ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଏପ୍ରିଲ୨ରୁ ୪ ତାରିଖ ବିଭିନ୍ନ ଜିଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏପ୍ରିଲ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଚୀନ ସାଗରରୁ ଏକ ସିଷ୍ଟମର ଅବଶିଷ୍ଟାଂଶ ୩ କିମ୍ବା ୪ ଏପ୍ରିଲ ବେଳକୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କିମ୍ବା ଲଘୁଚାପ ରୂପ ନେଇପାରେ। ରାଜ୍ୟରେ […] The post ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ appeared first on Dharitri Odia News.

ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ

ଭୁବନେଶ୍ୱର,୩୦ା୩(ଅନୁରାଧା ମହାରଣା):ପାଣିପାଗକୁ ନେଇ ପୁଣି ବଡ଼ ଖବର । ପୁଣି ମିଳିବ ଆଶ୍ବସ୍ତି । ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ରର ଆକଳନ ଅନୁଯାୟୀ, ଏପ୍ରିଲ୨ରୁ ୪ ତାରିଖ ବିଭିନ୍ନ ଜିଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏପ୍ରିଲ ପ୍ରଥମ ସପ୍ତାହରେ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ଚୀନ ସାଗରରୁ ଏକ ସିଷ୍ଟମର ଅବଶିଷ୍ଟାଂଶ ୩ କିମ୍ବା ୪ ଏପ୍ରିଲ ବେଳକୁ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ କିମ୍ବା ଲଘୁଚାପ ରୂପ ନେଇପାରେ।

ରାଜ୍ୟରେ ଗ୍ରୀଷ୍ମପ୍ରବାହ ସହ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଶନିବାର ସମ୍ବଲପୁରରେ ଦିନ ତାପମାତ୍ରା ସର୍ବାଧିକ ୪୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଥିଲା। ସେହିପରି ହୀରାକୁଦରେ ପାରଦ ୪୧.୭ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡାରେ ୪୧.୬, ରାଉରକେଲାରେ ୩୯.୫, ଭୁବନେଶ୍ୱରରେ ୩୮.୬, କେନ୍ଦୁଝରରେ ୩୮, ଚାନ୍ଦବାଲିରେ ୩୮ ଓ ବାଲେଶ୍ୱରରେ ୩୭.୨ ଡିଗ୍ରୀ ରହିଥିଲା। ତେବେ ଆସନ୍ତା ୨ଦିନ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବ।

ରବିବାର ଓ ସୋମବାର ହିଟ୍‌ଓ୍ବେଭ୍‌ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ରବିବାର ପାଇଁ ସମ୍ବଲପୁର, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ଅନୁଗୋଳ ଏବଂ ଢେଙ୍କାନାଳ ଜିଲାକୁ ସତର୍କ କରାଯାଇଛି। ସେହିପରି ୩୧ ତାରିଖ ସୋମବାର ପାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତ୍‌ସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଓ ଗଜପତି ଆଦି ଜିଲାକୁ ପ୍ରବଳ ଖରା ଓ ଗୁଳୁଗୁଳି ନେଇ ୟେଲୋ ଓ୍ବାର୍ନିଂ ରହିଛି। ଏପ୍ରିଲ୨ରୁ ୪ ତାରିଖ ବିଭିନ୍ନ ଜିଲାରେ କାଳବୈଶାଖୀର ସମ୍ଭାବନା ରହିଛି। ଏହାପରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇପାରେ। ତେବେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ବରଗଡ଼ର କିଛି ସ୍ଥାନରେ ବର୍ଷା ହେବାକୁ ଥିବାବେଳେ ଅନ୍ୟାନ୍ୟ ଜିଲାଗୁଡ଼ିକରେ ପାଗ ପ୍ରାୟତଃ ଶୁଖିଲା ରହିବ ବୋଲି ସୂଚନା ଦିଆଯାଇଛି।

The post ଆସୁଛି କାଳବୈଶାଖୀ: ୬ଜିଲାରେ ଛେଚିବ appeared first on Dharitri Odia News.