ଆହୁରି କଠୋର ହେଲା ତାଲିବାନ; ଆଫଗାନିସ୍ତାନରେ ମହିଳା ଉଚ୍ଚ ସ୍ବରରେ କଥା ହେବା ମନା

କାବୁଲ: ଆଫଗାନିସ୍ତାନରେ ଆହୁରି କଠୋର ହେଲା ତାଲିବାନ । ପୂର୍ବରୁ ମହିଳାମାନେ ସର୍ବସାଧାରଣ ମୁହଁ ଦେଖାଇବା ଉପରେ ରୋକ୍ ଲଗିଥିଲା । ଏବେ ମହିଳାମାନେ ଉଚ୍ଚ ସ୍ବରରେ କଥା କହିପାରିବେନି କିମ୍ବା ବଡ଼ ପାଟିରେ ନମାଜ ପଢ଼ିପାରିବେନି । ଏନେଇ ତାଲିବାନ ସରକାର ଫତଓ୍ବା ଜାରି ରହିଛି । ମସ୍‌ଜିଦ ଯିବା ପାଇଁ ବି ସେମାନଙ୍କ ଉପରେ ଲଗାମ ଲାଗିଛି । ତାଲିବାନ୍‌  ମନ୍ତ୍ରୀ ମହମ୍ମଦ ଖାଲିଦ ହନାଫି କହିଛନ୍ତି,  ମହିଳାମାନେ କୁରାନ୍‌ ପଢ଼ିବାବେଳେ ଏତେ ଧୀର ସ୍ୱରରେ ପଢ଼ିବେ ଯେପରି ତାଙ୍କ ପାଖରେ ଥିବା ଅନ୍ୟ ମହିଳା ବି ତାହା ଶୁଣିପାରିବେନି । ମହିଳାଙ୍କୁ ଅଜାନ ପଢ଼ିବାକୁ ଅନୁମତି ନାହିଁ । ତେଣୁ ସେମାନେ ଗୀତ ଗାଇପାରିବେନି କି ଶୁଣିପାରିବେନି । ତେବେ ଏହି ଆଦେଶ କେବଳ କୁରାନ୍‌ ପଢ଼ିବା ଯାଏ ସୀମିତ ଅଛି । ଆଗକୁ ମହିଳାମାନେ ସାର୍ବଜନିକ ଭାବେ ମଧ୍ୟ କଥା ନ କହିବା ଲାଗି ତାଲିବାନ୍‌ ନିର୍ଦ୍ଦେଶ ଜାରି କରିପାରେ ବୋଲି  ଆଶଙ୍କା କରାଯାଇଛି । ଆଫଗାନିସ୍ତାନର ହେରାତରେ କାମ କରୁଥିବା ଜଣେ ନର୍ସ କହିଛନ୍ତି, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ସାର୍ବଜନିକ ଭାବେ କଥା କହିବାର ଅନୁମତି ନାହିଁ । ଏପରିକି ଡାକ୍ତରଖାନାରେ ବି ପୁରୁଷ ସହକର୍ମୀଙ୍କ ସହ ଚିକିତ୍ସା ସମ୍ବନ୍ଧରେ ବି କଥା ହୋଇପାରିବେ ନାହିଁ । ପୂର୍ବରୁ ତାଲିବାନର ସୁପ୍ରିମଲିଡର ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା କହିଥିଲେ ଯେ, ମହିଳାଙ୍କ ସ୍ୱର ଶୁଣିବା ଦ୍ୱାରା ପୁରୁଷଙ୍କ ମନ ପଥଭ୍ରଷ

ଆହୁରି କଠୋର ହେଲା ତାଲିବାନ; ଆଫଗାନିସ୍ତାନରେ ମହିଳା ଉଚ୍ଚ ସ୍ବରରେ କଥା ହେବା ମନା

କାବୁଲ: ଆଫଗାନିସ୍ତାନରେ ଆହୁରି କଠୋର ହେଲା ତାଲିବାନ । ପୂର୍ବରୁ ମହିଳାମାନେ ସର୍ବସାଧାରଣ ମୁହଁ ଦେଖାଇବା ଉପରେ ରୋକ୍ ଲଗିଥିଲା । ଏବେ ମହିଳାମାନେ ଉଚ୍ଚ ସ୍ବରରେ କଥା କହିପାରିବେନି କିମ୍ବା ବଡ଼ ପାଟିରେ ନମାଜ ପଢ଼ିପାରିବେନି । ଏନେଇ ତାଲିବାନ ସରକାର ଫତଓ୍ବା ଜାରି ରହିଛି । ମସ୍‌ଜିଦ ଯିବା ପାଇଁ ବି ସେମାନଙ୍କ ଉପରେ ଲଗାମ ଲାଗିଛି । ତାଲିବାନ୍‌  ମନ୍ତ୍ରୀ ମହମ୍ମଦ ଖାଲିଦ ହନାଫି କହିଛନ୍ତି,  ମହିଳାମାନେ କୁରାନ୍‌ ପଢ଼ିବାବେଳେ ଏତେ ଧୀର ସ୍ୱରରେ ପଢ଼ିବେ ଯେପରି ତାଙ୍କ ପାଖରେ ଥିବା ଅନ୍ୟ ମହିଳା ବି ତାହା ଶୁଣିପାରିବେନି । ମହିଳାଙ୍କୁ ଅଜାନ ପଢ଼ିବାକୁ ଅନୁମତି ନାହିଁ । ତେଣୁ ସେମାନେ ଗୀତ ଗାଇପାରିବେନି କି ଶୁଣିପାରିବେନି । ତେବେ ଏହି ଆଦେଶ କେବଳ କୁରାନ୍‌ ପଢ଼ିବା ଯାଏ ସୀମିତ ଅଛି । ଆଗକୁ ମହିଳାମାନେ ସାର୍ବଜନିକ ଭାବେ ମଧ୍ୟ କଥା ନ କହିବା ଲାଗି ତାଲିବାନ୍‌ ନିର୍ଦ୍ଦେଶ ଜାରି କରିପାରେ ବୋଲି  ଆଶଙ୍କା କରାଯାଇଛି । 

ଆଫଗାନିସ୍ତାନର ହେରାତରେ କାମ କରୁଥିବା ଜଣେ ନର୍ସ କହିଛନ୍ତି, ମହିଳା ସ୍ୱାସ୍ଥ୍ୟକର୍ମୀଙ୍କୁ ମଧ୍ୟ ସାର୍ବଜନିକ ଭାବେ କଥା କହିବାର ଅନୁମତି ନାହିଁ । ଏପରିକି ଡାକ୍ତରଖାନାରେ ବି ପୁରୁଷ ସହକର୍ମୀଙ୍କ ସହ ଚିକିତ୍ସା ସମ୍ବନ୍ଧରେ ବି କଥା ହୋଇପାରିବେ ନାହିଁ । ପୂର୍ବରୁ ତାଲିବାନର ସୁପ୍ରିମଲିଡର ମୁଲ୍ଲା ହିବାତୁଲ୍ଲା ଅଖୁନ୍ଦଜାଦା କହିଥିଲେ ଯେ, ମହିଳାଙ୍କ ସ୍ୱର ଶୁଣିବା ଦ୍ୱାରା ପୁରୁଷଙ୍କ ମନ ପଥଭ୍ରଷ୍ଟ ହେଉଛି । ତେଣୁ ସାର୍ବଜନିକ  ସ୍ଥାନରେ ମହିଳାଙ୍କ କଥା କହିବା ଉପରେ ଲଗାମ୍ ଲଗାଯିବା ଉଚିତ ।