ଆସୁଛି ଗଣେଶ ପୂଜା: ଜାଣନ୍ତୁ ଗଜାନନଙ୍କ କେଉଁ ଫୁଲ ପ୍ରିୟ
ଫୁଲକୁ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ। ଖାସ୍ ଏହି କାରଣ ପାଇଁ ଦେବଦେବୀଙ୍କ ପୂଜା ହେଉ ଅଥବା ଅନ୍ୟ ଯେକୌଣସି ଶୁଭକାର୍ଯ୍ୟରେ ଫୁଲର ଆବଶ୍ୟକତା ପଡ଼ିଥାଏ। ତେବେ ପ୍ରତି ଦେବଦେବୀଙ୍କର କିଛି ଖାସ୍ ପ୍ରିୟ ଫୁଲ ଥାଏ; ଆଉ ତାଙ୍କ ମନ ଜାଣି ଫୁଲ ଅର୍ପଣ କଲେ ଆଶୀର୍ବାଦପ୍ରାପ୍ତ ହୋଇଥାଏ। ଯେମିତିକି ପ୍ରଭୁ ଗଣେଶଙ୍କର ନାଲିରଙ୍ଗର ଫୁଲ ଖୁବ୍ ପସନ୍ଦ। ଖାସ୍କରି ନାଲି ମନ୍ଦାର ପ୍ରଭୁ ଗଣେଶଙ୍କୁ ଅର୍ପଣ କଲେ ଜୀବନରେ ଉନ୍ନତି ଆସିଥାଏ […] The post ଆସୁଛି ଗଣେଶ ପୂଜା: ଜାଣନ୍ତୁ ଗଜାନନଙ୍କ କେଉଁ ଫୁଲ ପ୍ରିୟ appeared first on Dharitri Odia News.
ଫୁଲକୁ ଶୁଦ୍ଧତା ଓ ପବିତ୍ରତାର ପ୍ରତୀକ ବୋଲି କୁହାଯାଇଥାଏ। ଖାସ୍ ଏହି କାରଣ ପାଇଁ ଦେବଦେବୀଙ୍କ ପୂଜା ହେଉ ଅଥବା ଅନ୍ୟ ଯେକୌଣସି ଶୁଭକାର୍ଯ୍ୟରେ ଫୁଲର ଆବଶ୍ୟକତା ପଡ଼ିଥାଏ। ତେବେ ପ୍ରତି ଦେବଦେବୀଙ୍କର କିଛି ଖାସ୍ ପ୍ରିୟ ଫୁଲ ଥାଏ; ଆଉ ତାଙ୍କ ମନ ଜାଣି ଫୁଲ ଅର୍ପଣ କଲେ ଆଶୀର୍ବାଦପ୍ରାପ୍ତ ହୋଇଥାଏ। ଯେମିତିକି ପ୍ରଭୁ ଗଣେଶଙ୍କର ନାଲିରଙ୍ଗର ଫୁଲ ଖୁବ୍ ପସନ୍ଦ। ଖାସ୍କରି ନାଲି ମନ୍ଦାର ପ୍ରଭୁ ଗଣେଶଙ୍କୁ ଅର୍ପଣ କଲେ ଜୀବନରେ ଉନ୍ନତି ଆସିଥାଏ ବୋଲି ବିଶ୍ୱାସ ରହିଛି। ଏହାଛଡ଼ା ଗେଣ୍ଡୁଫୁଲ, ପାରିଜାତ, ଅପରାଜିତା, ମଲ୍ଲି ତଥା ହଳଦିଆ ରଙ୍ଗର ସେବତୀ ଫୁଲ ବି ପ୍ରଭୁ ଗଣେଶଙ୍କୁ ଅର୍ପଣ କରିପାରିବେ। ବିଶ୍ୱାସ ରହିଛି, ପ୍ରଭୁ ଗଣେଶଙ୍କୁ ହଳଦିଆ ସେବତୀ ଅର୍ପଣ କଲେ କୁଦୃଷ୍ଟିରୁ ରକ୍ଷା ମିଳିଥାଏ। ମଲ୍ଲିଫୁଲ ଅର୍ପଣ କଲେ ସୁଖଶାନ୍ତି ବୃଦ୍ଧି ପାଇଥାଏ। ଅନ୍ୟପକ୍ଷେ ଗେଣ୍ଡୁଫୁଲ ଅର୍ପଣ କଲେ ସକାରାତ୍ମକ ଭାବନା ବୃଦ୍ଧି ପାଉଥିବାବେଳେ ପାରିଜାତ ଫୁଲ ସୌଭାଗ୍ୟକୁ ଆମନ୍ତ୍ରିତ କରିଥାଏ। ସେହିପରି ଅପରାଜିତା ଫୁଲ ଅର୍ପଣ କରି ପ୍ରଭୁ ଗଣେଶଙ୍କୁ ଭକ୍ତିର ସହ ପୂଜିଲେ ମନସ୍କାମନା ପୂରଣ ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।
The post ଆସୁଛି ଗଣେଶ ପୂଜା: ଜାଣନ୍ତୁ ଗଜାନନଙ୍କ କେଉଁ ଫୁଲ ପ୍ରିୟ appeared first on Dharitri Odia News.