍ୟୁକ୍ଲିଅର ମେଡିସିନ ଓ ରେଡିଓଆକ୍ଟିଭ ଫାର୍ମାସ୍ଯୁଟିକାଲ ସାଇନସ କ୍ଷେତ୍ରରେ ବ୍ରିକସ ରାଷ୍ଟ୍ରଗୋଷ୍ଠୀ ସହ ଭାରତ ସହଭାଗିତା ଭିତ୍ତିରେ କାର୍ଯ୍ୟ କରୁଛି ବୋଲି ସେ କହିଛନ୍ତି।

The post ଆସିଲା ଡେଙ୍ଗୁ ଟିକା, ଭାକ୍ସିନକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ଯ ସଂଗଠନ appeared first on .