ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଛତ୍ରପୁର ବିଇଓଙ୍କ ଘରେ ପଶିଲା ଭିଜିଲାନ୍ସ

ଛତ୍ରପୁର,୩୧।୮(ସନ୍ତୋଷ ପାଢ଼ୀ): ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ସୀତାରାମଙ୍କ ବ୍ରହ୍ମପୁର ସ୍ଥିତ ଖୋଡ଼ାସିଙ୍ଗି ନିକଟ ରାମକୃଷ୍ଣନଗର ସପ୍ତମ ଲେନର ଦୁଇ ମହଲା କୋଠା, ଖୋଡ଼ାସିଙ୍ଗି ନିକଟ ଶରଧାବାଲି ପ୍ରଥମ ଲେନ ବିଜୟ ଟାୱାର-୨ର ଫ୍ଲାଟ୍‌ ନମ୍ବର ୩୦୪, ପୋଲସରାର କୋଳି ସାହିରେ ଥିବା ଦୁଇ ମହଲା କୋଠା ଓ […] The post ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଛତ୍ରପୁର ବିଇଓଙ୍କ ଘରେ ପଶିଲା ଭିଜିଲାନ୍ସ appeared first on Dharitri Odia News.

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଛତ୍ରପୁର ବିଇଓଙ୍କ ଘରେ ପଶିଲା ଭିଜିଲାନ୍ସ

ଛତ୍ରପୁର,୩୧।୮(ସନ୍ତୋଷ ପାଢ଼ୀ): ଭିଜିଲାନ୍ସ ଜାଲରେ ବ୍ଲକ ଶିକ୍ଷା ଅଧିକାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଜିଲାର ଛତ୍ରପୁର ବ୍ଲକ ଶିକ୍ଷା ଅଧିକାରୀ ସୀତାରାମ ପାତ୍ରଙ୍କ ଘରେ ଶନିବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି।

ସୀତାରାମଙ୍କ ବ୍ରହ୍ମପୁର ସ୍ଥିତ ଖୋଡ଼ାସିଙ୍ଗି ନିକଟ ରାମକୃଷ୍ଣନଗର ସପ୍ତମ ଲେନର ଦୁଇ ମହଲା କୋଠା, ଖୋଡ଼ାସିଙ୍ଗି ନିକଟ ଶରଧାବାଲି ପ୍ରଥମ ଲେନ ବିଜୟ ଟାୱାର-୨ର ଫ୍ଲାଟ୍‌ ନମ୍ବର ୩୦୪, ପୋଲସରାର କୋଳି ସାହିରେ ଥିବା ଦୁଇ ମହଲା କୋଠା ଓ ଗୋଟିଏ କୋଠା, ବ୍ରହ୍ମପୁର କଳିଙ୍ଗନଗର ସ୍ଥିତ ତାଙ୍କ ସମ୍ପର୍କୀୟଙ୍କ ଘରେ ଏବଂ ଛତ୍ରପୁର ସ୍ଥିତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଚାଲିଛି। ଏଥିରେ ରାଜ୍ୟ ଭିଜିଲାନ୍ସ ନେତୃତ୍ୱରେ ୫ ଡିଏସପି, ୪ ଇନ୍ସପେକ୍ଟର, ୫ ଏସଆଇ /ଏଏସଆଇ ଓ ଅନ୍ୟ ବିଭାଗର କର୍ମଚାରୀ ସାମିଲ ହୋଇଛନ୍ତି।

The post ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ଛତ୍ରପୁର ବିଇଓଙ୍କ ଘରେ ପଶିଲା ଭିଜିଲାନ୍ସ appeared first on Dharitri Odia News.