ଆସୁଛି ଦାଦା ସାହେବ ଫାଲକେ ବୟୋପିକ୍, ରାଜକୁମାର ହିରାନୀଙ୍କ ସହ ହାତ ମିଳାଇଲେ ଅମୀର ଖାନ
ମୁମ୍ଵାଇ ୧୯।୦୫; ପୁଣି ଥରେ ଏକାଠି କାମ କରିବେ ଅଭିନେତା ଅମୀର ଖାନ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ । ୨୦୦୯ରେ ରିଲିଜ୍ ହୋଇଥିବା "ଥ୍ରୀ ଇଡିଅଟ୍ସ" ଏବଂ ୨୦୧୪ରେ "ପିକେ" ର ଦମଦାର ସଫଳତା ପରେ ଏହି ଯୋଡ଼ି ପୁଣି ବଡ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଦୁହେଁ ବର୍ତ୍ତମାନ 'ଦାଦା ସାହେବ ଫାଲକେ'ଙ୍କ ବାୟୋପିକ୍ କାମ କରିବାକୁ ଯାଉଛନ୍ତି । ଗତ କିଛି ଦିନ ଧରି ଫିଲ୍ମଟି ଏହାର କଳାକାରଙ୍କୁ ନେଇ ଖବରରେ ଥିଲା । View this post on InstagramA post shared by Taran Adarsh (@taranadarsh)ଦାଦା ସାହେବ ଫାଲକେ'ଙ୍କ ବାୟୋପିକ୍ ପାଇଁ ରାଜକୁମାର ହିରାନୀ ଏବଂ ଅମୀର ଖାନ ଏକାଠି କାମ କରିବେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । କିନ୍ତୁ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ 'ଦାଦା ସାହେବ ଫାଲକେ'ଙ୍କ ବାୟୋପିକ୍ ବିଷୟରେ ବଡ ସୂଚନା ଦେଇଛନ୍ତି ।ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଅପଡେଟ୍ ସେୟାର କରି ତରଣ ଆଦର୍ଶ ଲେଖିଛନ୍ତି, 'ଅମୀର ଖାନ ଏବଂ ରାଜକୁମାର ହିରାନୀ ପୁଣିଥରେ ଦାଦାସାହେବ ଫାଲକେ ବାୟୋପିକ ପାଇଁ ଏକାଠି ହୋଇଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଭାରତୀୟ ସିନେମାର ମୂଳଦୁଆ ପକାଇଥିବା ବ୍ୟକ୍ତିଙ୍କ ଅସାଧାରଣ ଯାତ୍ରାକୁ ଦେଖାଇବ।ଏହି ଦିନରୁ ଆରମ୍ଭ ସୁଟିଂଫିଲ୍ମର ସ୍କ୍ରିପ୍ଟ ଏବଂ ସୁଟିଂ ବିଷୟରେ ସୂଚନା ଦେଇ ତରଣ ଲେଖିଛନ୍ତି, 'ସ୍କ୍ରିପ୍ଟ ଉପରେ କାମ ଚା
ମୁମ୍ଵାଇ ୧୯।୦୫; ପୁଣି ଥରେ ଏକାଠି କାମ କରିବେ ଅଭିନେତା ଅମୀର ଖାନ ଏବଂ ନିର୍ଦ୍ଦେଶକ ରାଜକୁମାର ହିରାନୀ । ୨୦୦୯ରେ ରିଲିଜ୍ ହୋଇଥିବା "ଥ୍ରୀ ଇଡିଅଟ୍ସ" ଏବଂ ୨୦୧୪ରେ "ପିକେ" ର ଦମଦାର ସଫଳତା ପରେ ଏହି ଯୋଡ଼ି ପୁଣି ବଡ ପରଦାରେ ଧମାକା କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଦୁହେଁ ବର୍ତ୍ତମାନ 'ଦାଦା ସାହେବ ଫାଲକେ'ଙ୍କ ବାୟୋପିକ୍ କାମ କରିବାକୁ ଯାଉଛନ୍ତି । ଗତ କିଛି ଦିନ ଧରି ଫିଲ୍ମଟି ଏହାର କଳାକାରଙ୍କୁ ନେଇ ଖବରରେ ଥିଲା ।
ଦାଦା ସାହେବ ଫାଲକେ'ଙ୍କ ବାୟୋପିକ୍ ପାଇଁ ରାଜକୁମାର ହିରାନୀ ଏବଂ ଅମୀର ଖାନ ଏକାଠି କାମ କରିବେ ବୋଲି କଳ୍ପନାଜଳ୍ପନା କରାଯାଉଥିଲା । କିନ୍ତୁ ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ 'ଦାଦା ସାହେବ ଫାଲକେ'ଙ୍କ ବାୟୋପିକ୍ ବିଷୟରେ ବଡ ସୂଚନା ଦେଇଛନ୍ତି ।
ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ଅପଡେଟ୍ ସେୟାର କରି ତରଣ ଆଦର୍ଶ ଲେଖିଛନ୍ତି, 'ଅମୀର ଖାନ ଏବଂ ରାଜକୁମାର ହିରାନୀ ପୁଣିଥରେ ଦାଦାସାହେବ ଫାଲକେ ବାୟୋପିକ ପାଇଁ ଏକାଠି ହୋଇଛନ୍ତି । ଭାରତର ସ୍ୱାଧୀନତା ସଂଗ୍ରାମର ପୃଷ୍ଠଭୂମିରେ ନିର୍ମିତ ଏହି ଚଳଚ୍ଚିତ୍ରଟି ଭାରତୀୟ ସିନେମାର ମୂଳଦୁଆ ପକାଇଥିବା ବ୍ୟକ୍ତିଙ୍କ ଅସାଧାରଣ ଯାତ୍ରାକୁ ଦେଖାଇବ।
ଏହି ଦିନରୁ ଆରମ୍ଭ ସୁଟିଂ
ଫିଲ୍ମର ସ୍କ୍ରିପ୍ଟ ଏବଂ ସୁଟିଂ ବିଷୟରେ ସୂଚନା ଦେଇ ତରଣ ଲେଖିଛନ୍ତି, 'ସ୍କ୍ରିପ୍ଟ ଉପରେ କାମ ଚାରି ବର୍ଷ ଧରି ଚାଲିଛି, ଅମୀରଙ୍କ 'ସିତାରେ ଜମିନ୍ ପର' ରିଲିଜ୍ ହେବା ପରେ ଏହାର ପ୍ରସ୍ତୁତି ଆରମ୍ଭ କରିବେ । ୨୦୨୫ ଅକ୍ଟୋବରରୁ ସୁଟିଂ ଆରମ୍ଭ ହେବ ।ଲସ୍ ଆଞ୍ଜେଲସ୍ସ୍ଥିତ VFX ଷ୍ଟୁଡିଓକୁ AI-ଜେନେରେଟେଡ୍ ଭିଜୁଆଲ୍ ତିଆରି କରିବା ପାଇଁ ତାଲିକାଭୁକ୍ତ କରାଯାଇଛି ।