ଆହୁରି ୨୪ ଘଣ୍ଟା କଲବଲ କରିବ ତାତି, ୨ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ଵର:  ରାଜ୍ୟରେ ଆହୁରି ଦିନେ ଗ୍ରୀଷ୍ମ ପ୍ରବାହ ସହ ୨୪ ଘଣ୍ଟା କଲବଲ କରିବ ତାତି। ଅସମ୍ଭାଳ ତାତି ସହ ୪୩ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ। ତେଣୁ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧ରୁ ବର୍ଷା ହେବ। ଆସନ୍ତା ୨୪  ଘଣ୍ଟାରେ କଳାହାଣ୍ଡି, ବଲାଙ୍ଗୀର,ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା  ଓ ଢେଙ୍କାନାଳ ଏହି ୮ ଜିଲ୍ଲାକୁ ନେଇ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ ।ସେହିପରି ଉଷ୍ମ  ଓ ଆଦ୍ର ସ୍ଥିତିକୁ ନେଇ ଗଜପତି, ଗଞ୍ଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର,  କଟକ, ଯାଜପୁର,  ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ,  ସମ୍ବଲପୁର  ଓ ଝାରସୁଗୁଡା ଏହି ୬ ଜିଲ୍ଲାକୁ ପ୍ରବଳ ଖରାକୁ ନେଇ  ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । Also read: ସୁଭଦ୍ରା ଦ୍ଵିତୀୟ କିସ୍ତିରେ ବାଦ୍ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ହିତାଧିକାରୀଏହାସହ  ଉଷ୍ମ  ଓ ଆଦ୍ର ସ୍ଥିତି କୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର,  କଟକ, ଯାଜପୁର,  ଭଦ୍ରକ, ବାଲେଶ୍ୱର ଓ କେନ

ଆହୁରି ୨୪ ଘଣ୍ଟା କଲବଲ କରିବ ତାତି, ୨ରୁ ରାଜ୍ୟରେ ବର୍ଷା ସମ୍ଭାବନା

ଭୁବନେଶ୍ଵର:  ରାଜ୍ୟରେ ଆହୁରି ଦିନେ ଗ୍ରୀଷ୍ମ ପ୍ରବାହ ସହ ୨୪ ଘଣ୍ଟା କଲବଲ କରିବ ତାତି। ଅସମ୍ଭାଳ ତାତି ସହ ୪୩ ଡିଗ୍ରୀ ଅତିକ୍ରମ କରିପାରେ ତାପମାତ୍ରା ବୋଲି ପୂର୍ବାନୁମାନ କରିଛି ପାଣିପାଗ  ବିଭାଗ। ତେଣୁ ଗ୍ରୀଷ୍ମ ପ୍ରବାହ ସହ ଉଷ୍ମ ଓ ଆଦ୍ର ସ୍ଥିତିକୁ ନେଇ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧ରୁ ବର୍ଷା ହେବ। 

ଆସନ୍ତା ୨୪  ଘଣ୍ଟାରେ କଳାହାଣ୍ଡି, ବଲାଙ୍ଗୀର,ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା  ଓ ଢେଙ୍କାନାଳ ଏହି ୮ ଜିଲ୍ଲାକୁ ନେଇ ଗ୍ରୀଷ୍ମ ପ୍ରବାହ ବା ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ ।ସେହିପରି ଉଷ୍ମ  ଓ ଆଦ୍ର ସ୍ଥିତିକୁ ନେଇ ଗଜପତି, ଗଞ୍ଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର,  କଟକ, ଯାଜପୁର,  ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।ସେହିପରି ଆସନ୍ତାକାଲି ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ,  ସମ୍ବଲପୁର  ଓ ଝାରସୁଗୁଡା ଏହି ୬ ଜିଲ୍ଲାକୁ ପ୍ରବଳ ଖରାକୁ ନେଇ  ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । 

Also read: ସୁଭଦ୍ରା ଦ୍ଵିତୀୟ କିସ୍ତିରେ ବାଦ୍ ପଡିଛନ୍ତି ୧ ଲକ୍ଷ ୮୩ ହଜାର ୭୮୫ ହିତାଧିକାରୀ

ଏହାସହ  ଉଷ୍ମ  ଓ ଆଦ୍ର ସ୍ଥିତି କୁ ନେଇ ଗଜପତି, ଗଂଜାମ , ନୟାଗଡ ,ଖୋର୍ଦ୍ଧା, ପୁରୀ, ଜଗତସିଂହପୁର,  କଟକ, ଯାଜପୁର,  ଭଦ୍ରକ, ବାଲେଶ୍ୱର ଓ କେନ୍ଦ୍ରାପଡା ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ଠାରୁ ହିଁ ତାପମାତ୍ରା   ଧୀରେ ଧୀରେ କମିବା ସହ ଆଉ ହିଟୱେଭର ସମ୍ଭାବନା ନଥିବା ପୂର୍ବାନୁମାନ କରିଛି ବିଭାଗ। ୨ରୁ ୩ ଦିନ ପରେ ୨ ରୁ ୩ ଡିଗ୍ରୀ ତାପମାତ୍ରା ହ୍ରାସ ହେବ।  ୩୦ ତାରିଖ ପରେ ହାଲୁକା ବର୍ଷାର ସମ୍ଭାବନା ରହିଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ୨,୩ ଓ ୪ ତାରିଖରେ  ହାଲକା ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ। ୨ ତାରିଖରେ ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ  ମେଘୁଆ ପାଗ ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକା ବର୍ଷା ସମ୍ଭାବନା।ସେହିପରି ୩ ରେ ମାଲକାନଗିରି,କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡା ଓ ୪ ରେ ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା  ଦେଇଛି ପାଣିପାଗ ବିଭାଗ। 


ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ୧ ରୁ ବର୍ଷା ହେବାର ସମ୍ଭାବନା ରହିଛି। ବର୍ତ୍ତମାନ ସ୍ଥଳ ଭାଗରେ ଜଳୀୟ ବାଷ୍ପ ରହୁଥିବାରୁ କାଳବୈଶାଖୀ ବର୍ଷା କରାଇ ପାରେ । କିନ୍ତୁ ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ଖରା ହୋଇପାରେ । ଗତ ୨୪ ଘଣ୍ଟାରେ ୧୮   ସ୍ଥାନରେ  ୪୦ ଡିଗ୍ରୀ  ଉପରେ   ତାପମାତ୍ରା ରହିଥିବା ବେଳେ ସର୍ବାଧିକ ତାପମାତ୍ରା  ୪୩ ଡିଗ୍ରୀ   ଝାରସୁଗୁଡ଼ାରେ ରେକର୍ଡ  ହୋଇଛି।ସେହିପରି ସମ୍ବଲପୁର ୪୧.୬ ,ହୀରାକୁଦ ୪୧.୨,ରାଉରକେଲା ଓ ଓ ଚାନ୍ଦବାଲି  ୪୦. ୪ ଓ ଭୁବନେଶ୍ୱର ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।