ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଭାରତ ଓ ଚାଇନା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ଆସନ୍ତା ୨୯ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ସେନା ସୂତ୍ରରୁ ଶୁକ୍ରବାର କୁହାଯାଇଛି। ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଉଭୟ ଦେଶ ପାଟ୍ରୋଲିଂ କରିବା ସହ […] The post ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା appeared first on Dharitri Odia News.

ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା

ନୂଆଦିଲ୍ଲୀ,୨୫ା୧୦: ପୂର୍ବ ଲଦାଖର ୨ ଫ୍ରିକ୍ସନ ପଏଣ୍ଟ ଡେମ୍‌ଚୋକ୍‌ ଏବଂ ଡେପ୍‌ସାଙ୍ଗରେ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଲାଗି ରହିଥିବା ବିବାଦରେ ପଡ଼ିବ ପୂର୍ଣ୍ଣଚ୍ଛେଦ। ଭାରତ ଓ ଚାଇନା ଏହି ଦୁଇ ସୀମାନ୍ତ ଅଞ୍ଚଳରୁ ସେନା ପ୍ରତ୍ୟାହାର ଆରମ୍ଭ କରିଛନ୍ତି। ଆସନ୍ତା ୨୯ ତାରିଖ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ ବୋଲି ସେନା ସୂତ୍ରରୁ ଶୁକ୍ରବାର କୁହାଯାଇଛି।

ପୂର୍ବ ଲଦାଖ ଅନ୍ତର୍ଗତ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ଉଭୟ ଦେଶ ପାଟ୍ରୋଲିଂ କରିବା ସହ ସୈନ୍ୟ ପ୍ରତ୍ୟାହାର କରିନେବା ପାଇଁ ବୁଝାମଣା ପରେ ଡିସ୍‌ଏନ୍‌ଗେଜ୍‌ମେଣ୍ଟ ଆରମ୍ଭ ହୋଇଛି। ୨୩ରେ ବ୍ରିକ୍ସ ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ସହ ଆଲୋଚନା ବେଳେ ପୂର୍ବ ଲଦାଖ ଅନ୍ତର୍ଗତ ଏଲ୍‌ଏସିରେ ପାଟ୍ରୋଲିଂ ଏବଂ ସୈନ୍ୟ ପ୍ରତ୍ୟାହାର ପାଇଁ ହୋଇଥିବା ବୁଝାମଣାକୁ ସମର୍ଥନ କରିଥିଲେ।

ସୂଚନାଯୋଗ୍ୟ, ୨୦୨୦ ମେ’ ୫ରେ ପୂର୍ବ ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ ଅଞ୍ଚଳରେ ଭାରତୀୟ ଯବାନ ଏବଂ ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟ ମୁହାଁମୁହିଁ ପରେ ସୀମାରେ ଉତ୍ତେଜନା ଦେଖାଦେଇଥିଲା। ଗଲଓ୍ବାନ ଭ୍ୟାଲିର ପାଟ୍ରୋଲ ପଏଣ୍ଟ ୧୪ ନିକଟରେ ଜୁନ୍‌ ୧୫ ଓ ୧୬ରେ ଉଭୟ ପକ୍ଷଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ଭାରତର ଅନୂ୍ୟନ ୨୦ ଯବାନ ଶହୀଦ ହୋଇଥିବାବେଳେ ପିଏଲ୍‌ଏର ମଧ୍ୟ କେତେଜଣ ସୈନ୍ୟ ନିହତ ହୋଇଥିଲେ। ଏହି ସଂଘର୍ଷ ଦୁଇ ପଡ଼ୋଶୀ ମଧ୍ୟରେ ତିକ୍ତତା ବୃଦ୍ଧିର କାରଣ ହୋଇଥିଲା। ସେବେଠୁ ଗଲଓ୍ବାନ ଉପତ୍ୟକାରେ ଭାରତ ଓ ଚାଇନା ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରି ଅନେକ ହଜାର ସୈନ୍ୟଙ୍କୁ ମୁତୟନ କରିଥିଲେ, ଯାହା ଅଦ୍ୟାବଧି ବଳବତ୍ତର ରହିଛି। ନିକଟରେ ସେନା କମାଣ୍ଡର ସ୍ତରୀୟ ଆଲୋଚନା ବେଳେ ଏଲ୍‌ଏସିରେ ପାଟ୍ରୋଲିଂ ନେଇ ସହମତି ପ୍ରକାଶ ପାଇଥିଲା।

The post ଆସିଲା ଡେଡ୍‌ଲାଇନ୍‌…ଦୀପାବଳି ପୂର୍ବରୁ ଡେମଚୋକ୍‌, ଡେପ୍‌ସାଙ୍ଗରୁ ହଟିବେ ଭାରତ-ଚାଇନା ସେନା appeared first on Dharitri Odia News.