ଆସିଲା ଦୁନିଆର ପ୍ରଥମ ସିଏନଜି ବାଇକ୍, ଏକ୍ସ-ଶୋରୁମ୍ ମୂଲ୍ୟ ୯୫ ହଜାରୁ ଆରମ୍ଭ
ନୂଆଦିଲ୍ଲୀ: ବଜାରକୁ ଆସିଲା ଦୁନିଆର ପ୍ରଥମ ସିଏନଜି ବାଇକ୍ । କେବଳ ଦେଶ ନୁହେଁ ଏହି ବାଇକ୍ ହେଉଛି ଦୁନିଆର ସବୁଠୁ ଅଧିକ ମାଇଲେଜ ଦେଉଥିବା ମୋଟରସାଇକେଲ । ନାଁ ହେଉଛି Freedom 125 CNG। ଶୁକ୍ରବାର, ମୋଟର ସାଇକେଲ ନିର୍ମାତା କମ୍ପାନି ବଜାଜ୍ ଲଞ୍ଚ କରିଛି ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ।ଏଭଳି ରହିଛି ଫିଚର୍ସବଜାଜ ଫ୍ରିଡମରେ ୧୨୫ରେ ରହିଛି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ । ବାଇକ୍ରେ ହାଇବ୍ରିଡ୍ ସିଏନଜି ଟକ୍ନୋଲାଜିର ବ୍ୟବହାର କରିଛି । ଯାହାଦ୍ବାର ବାଇକ୍ ଉଭୟ ପେଟ୍ରୋଲ୍ ଏବଂ ସିଏନଜି ଉଭୟରେ ଚାଲିପାରିବ। ସିଏନଜି ଟ୍ୟାଙ୍କ୍କୁ ସିଟ୍ ତଳେ ରଖାଯାଇଛି। ବାଇକ୍ର ଇଞ୍ଜିନ ୯.୫ PS ଏବଂ ୯.୭ Nmର ପିକ୍ ଟର୍କ ଉତ୍ପନ୍ନ କରିଥାଏ। ବାଇକରେ ୨ କେଜିର ସିଏନଜି ସିଲିଣ୍ଡର ଏବଂ ୨ ଲିଟରର ପେଟ୍ରୋଲ ଟ୍ୟାଙ୍କ୍ ରହିଛି । ସିଏନଜି ସିଲିଣ୍ଡର ଥରେ ଫୁଲ୍ କଲେ ଏହା ୨୩୦ କିମି ପର୍ଯ୍ୟ ମାଇଲେଜ ଦେଇପାରିବ। ଅର୍ଥାତ୍ ୧କେଜି ସିଏନଜିରେ ଏହା ୧୧୫ କିମିର ମାଇଲେଜ ମିଳିପାରିବ। ସେହିଭଳି ପେଟ୍ରୋଲ ଏବଂ ସିଏନଜି ଉଭୟକୁ ମିଶାଇ ୩୩୦ କିମିର ମାଇଲେଜ ମିଳିବ । ଏହି ମୋଟରସାଇକେଲର ୧୧ଟି ସେଫ୍ଟି ଟେଷ୍ଟ କରାଯାଇଛି।୧୨୫ ସିସି ସେଗମେଣ୍ଟରେ ସବୁଠୁ ବଡ଼ ସିଟ୍କମ୍ପାନି ଅନୁଯାୟୀ, ଫ୍ରିଡମ ୧୨୫ ସିସିରେ ରହିଛି ସେଗମେଣ୍ଟରେ ସବୁଠୁ ବଡ଼ ସିଟ୍। ଯାହାର ଉଚ୍ଚତା ୭୮୫ ମିମି ରହଛି। ମୋଟରସାଇକେଲରେ ଏଲଇଡି ହେଡଲ୍ୟାମ୍ପ୍ ସ
ନୂଆଦିଲ୍ଲୀ: ବଜାରକୁ ଆସିଲା ଦୁନିଆର ପ୍ରଥମ ସିଏନଜି ବାଇକ୍ । କେବଳ ଦେଶ ନୁହେଁ ଏହି ବାଇକ୍ ହେଉଛି ଦୁନିଆର ସବୁଠୁ ଅଧିକ ମାଇଲେଜ ଦେଉଥିବା ମୋଟରସାଇକେଲ । ନାଁ ହେଉଛି Freedom 125 CNG। ଶୁକ୍ରବାର, ମୋଟର ସାଇକେଲ ନିର୍ମାତା କମ୍ପାନି ବଜାଜ୍ ଲଞ୍ଚ କରିଛି ଦୁନିଆର ପ୍ରଥମ ସିଏନଜି ମୋଟରସାଇକେଲ ।
ଏଭଳି ରହିଛି ଫିଚର୍ସ
ବଜାଜ ଫ୍ରିଡମରେ ୧୨୫ରେ ରହିଛି ସିଙ୍ଗଲ ସିଲିଣ୍ଡର ଇଞ୍ଜିନ । ବାଇକ୍ରେ ହାଇବ୍ରିଡ୍ ସିଏନଜି ଟକ୍ନୋଲାଜିର ବ୍ୟବହାର କରିଛି । ଯାହାଦ୍ବାର ବାଇକ୍ ଉଭୟ ପେଟ୍ରୋଲ୍ ଏବଂ ସିଏନଜି ଉଭୟରେ ଚାଲିପାରିବ। ସିଏନଜି ଟ୍ୟାଙ୍କ୍କୁ ସିଟ୍ ତଳେ ରଖାଯାଇଛି। ବାଇକ୍ର ଇଞ୍ଜିନ ୯.୫ PS ଏବଂ ୯.୭ Nmର ପିକ୍ ଟର୍କ ଉତ୍ପନ୍ନ କରିଥାଏ।
ବାଇକରେ ୨ କେଜିର ସିଏନଜି ସିଲିଣ୍ଡର ଏବଂ ୨ ଲିଟରର ପେଟ୍ରୋଲ ଟ୍ୟାଙ୍କ୍ ରହିଛି । ସିଏନଜି ସିଲିଣ୍ଡର ଥରେ ଫୁଲ୍ କଲେ ଏହା ୨୩୦ କିମି ପର୍ଯ୍ୟ ମାଇଲେଜ ଦେଇପାରିବ। ଅର୍ଥାତ୍ ୧କେଜି ସିଏନଜିରେ ଏହା ୧୧୫ କିମିର ମାଇଲେଜ ମିଳିପାରିବ। ସେହିଭଳି ପେଟ୍ରୋଲ ଏବଂ ସିଏନଜି ଉଭୟକୁ ମିଶାଇ ୩୩୦ କିମିର ମାଇଲେଜ ମିଳିବ । ଏହି ମୋଟରସାଇକେଲର ୧୧ଟି ସେଫ୍ଟି ଟେଷ୍ଟ କରାଯାଇଛି।
୧୨୫ ସିସି ସେଗମେଣ୍ଟରେ ସବୁଠୁ ବଡ଼ ସିଟ୍
କମ୍ପାନି ଅନୁଯାୟୀ, ଫ୍ରିଡମ ୧୨୫ ସିସିରେ ରହିଛି ସେଗମେଣ୍ଟରେ ସବୁଠୁ ବଡ଼ ସିଟ୍। ଯାହାର ଉଚ୍ଚତା ୭୮୫ ମିମି ରହଛି। ମୋଟରସାଇକେଲରେ ଏଲଇଡି ହେଡଲ୍ୟାମ୍ପ୍ ସହ ଡୁଆଲ କଲର ଗ୍ରାଫିକ୍ସ ରହିଛି। ଯାହା ବାଇକ୍ର ଲୁକ୍କୁ ଆହୁରି ଆକର୍ଷଣୀୟ କରୁଛି।
୩ ଭାରିଆଣ୍ଟ ସହ ୭ କଲର ଅପ୍ସନ
ମୋଟରସାଇକେଲକୁ ୩ ଭାରିଆଣ୍ଟରେ ଲଞ୍ଚ କରାଯାଇଛି। ଏଥିରେ NG04 ଡିସ୍କ ଏଲଇଡି, NG04 ଡ୍ରମ୍ ଏଲଇଡି ଏବଂ NG04 ଡ୍ରମ୍ ସାମିଲ ରହିଛି। NG04 ଡିସ୍କ ଏଲଇଡିର ଏକ୍ସ ଶୋରୁମ ମୂଲ୍ୟ ୧.୧୦ ଲକ୍ଷ ଟଙ୍କା, NG04 ଡ୍ରମ ଏଲଇଡିର ଏକ୍ସ ଶୋରୁମ୍ର ଦାମ୍ ୧.୦୫ ଲକ୍ଷ ଟଙ୍କା ଏବଂ NG04 ଡ୍ରମ୍ର ଏକ୍ସ ଶୋରୁମ୍ ମୂଲ୍ୟ ୯୫ ହଜାର ଟଙ୍କା ରହିଛି।କମ୍ପାନି ଏହାକୁ ୭ କଲର ଅପ୍ସନ ସହ ଲଞ୍ଚ କରିଛି। ଲଞ୍ଚ ସହ ଏହାର ବୁକିଂ ମଧ୍ୟ ଆରମ୍ଭ ହୋଇଛି।