ଆସିଲା ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ନୂଆ ଯୋଜନା
ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଏପରିକି ରାଜ୍ୟର ବିକାଶ ପାଇଁ କେତେକ ନୂଆ ଯୋଜନା ବଜେଟ୍ରେ ଉପସ୍ଥାପନ କରାଯାଇଛି। ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’ ଅଣାଯାଇଛି। ଏପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ […] The post ଆସିଲା ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ନୂଆ ଯୋଜନା appeared first on Dharitri Odia News.
ଭୁବନେଶ୍ୱର,୨୫।୭: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଗୁରୁବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝି ବିଧାନସଭାରେ ବଜେଟ ଉପସ୍ଥାପନ କରିଛନ୍ତି। ଏପରିକି ରାଜ୍ୟର ବିକାଶ ପାଇଁ କେତେକ ନୂଆ ଯୋଜନା ବଜେଟ୍ରେ ଉପସ୍ଥାପନ କରାଯାଇଛି।
ଅନାଥ ଶିଶୁଙ୍କ ପାଇଁ ନୂଆ ଯୋଜନା ‘ଯଶୋଦା’ ଅଣାଯାଇଛି। ଏପରିକି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଜାଗାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ରାଜ୍ୟର ନିଜସ୍ବ ସ୍ବାସ୍ଥ୍ୟ ବୀମା ଯୋଜନା ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା। ଏହି ଯୋଜନାରେ ସରକାରୀ ଓ ବେସରକାରୀ ହସ୍ପିଟାଲରେ କ୍ୟାସ୍ଲେସ ସେବା ମିଳିବ। ସେହିପରି ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯାଇଛି। ଏପରିକି ଗ୍ରାମାଞ୍ଚଳରେ ସହାରାଞ୍ଚଳ ସୁବିଧା ଯୋଗାଇବାକୁ ବିକଶିତ ଗାଁ ବିକଶିତ ଓଡ଼ିଶା ନାଁରେ ଆଉ ଏକ ନୂଆ ଯୋଜନା ସରକାର ଆରମ୍ଭ କରିଛନ୍ତି। ବିକଶିତ ଗାଁ ବିକଶିତ ଓଡ଼ିଶା ପାଇଁ ବଜେଟରେ ୧ ହଜାର କୋଟି ଟଙ୍କା ବ୍ୟୟବରାଦ କରାଯାଇଛି।
The post ଆସିଲା ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ନୂଆ ଯୋଜନା appeared first on Dharitri Odia News.