ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ-ପ୍ରଶାନ୍ତଙ୍କୁ ଟିକେଟ୍
କଟକ,୫।୪: ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ଆଉ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ୨ୟ ପର୍ଯ୍ୟାୟରେ ୨୭ ଜଣ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା […] The post ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ-ପ୍ରଶାନ୍ତଙ୍କୁ ଟିକେଟ୍ appeared first on Dharitri Odia News.
କଟକ,୫।୪: ପୁଣି ପ୍ରାର୍ଥୀ ଘୋଷଣା କଲା ବିଜୁ ଜନତା ଦଳ (BJD) । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କରିଛନ୍ତି । ୩ୟ ପର୍ଯ୍ୟାୟରେ ଆଉ କିଛି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ପ୍ରଥମ ପର୍ଯ୍ୟାୟରେ ୭୧ ଜଣ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ୨ୟ ପର୍ଯ୍ୟାୟରେ ୨୭ ଜଣ ଓ ତୃତୀୟ ପର୍ଯ୍ୟାୟରେ ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ଏହାକୁ ମିଶାଇ ମୋଟ ୧୦୮ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି ବିଜେଡି ।
ତେବେ ସାଲେପୁରର ପୂର୍ବତନ ବିଧାୟକ ତଥା କଟକ ଜିଲା ଭାଜପାର ପୂର୍ବତନ ସଭାପତ ପ୍ରକାଶ ବେହେରାଙ୍କୁ ମିଳିଛି ଟିକେଟ୍ । କିଛିଦିନ ପୂର୍ବରୁ ସେ ଭାଜପା ଛାଡି ବିଜେଡିରେ ଯୋଗ ଦେଇଥିଲେ। ଟିକେଟ୍ ମିଳିବା ପରେ ସାଲେପୁରରୁ ପ୍ରକାଶ ନା ପ୍ରଶାନ୍ତଙ୍କୁ ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଥିଲା। ଯାହାର ଆଜି ପୂର୍ଣ୍ଣଚ୍ଛେଦ ପଡିଛି। ପ୍ରକାଶଙ୍କୁ ବାରବାଟୀ କଟକରୁ ଟିକେଟ୍ ମିଳିଥିବାବେଳେ ପ୍ରଶାନ୍ତ ବେହେରାଙ୍କୁ ସାଲେପୁରରୁ ଟିକେଟ୍ ମିଳିଛି। ତେବେ ପ୍ରଶାନ୍ତଙ୍କ ଉପରେ ପୁଣି ସାଲେପୁର ଆସନରେ ଦଳ ବଜାୟ ରଖିଛି।
The post ଆସିଲା ବିଜେଡି ପ୍ରାର୍ଥୀ ତାଲିକା, ପ୍ରକାଶ-ପ୍ରଶାନ୍ତଙ୍କୁ ଟିକେଟ୍ appeared first on Dharitri Odia News.