ଆସିଲା ଭାଜପାର ତୃତୀୟ ପ୍ରାର୍ଥୀ ତାଲିକା
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର ତା’ର ତୃତୀୟ ଲିଷ୍ଟ ଜାରି କରିଛି। ଭାଜପାର ତୃତୀୟ ପ୍ରାର୍ଥୀ ତାଲିକାରେ ୯ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ପ୍ରାର୍ଥୀଙ୍କ ଏହି ତାଲିକା ତାମିଲନାଡୁର ଲୋକ ସଭା ଆସନ ପାଇଁ। ଏହି ତାଲିକାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ କୋଏମ୍ବାଟୁର ଲୋକ ସଭା ଆସନରୁ ଟିକେଟ ଦିଆଯାଇଛି। ଏଥି ସହିତ ଦୁଇ ଦିନ ପୂର୍ବେ ତେଲଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା […] The post ଆସିଲା ଭାଜପାର ତୃତୀୟ ପ୍ରାର୍ଥୀ ତାଲିକା appeared first on Dharitri Odia News.
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି(ଭାଜପା) ଗୁରୁବାର ତା’ର ତୃତୀୟ ଲିଷ୍ଟ ଜାରି କରିଛି। ଭାଜପାର ତୃତୀୟ ପ୍ରାର୍ଥୀ ତାଲିକାରେ ୯ଜଣ ପ୍ରାର୍ଥୀଙ୍କୁ ଟିକେଟ ଦିଆଯାଇଛି। ପ୍ରାର୍ଥୀଙ୍କ ଏହି ତାଲିକା ତାମିଲନାଡୁର ଲୋକ ସଭା ଆସନ ପାଇଁ।
ଏହି ତାଲିକାରେ ତାମିଲନାଡୁ ଭାଜପା ମୁଖ୍ୟ କେ ଅନ୍ନାମଲାଇଙ୍କୁ କୋଏମ୍ବାଟୁର ଲୋକ ସଭା ଆସନରୁ ଟିକେଟ ଦିଆଯାଇଛି। ଏଥି ସହିତ ଦୁଇ ଦିନ ପୂର୍ବେ ତେଲଙ୍ଗାନାର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିବା ତାମିଲିସାଇ ସୁନ୍ଦରରାଜନଙ୍କୁ ଚେନ୍ନାଇ ସାଉଥରୁ ଟିକେଟ ଦିଆଯାଇଛି।
ରାଜ୍ୟପାଳ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବୁଧବାର (ମାର୍ଚ୍ଚ ୨୦, ୨୦୨୪) ସୁନ୍ଦରରାଜନ ଭାଜପାରେ ଯୋଗ ଦେଇଥିଲେ। ସେ ୨୦୧୯ ରେ ଭାଜପାରୁ ଇସ୍ତଫା ଦେଇ ତେଲଙ୍ଗାନାର ରାଜ୍ୟପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ ୨୦୨୧ରେ ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଭାବରେ ନିଯୁକ୍ତ ହୋଇଥିଲେ।
The post ଆସିଲା ଭାଜପାର ତୃତୀୟ ପ୍ରାର୍ଥୀ ତାଲିକା appeared first on Dharitri Odia News.