ଆସିଲା ରାଜ୍ୟର ଶୀତ ଦିନିଆ ହାତୀ ଗଣନା ରିପୋର୍ଟ, ମୋଟ ହାତୀ ସଂଖ୍ୟା ୨,୧୦୩କୁ ବୃଦ୍ଧି…

ଭୁବନେଶ୍ବର: ଆସିଲା ରାଜ୍ୟର ଶୀତ ଦିନିଆ ହାତୀ ଗଣନା ରିପୋର୍ଟ। ଖରାଦିନ ଗଣନା ତୁଳନାରେ ୫ ହାତୀ ସଂଖ୍ୟା ବୃଦ୍ଧି ହୋଇଛି। ଖରା ପରେ ଶୀତ ଋତୁରେ ହାତୀ ଗଣନା ହୋଇଛି । ମୋଟ ୨୧୦୩ ହାତୀ ସଂଖ୍ୟା ରହିଛି। ପ୍ରଥମଥର ହାତୀ ଗଣନା ପାଇଁ ଅଧିକ ଭାବେ ଡ୍ରୋନର ବ୍ୟବହାର କରାଯାଇଥିଲା। ୪୮ ହାତୀ ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ମୋଟ ୨୧୦୩ ହାତୀ ଅଛନ୍ତି। ୧୪ ନଭେମ୍ବର ୨୦୨୪ ରୁ ୧୬ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ […]

ଆସିଲା ରାଜ୍ୟର ଶୀତ ଦିନିଆ ହାତୀ ଗଣନା ରିପୋର୍ଟ, ମୋଟ ହାତୀ ସଂଖ୍ୟା ୨,୧୦୩କୁ ବୃଦ୍ଧି…
Untitled 1 51

ଭୁବନେଶ୍ବର: ଆସିଲା ରାଜ୍ୟର ଶୀତ ଦିନିଆ ହାତୀ ଗଣନା ରିପୋର୍ଟ। ଖରାଦିନ ଗଣନା ତୁଳନାରେ ୫ ହାତୀ ସଂଖ୍ୟା ବୃଦ୍ଧି ହୋଇଛି। ଖରା ପରେ ଶୀତ ଋତୁରେ ହାତୀ ଗଣନା ହୋଇଛି । ମୋଟ ୨୧୦୩ ହାତୀ ସଂଖ୍ୟା ରହିଛି। ପ୍ରଥମଥର ହାତୀ ଗଣନା ପାଇଁ ଅଧିକ ଭାବେ ଡ୍ରୋନର ବ୍ୟବହାର କରାଯାଇଥିଲା। ୪୮ ହାତୀ ମୃତ୍ୟୁବରଣ କରିଥିବାବେଳେ ବର୍ତ୍ତମାନ ମୋଟ ୨୧୦୩ ହାତୀ ଅଛନ୍ତି।

୧୪ ନଭେମ୍ବର ୨୦୨୪ ରୁ ୧୬ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରାଜ୍ୟର ୨୮ଟି ଜିଲ୍ଲାର ୪୮ଟି ବିଭାଗରେ କରାଯାଇଥିଲା ହାତୀ ଗଣନା । ହାତୀ ଗଣନା ଅଭ୍ୟାସରେ ୬ ହଜାରରରୁ ଅଧିକ ଫିଲ୍ଡ କର୍ମଚାରୀ, ଜୀବବିଜ୍ଞାନୀ, ହାତୀ ସ୍କ୍ବାର୍ଡ ବ୍ୟକ୍ତି ନିୟୋଜିତ ହୋଇଥିଲେ। ଏହା ବ୍ୟତୀତ ନିୟମିତ କ୍ଷେତ୍ର କର୍ମଚାରୀ, ବନ୍ୟଜନ୍ତୁ ଉତ୍ସାହୀ, ଏନଜିଓ, ଏକାଡେମିକ୍ ଇତ୍ୟାଦି ମଧ୍ୟ ଏହି ଜନଗଣନାରେ ଅଂଶଗ୍ରହଣ କରିଥିଲେ। ଏହି ଗଣନା ପାଇଁ ୫୦ରୁ ଅଧିକ ଡ୍ରୋନ୍ ମଧ୍ୟ ନିୟୋଜିତ ହୋଇଥିଲା।