ଆସ୍ଥା ଭୋଟ୍ରେ ହାରିଲେ ପାଟଣା ବ୍ଲକ ଅଧ୍ୟକ୍ଷା, ନୂତନ ଅଧ୍ୟକ୍ଷା ହେଲେ…
ପାଟଣା,୧୪ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଗତ ଜାନୁଆରୀ ୪ରେ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ବ୍ଲକ ସଭାଗୃହରେ ମତଦାନ ହୋଇଥିଲା। ମୋଟ୍ ୩୪ଜଣ ସଭ୍ୟାସଭ୍ୟ ମତଦାନ କରିଥିଲେ। ଶୁକ୍ରବାର କଡ଼ା ସୁରକ୍ଷା ଭିତରେ ପୂର୍ବାହ୍ନ ୧୧ଟା ୩୦ରେ ଭୋଟ୍ ଗଣତି ଅନୁଷ୍ଠିତ ହୋଇଛି। ୩୪ ଭୋଟ ମଧ୍ୟରୁ ଅନାସ୍ଥା ସପକ୍ଷରେ ୩୩ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ଗୋଟିଏ ମାତ୍ର ଭୋଟ ପଡ଼ିଥିବା ରିଟର୍ନିଂ […] The post ଆସ୍ଥା ଭୋଟ୍ରେ ହାରିଲେ ପାଟଣା ବ୍ଲକ ଅଧ୍ୟକ୍ଷା, ନୂତନ ଅଧ୍ୟକ୍ଷା ହେଲେ… appeared first on Dharitri Odia News.
ପାଟଣା,୧୪ା୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀ ପାଟଣା ବ୍ଲକ ଅଧ୍ୟକ୍ଷା ସୁକାନ୍ତି ନାଏକଙ୍କ ବିରୋଧରେ ଗତ ଜାନୁଆରୀ ୪ରେ ଆଗତ ଅନାସ୍ଥା ପ୍ରସ୍ତାବ ନେଇ ବ୍ଲକ ସଭାଗୃହରେ ମତଦାନ ହୋଇଥିଲା। ମୋଟ୍ ୩୪ଜଣ ସଭ୍ୟାସଭ୍ୟ ମତଦାନ କରିଥିଲେ। ଶୁକ୍ରବାର କଡ଼ା ସୁରକ୍ଷା ଭିତରେ ପୂର୍ବାହ୍ନ ୧୧ଟା ୩୦ରେ ଭୋଟ୍ ଗଣତି ଅନୁଷ୍ଠିତ ହୋଇଛି। ୩୪ ଭୋଟ ମଧ୍ୟରୁ ଅନାସ୍ଥା ସପକ୍ଷରେ ୩୩ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ଗୋଟିଏ ମାତ୍ର ଭୋଟ ପଡ଼ିଥିବା ରିଟର୍ନିଂ ଅଫିସର ସାହାରପଡ଼ା ବିଡିଓ ରଞ୍ଜିତ ମହାନ୍ତ କହିଛନ୍ତି। ବର୍ତ୍ତମାନ ସେ ଉପାଧ୍ୟକ୍ଷା କାମଚଳା ବ୍ଲକ ଅଧ୍ୟକ୍ଷା ରହିବେ। ସବ୍କଲେକ୍ଟରିଙ୍କ ନିଯୁକ୍ତି ପରେ ସ୍ଥାୟୀ ବ୍ଲକ ଅଧ୍ୟକ୍ଷା ଭାବେ ନିଯୁକ୍ତି ପାଇବେ। ଆଜିର ଭୋଟ୍ ଗଣତି ପକ୍ରିୟାରେ ନିର୍ବାଚନ ଅଧିକାରୀ ଭାବେ ସାହାରପଡ଼ା ବିଡିଓ ମହାନ୍ତଙ୍କ ସହ ପାଟଣା ତହସିଲଦାର ଲୀଳାବତୀ ନାୟକ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ଘଟଗାଁ ଏବିଡିଓ ଚିତ୍ତରଞ୍ଜନ ନାୟକ, ଜିପିଡିଓ ରଶ୍ମୀରେଖା ମହାନ୍ତି, ପ୍ରମୁଖଙ୍କ ଉପସ୍ଥିତିରେ କଡ଼ାସୁରକ୍ଷା ବ୍ୟବସ୍ଥାରେ ଗଣତି ଅନୁଷ୍ଠିତ ହୋଇଥିଲା।
ଘଟଗାଁ ଏସ୍ଡିପିଓ ପ୍ରଭାତ କୁମାର ତ୍ରିପାଠୀ, ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼ ପ୍ରମୁଖ ୧ ସେକ୍ସନ ପୋଲିସ ଫୋର୍ସ ମୁତୟନ କରି ଆଇନ ଶୃଙ୍ଖଳା ରକ୍ଷା କରିଥିଲେ।
ସୂଚନା ଯେ, ହାଇକୋର୍ଟଙ୍କ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶରେ ଗଣତିକୁ ସ୍ଥଗିତ ରଖା ଯାଇଥିଲା। ହାଇକୋର୍ଟର ମାନ୍ୟବର ବିଚାରପତି ଜଷ୍ଟିସ୍ ଆର୍ କେ ପଟ୍ଟନାୟକ ଗତ ଏହି ମାମଲାର ଶୁଣାଣି କରି ତାଙ୍କ ନିର୍ଦ୍ଦେଶ ଡବ୍ଲ୍ୟୁପି (ସି) (୩୪)୨୦୨୫ ସଂରକ୍ଷିତ ଥିବା ଅନାସ୍ଥା ପ୍ରସ୍ତାବ ଭୋଟ୍ ଗଣତି ପାଇଁ ପୁନର୍ବାର ନିର୍ଦ୍ଦେଶ ଦେଇଥିଲେ ପାଟଣା ବ୍ଲକ ରାଜନୀତିର ଦୀର୍ଘ ୧ ମାସ ୧୩ ଦିନର ସସ୍ପେନ୍ସ ପରେ ଆଜି ସବୁ ସସ୍ପେନ୍ସ ହଟିଛି।
The post ଆସ୍ଥା ଭୋଟ୍ରେ ହାରିଲେ ପାଟଣା ବ୍ଲକ ଅଧ୍ୟକ୍ଷା, ନୂତନ ଅଧ୍ୟକ୍ଷା ହେଲେ… appeared first on Dharitri Odia News.