ଆସ୍ଥା ପୁନିଆ ନୌବାହିନୀର ପ୍ରଥମ ମହିଳା ପାଇଲଟ
ନୂଆଦିଲ୍ଲୀ: ସବ୍-ଲେଫ୍ଟନାଣ୍ଟ ଆସ୍ଥା ପୁନିଆ ଭାରତୀୟ ନୌବାହିନୀର ପ୍ରଥମ ମହିଳା ପାଇଲଟ ହେବାର ସୌଭାଗ୍ୟଲାଭ କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ବିମାନବାହୀ ଯୁଦ୍ଧଜାହାଜରେ ମୁତୟନ ମିଗ୍-୨୯କେ ବିମାନ ଉଡାଇବାର ସୁଯୋଗ ମିଳିବ ବୋଲି ଜଣାପଡିଛି। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ନୌବାହିନୀର ନାଭାଲ ଷ୍ଟାଫ୍ ସହକାରୀ ମୁଖ୍ୟ ରିୟର ଆଡମିରାଲ ଜନକ ବେଭ୍ଲି ତାଙ୍କୁ ‘ୱିଙ୍ଗ୍ସ ଅଫ୍ ଗୋଲ୍ଡ’ ପ୍ରଦାନ କରିଛନ୍ତି। ପୂର୍ବରୁ ଆମେରିକା, ବ୍ରିଟେନ ନୌବାହିନୀରେ ମହିଳା ପାଇଲଟଙ୍କୁ ସାମିଲ କରାଯାଇଥିବାବେଳେ ଭାରତ ପ୍ରଥମ ଥର ମହିଳା […]

ନୂଆଦିଲ୍ଲୀ: ସବ୍-ଲେଫ୍ଟନାଣ୍ଟ ଆସ୍ଥା ପୁନିଆ ଭାରତୀୟ ନୌବାହିନୀର ପ୍ରଥମ ମହିଳା ପାଇଲଟ ହେବାର ସୌଭାଗ୍ୟଲାଭ କରିଛନ୍ତି। ଆଗାମୀ ଦିନରେ ତାଙ୍କୁ ବିମାନବାହୀ ଯୁଦ୍ଧଜାହାଜରେ ମୁତୟନ ମିଗ୍-୨୯କେ ବିମାନ ଉଡାଇବାର ସୁଯୋଗ ମିଳିବ ବୋଲି ଜଣାପଡିଛି। ଶୁକ୍ରବାର ଏହି ପରିପ୍ରେକ୍ଷୀରେ ନୌବାହିନୀର ନାଭାଲ ଷ୍ଟାଫ୍ ସହକାରୀ ମୁଖ୍ୟ ରିୟର ଆଡମିରାଲ ଜନକ ବେଭ୍ଲି ତାଙ୍କୁ ‘ୱିଙ୍ଗ୍ସ ଅଫ୍ ଗୋଲ୍ଡ’ ପ୍ରଦାନ କରିଛନ୍ତି। ପୂର୍ବରୁ ଆମେରିକା, ବ୍ରିଟେନ ନୌବାହିନୀରେ ମହିଳା ପାଇଲଟଙ୍କୁ ସାମିଲ କରାଯାଇଥିବାବେଳେ ଭାରତ ପ୍ରଥମ ଥର ମହିଳା ପାଇଲଟଙ୍କୁ ଏଭଳି ସୁଯୋଗ ଦେଇଛି। ଅବଶ୍ୟ ଭାରତୀୟ ବାୟୁସେନାରେ ପୂର୍ବରୁ ମହିଳା ପାଇଲଟଙ୍କୁ ସାମିଲ କରାଯାଇସାରିଛି।