ଆସୁଛି ନିର୍ବାଚନ: ଭୋଟର ପରିଚୟପତ୍ର ନ ଥିଲେ ବି ଦେଇପାରିବେ ଭୋଟ୍‌

ଭଦ୍ରକ,୨୨।୩(ସନାତନ ରାଉତ): ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ନାମ ଥାଇ ଭୋଟର ପରିଚୟପତ୍ର ନ ଥିଲେ ମଧ୍ୟ ଭୋଟ୍‌ ଦେଇପାରିବେ। ଭଦ୍ରକ ଜିଲାର ୫ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ପାଇଁ ଆସନ୍ତା ଜୁନ୍‌ ୧ରେ ମତଦାନ ହେବ। ଭୋଟରମାନେ ଭୋଟର ପରିଚୟପତ୍ର ସାଙ୍ଗରେ ନେଇ ମତଦାନ କେନ୍ଦ୍ରକୁ ଯିବେ। ଭୋଟର ପରିଚୟପତ୍ର ନ ଥିଲେ ନିର୍ବାଚନ ଆୟୋଗ ଦ୍ୱାରା ସୂଚିତ ଆଧାର କାର୍ଡ, ଜବ୍‌କାର୍ଡ, ବ୍ୟାଙ୍କ ଓ ପୋଷ୍ଟାଲ ପାସବୁକ୍‌, ସ୍ବାସ୍ଥ୍ୟବୀମା […] The post ଆସୁଛି ନିର୍ବାଚନ: ଭୋଟର ପରିଚୟପତ୍ର ନ ଥିଲେ ବି ଦେଇପାରିବେ ଭୋଟ୍‌ appeared first on Dharitri Odia News.

ଆସୁଛି ନିର୍ବାଚନ: ଭୋଟର ପରିଚୟପତ୍ର ନ ଥିଲେ ବି ଦେଇପାରିବେ ଭୋଟ୍‌

ଭଦ୍ରକ,୨୨।୩(ସନାତନ ରାଉତ): ଆଗାମୀ ସାଧାରଣ ନିର୍ବାଚନରେ ଭୋଟର ତାଲିକାରେ ନାମ ଥାଇ ଭୋଟର ପରିଚୟପତ୍ର ନ ଥିଲେ ମଧ୍ୟ ଭୋଟ୍‌ ଦେଇପାରିବେ। ଭଦ୍ରକ ଜିଲାର ୫ ବିଧାନସଭା ଓ ଗୋଟିଏ ଲୋକ ସଭା ଆସନ ପାଇଁ ଆସନ୍ତା ଜୁନ୍‌ ୧ରେ ମତଦାନ ହେବ। ଭୋଟରମାନେ ଭୋଟର ପରିଚୟପତ୍ର ସାଙ୍ଗରେ ନେଇ ମତଦାନ କେନ୍ଦ୍ରକୁ ଯିବେ। ଭୋଟର ପରିଚୟପତ୍ର ନ ଥିଲେ ନିର୍ବାଚନ ଆୟୋଗ ଦ୍ୱାରା ସୂଚିତ ଆଧାର କାର୍ଡ, ଜବ୍‌କାର୍ଡ, ବ୍ୟାଙ୍କ ଓ ପୋଷ୍ଟାଲ ପାସବୁକ୍‌, ସ୍ବାସ୍ଥ୍ୟବୀମା ସ୍ମାର୍ଟକାର୍ଡ, ଡ୍ରାଇଭିଂ ଲାଇସେନ୍ସ, ପାନ୍‌କାର୍ଡ, ଦିବ୍ୟାଙ୍ଗ ପରିଚୟପତ୍ର ଆଦି ଅନ୍ୟ ୧୨ଟି ବିକଳ୍ପ ମଧ୍ୟରୁ ଯେକୌଣସି ଗୋଟିଏ ପରିଚୟପତ୍ର ଦେଖାଇ ଭୋଟ୍‌ ଦେଇପାରିବେ ବୋଲି ଜିଲା ନିର୍ବାଚନ ଅଧିକାରୀ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି। ପ୍ରକାଶଥାଉ କି, ଗତ ଜାନୁଆରୀ ୫ରେ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ଜିଲାରେ ୧୨,୬୪,୨୨୦ ଜଣ ଭୋଟର ଅଛନ୍ତି।

The post ଆସୁଛି ନିର୍ବାଚନ: ଭୋଟର ପରିଚୟପତ୍ର ନ ଥିଲେ ବି ଦେଇପାରିବେ ଭୋଟ୍‌ appeared first on Dharitri Odia News.