ଆହୁରି ଉଗ୍ର ହେବ କି’ ରୁଷ- ୟୁକ୍ରେନ ଯୁଦ୍ଧ ? କିଭ୍କୁ ମିସାଇଲ ଯୋଗାଇବ ଆମେରିକା
ନୂଆଦିଲ୍ଲୀ: ଯୁଦ୍ଧ ଶେଷ କରିବା ପାଇଁ ରୁଷ ରାଷ୍ଟ୍ରପତି ୟୁକ୍ରେନ ସହ ସିଧା କଥାବାର୍ତ୍ତା କରିବାକୁ ପ୍ରସ୍ତାବ ରଖିଛି ୟୁକ୍ରେନ। ଯାହା ପରେ ୩ ବର୍ଷରୁ ଅଧିକ ସମୟ ଧରି ଲାଗିରହିଥିବା ସଂଘର୍ଷ ବନ୍ଦ ହେବ ନେଇ ଆଶା ସଂଚାର ହୋଇଛି। ହେଲେ କିନ୍ତୁ ଟ୍ରମ୍ପ ପ୍ରଶାସନ ପୁଣି ଥରେ ଏଥିରେ ଘିଅ ଡାଳିବା କାମ କରିଛି। ରୁଷ-ୟୁକ୍ରେନର ସିଜଫାୟାର ବାର୍ତ୍ତା ମଧ୍ୟରେ ବଡ଼ କଣ୍ଟା ସାଜିଛି।ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଆମେରିକା ଜର୍ମାନ ଭଣ୍ଡାରରୁ ୟୁକ୍ରେନକୁ ୧୦୦ ପ୍ୟାଟ୍ରିୟଟ ଏୟାର- ଡିଫେନ୍ସ ମିସାଇଲ ଏବଂ ୧୨୫ ଲମ୍ବା ଦୂରତାର ଆର୍ଟିଲରୀ ରକେଟ ଦେବାକୁ ମଞ୍ଜୁରୀ ଦେଇଛି। ଆମେରିକାର ଏହି ପଦକ୍ଷେପ ପରେ ପୁଣି ଥରେ ଶାନ୍ତି ବାର୍ତ୍ତାକୁ ଧକ୍କା ଲାଗିଛି।ସୂଚନାଥାଉକି, ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କୀ ଦୀର୍ଘ ଦିନରୁ ଅଧିକ ଦୂରତାର ମିସାଇଲ ଏବଂ ପ୍ୟାଟ୍ରିୟଟ ସିଷ୍ଟମର ଦାବି କରିଆସୁଥିଲେ। ସେ ନିକଟରେ ହିଁ କହିଥିଲେ ଯେ, କିଭ ଆମେରିକା ହତିଆର ଉପରେ ୩୦-୫୦ ବିଲିୟନ ଡଲାର ଖର୍ଚ୍ଚ କରିବା କିମ୍ବା ଉତ୍ପାଦନ ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ ଏବଂ ସେ ନିଜ ସରକାରଙ୍କୁ ପ୍ୟାଟ୍ରିୟଟ ଡିଲ୍କୁ ଆଗକୁ ବଢ଼ାଇବାର ନିର୍ଦ୍ଦେଶ ଦେଇଛନ୍ତି।ଏହାର ପ୍ରତି ୟୁନିଟର ଖର୍ଚ୍ଚ ୧ ବିଲିୟନ ଡଲାରରୁ ଅଧିକ ଆଉ ଏହାକୁ ସଞ୍ଚାଳିତ କରିବା ପାଇଁ ପ୍ରାୟ ୯୦ କର୍ମୀଙ୍କ ଆବଶ୍ୟକ ହୋଇଥାଏ। ଜାନୁଆରୀରେ ଶାସନକୁ ଆସିବ ପରେ ଆମେରିକା ରାଷ୍
ନୂଆଦିଲ୍ଲୀ: ଯୁଦ୍ଧ ଶେଷ କରିବା ପାଇଁ ରୁଷ ରାଷ୍ଟ୍ରପତି ୟୁକ୍ରେନ ସହ ସିଧା କଥାବାର୍ତ୍ତା କରିବାକୁ ପ୍ରସ୍ତାବ ରଖିଛି ୟୁକ୍ରେନ। ଯାହା ପରେ ୩ ବର୍ଷରୁ ଅଧିକ ସମୟ ଧରି ଲାଗିରହିଥିବା ସଂଘର୍ଷ ବନ୍ଦ ହେବ ନେଇ ଆଶା ସଂଚାର ହୋଇଛି। ହେଲେ କିନ୍ତୁ ଟ୍ରମ୍ପ ପ୍ରଶାସନ ପୁଣି ଥରେ ଏଥିରେ ଘିଅ ଡାଳିବା କାମ କରିଛି। ରୁଷ-ୟୁକ୍ରେନର ସିଜଫାୟାର ବାର୍ତ୍ତା ମଧ୍ୟରେ ବଡ଼ କଣ୍ଟା ସାଜିଛି।
ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ, ଆମେରିକା ଜର୍ମାନ ଭଣ୍ଡାରରୁ ୟୁକ୍ରେନକୁ ୧୦୦ ପ୍ୟାଟ୍ରିୟଟ ଏୟାର- ଡିଫେନ୍ସ ମିସାଇଲ ଏବଂ ୧୨୫ ଲମ୍ବା ଦୂରତାର ଆର୍ଟିଲରୀ ରକେଟ ଦେବାକୁ ମଞ୍ଜୁରୀ ଦେଇଛି। ଆମେରିକାର ଏହି ପଦକ୍ଷେପ ପରେ ପୁଣି ଥରେ ଶାନ୍ତି ବାର୍ତ୍ତାକୁ ଧକ୍କା ଲାଗିଛି।
ସୂଚନାଥାଉକି, ୟୁକ୍ରେନ ରାଷ୍ଟ୍ରପତି ଜେଲନସ୍କୀ ଦୀର୍ଘ ଦିନରୁ ଅଧିକ ଦୂରତାର ମିସାଇଲ ଏବଂ ପ୍ୟାଟ୍ରିୟଟ ସିଷ୍ଟମର ଦାବି କରିଆସୁଥିଲେ। ସେ ନିକଟରେ ହିଁ କହିଥିଲେ ଯେ, କିଭ ଆମେରିକା ହତିଆର ଉପରେ ୩୦-୫୦ ବିଲିୟନ ଡଲାର ଖର୍ଚ୍ଚ କରିବା କିମ୍ବା ଉତ୍ପାଦନ ଲାଇସେନ୍ସ ପ୍ରାପ୍ତ କରିବା ପାଇଁ ପ୍ରସ୍ତୁତ ଏବଂ ସେ ନିଜ ସରକାରଙ୍କୁ ପ୍ୟାଟ୍ରିୟଟ ଡିଲ୍କୁ ଆଗକୁ ବଢ଼ାଇବାର ନିର୍ଦ୍ଦେଶ ଦେଇଛନ୍ତି।
ଏହାର ପ୍ରତି ୟୁନିଟର ଖର୍ଚ୍ଚ ୧ ବିଲିୟନ ଡଲାରରୁ ଅଧିକ ଆଉ ଏହାକୁ ସଞ୍ଚାଳିତ କରିବା ପାଇଁ ପ୍ରାୟ ୯୦ କର୍ମୀଙ୍କ ଆବଶ୍ୟକ ହୋଇଥାଏ। ଜାନୁଆରୀରେ ଶାସନକୁ ଆସିବ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ପାଇଁ ନୂଆ ସୈନ୍ୟ ସହାୟତାକୁ ମଞ୍ଜୁରୀ ଦେଇନଥିଲେ। ଏବେ ଯେତେବେଳେ ରୁଷ ଏହି ସଙ୍କେତ ଦେଇଛି ଯେ ସେ ୟୁକ୍ରେନ ଠାରୁ ବିନା ଆମେରିକାର ଅଙ୍କାରାରେ କଥାବାର୍ତ୍ତା କରିବାକୁ ଚାହୁଛି, ସେତେବେଳେ ଟ୍ରମ୍ପ ଏହାକୁ ମଞ୍ଜୁରୀ ଦେଇଛି।
ଖବର ମୁତାବକ ବାଇଡେନ ପ୍ରଶାସନର ସମୟରେ ମିଳିଥିବା ହତିଆର ଶେଷ ହୋଇଆସିଲାଣି। ଟ୍ରମ୍ପ ୟୁକ୍ରେନକୁ ହତିଆର ଦେବାରେ ରୁଚି ଦେଖାଇନଥିଲେ। ଯାହା ପରେ ୟୁରୋପ ସହଯୋଗୀଙ୍କ ଠାରୁ ସାହାଯ୍ୟ ମିଳିଥିଲା। ଏବେ ଟ୍ରମ୍ପ ଶାନ୍ତି ଆଶାରେ ୟୁକ୍ରେନକୁ ୧୦୦ ପ୍ୟାଟ୍ରିଏଟ ଏୟାର- ଡିଫେନ୍ସ ମିସାଇଲ ଏବଂ ୧୨୫ ଲମ୍ବ ଦୂରତାର ଆର୍ଟିଲରୀ ରକେଟ ସପ୍ଲାଏକୁ ମଞ୍ଜୁରୀ ଦେଇଛନ୍ତି।