ଆୟକର ଢାଞ୍ଚା ସହଜ ଓ ସରଳ କରିବାକୁ କେନ୍ଦ୍ର ସରକାରଙ୍କ ଯୋଜନା: ସଂସଦରେ ଆଗତ ହେଲା ନୂଆ ଆୟକର ବିଲ୍
କନକ ବ୍ୟୁରୋ: ବଦଳିବାକୁ ଯାଉଛି ଦେଶର ଆୟକର ନିୟମ । ଆଜି ଲୋକସଭାରେ ଆଗତ ହୋଇଛି ନୂଆ ଆୟକର ବିଧେୟକ । ୬୨୨ ପୃଷ୍ଠା ବିଶିଷ୍ଟ ଏହି ବିଧେୟକ ୬ ଦଶକ ପୁରୁଣା ଆୟକର ଆକ୍ଟ ୧୯୬୧ ବଦଳରେ ଲାଗୁ ହେବ । ପ୍ରସ୍ତାବିତ ଆଇନକୁ ଆୟକର ଅଧିନିୟମ ୨୦୨୫ କୁହାଯିବ ଏବଂ ଏହା ଏପ୍ରିଲ ୨୦୨୬ରୁ ଲାଗୁ ହେବା ଆଶା କରାଯାଉଛି । ଗୁରୁବାର ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଦେଶର ପୁରୁଣା ପ୍ରଚଳିତ ଆୟକର ଆଇନକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ନୂଆ ଆଇନ ଅଣାଯାଇଛି । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲକୁ ଆଗତ କରିଛନ୍ତି। କୁହାଯାଉଛି, ନୂଆ ଆୟକର ବିଲ୍ ଏହି ଆଇନ ପୂରୁଣା ଆୟକର ଆଇନ ୧୯୬୧କୁ ବଦଳାଇଦେବ୬୩ ବର୍ଷ ପରେ ଆସିଥିବା ଏହି ନୂଆ ଆୟକର ବିଲରେ ଅନେକ ପରିବର୍ତ୍ତନ କରାଯାଇଛିପୂର୍ବ ଅପେକ୍ଷା ସରଳ, ସ୍ୱଚ୍ଛ ଏବଂ ସାଧାରଣ କରଦାତାଙ୍କ ବୁଝିବା ଭଳି କରାଯାଇଛିଦେଶରେ ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ଉନ୍ନତି ଉପର ଗୁରୁତ୍ବଟିକସ ଫାଙ୍କିବା ନେଇ ଥିବା ଦଣ୍ଡକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ରହିଛି୧୯୬୧ ଆୟକର ବିଲରେ ୮୮୦ ପୃଷ୍ଠା ଥିଲାନୂଆ ଆଇନର ପୃଷ୍ଠା ସଂଖ୍ୟା ୬୨୨କୁ ହ୍ରାସ ପାଇଛିନୂତନ ଟିକସ ବିଲରେ ୫୩୬ଟି ଧାରା ଏବଂ ୨୩ଟି ଅଧ୍ୟାୟ ରହିବ ନୂଆ ବିଲ୍ ଆଗତ ହେବା ସହ ଏହାକୁ ଚୟନ କମିଟି ନିକଟକୁ ତର୍ଜମା ପାଇଁ ପଠାଯିବ । ଚୟନ କମିଟିରେ କିଏ କିଏ ରହିବେ ସେନେଇ ଖୁବଶୀଘ୍ର

କନକ ବ୍ୟୁରୋ: ବଦଳିବାକୁ ଯାଉଛି ଦେଶର ଆୟକର ନିୟମ । ଆଜି ଲୋକସଭାରେ ଆଗତ ହୋଇଛି ନୂଆ ଆୟକର ବିଧେୟକ । ୬୨୨ ପୃଷ୍ଠା ବିଶିଷ୍ଟ ଏହି ବିଧେୟକ ୬ ଦଶକ ପୁରୁଣା ଆୟକର ଆକ୍ଟ ୧୯୬୧ ବଦଳରେ ଲାଗୁ ହେବ । ପ୍ରସ୍ତାବିତ ଆଇନକୁ ଆୟକର ଅଧିନିୟମ ୨୦୨୫ କୁହାଯିବ ଏବଂ ଏହା ଏପ୍ରିଲ ୨୦୨୬ରୁ ଲାଗୁ ହେବା ଆଶା କରାଯାଉଛି ।
ଗୁରୁବାର ସଂସଦରେ ଆଗତ ହୋଇଛି ନୂଆ ଆୟକର ବିଲ୍। ଦେଶର ପୁରୁଣା ପ୍ରଚଳିତ ଆୟକର ଆଇନକୁ ପରିବର୍ତ୍ତନ କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ନୂଆ ଆଇନ ଅଣାଯାଇଛି । ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ବିଲକୁ ଆଗତ କରିଛନ୍ତି। କୁହାଯାଉଛି,
ନୂଆ ଆୟକର ବିଲ୍
ଏହି ଆଇନ ପୂରୁଣା ଆୟକର ଆଇନ ୧୯୬୧କୁ ବଦଳାଇଦେବ
୬୩ ବର୍ଷ ପରେ ଆସିଥିବା ଏହି ନୂଆ ଆୟକର ବିଲରେ ଅନେକ ପରିବର୍ତ୍ତନ କରାଯାଇଛି
ପୂର୍ବ ଅପେକ୍ଷା ସରଳ, ସ୍ୱଚ୍ଛ ଏବଂ ସାଧାରଣ କରଦାତାଙ୍କ ବୁଝିବା ଭଳି କରାଯାଇଛି
ଦେଶରେ ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ଉନ୍ନତି ଉପର ଗୁରୁତ୍ବ
ଟିକସ ଫାଙ୍କିବା ନେଇ ଥିବା ଦଣ୍ଡକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ରହିଛି
୧୯୬୧ ଆୟକର ବିଲରେ ୮୮୦ ପୃଷ୍ଠା ଥିଲା
ନୂଆ ଆଇନର ପୃଷ୍ଠା ସଂଖ୍ୟା ୬୨୨କୁ ହ୍ରାସ ପାଇଛି
ନୂତନ ଟିକସ ବିଲରେ ୫୩୬ଟି ଧାରା ଏବଂ ୨୩ଟି ଅଧ୍ୟାୟ ରହିବ
ନୂଆ ବିଲ୍ ଆଗତ ହେବା ସହ ଏହାକୁ ଚୟନ କମିଟି ନିକଟକୁ ତର୍ଜମା ପାଇଁ ପଠାଯିବ । ଚୟନ କମିଟିରେ କିଏ କିଏ ରହିବେ ସେନେଇ ଖୁବଶୀଘ୍ର ଆସିବ ତାଲିକା । ସେପଟେ ଏହି ନୂଆ ଆୟକର ବିଲରେ ଆୟକର କ୍ଷେତ୍ରକୁ ନେଇ ଅନେକ ନୂଆ ଧାରା ପ୍ରଚଳନ କରାଯାଉଛି। ଯେମିତିକି ଏପର୍ୟ୍ୟନ୍ତ ବ୍ୟବହୃତ ମୂଲ୍ୟାଙ୍କନ ବର୍ଷ ଏବଂ ପୂର୍ବ ବର୍ଷକୁ ବଦଳାଇବା ପାଇଁ ବ୍ୟବସ୍ଥା କରାଯାଇଛି। ନୂଆ ଆଇନ ଅନୁସାରେ ଏବେ ଭାରତରେ ଏପ୍ରିଲ ୧ରୁ ମାର୍ଚ୍ଚ ୩୧ ତାରିଖ ଯାଏଁ ପ୍ରଚଳିତ ଆର୍ଥିକ ବର୍ଷକୁ ଟିକସ ବର୍ଷ କୁହାଯିବ।
ଏହି ବିଲକୁ ପ୍ରସ୍ତୁତ କରିବା ପାଇଁ ଦେଶର ଚାରୋଟି ବର୍ଗରେ ସାଧାରଣ ଲୋକଙ୍କ ମତାମତ ଏବଂ ପରାମର୍ଶ ଆମନ୍ତ୍ରିତ କରାଯାଇଥିଲା: ଭାଷାର ସରଳୀକରଣ, ମକଦ୍ଦମା ହ୍ରାସ, ଅନୁପାଳନର ଅଭାବ, ଏବଂ ଅନାବଶ୍ୟକ/ଅପ୍ରଚଳିତ ବ୍ୟବସ୍ଥା। ରିପୋର୍ଟ ଅନୁଯାୟୀ, ଆୟକର ବିଭାଗ ଆୟକର ବିଲର ସମୀକ୍ଷା ଉପରେ ଅଂଶୀଦାରମାନଙ୍କଠାରୁ ୬୫୦୦ ପରାମର୍ଶ ଗ୍ରହଣ କରିଛି ।