‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ କ୍ଷତି ହେଲାଣି ଏତିକି କୋଟି’

ଭୁବନେଶ୍ୱର,୨୭ା୩: ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC। ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି। ସେହିପରି ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବାବେଳେ […] The post ‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ କ୍ଷତି ହେଲାଣି ଏତିକି କୋଟି’ appeared first on Dharitri Odia News.

‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ କ୍ଷତି ହେଲାଣି ଏତିକି କୋଟି’

ଭୁବନେଶ୍ୱର,୨୭ା୩: ଆୟଠୁ ବ୍ୟୟ ବଢ଼ି ଯାଉଛି, କ୍ଷତିରେ ଚାଲୁଛି OSRTC। ଦୁଇ ବର୍ଷରେ OSRTC କ୍ଷତି କଲାଣି ୪୫ କୋଟି ୪୬ ଲକ୍ଷ ଟଙ୍କା। ଗୁରୁବାର ବିଧାନସଭାରେ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା।

ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ୧୮ କୋଟି ୮୩ ଲକ୍ଷ ଟଙ୍କା କ୍ଷତି ହୋଇଥିବାବେଳେ ୨୦୨୩-୨୪ ଆର୍ଥିକ ବର୍ଷରେ ୨୬ କୋଟି ୬୨ ଲକ୍ଷ ଟଙ୍କା କ୍ଷତି ହୋଇଛି। ସେହିପରି ୨୦୨୨-୨୩ରେ ୧୪୫ କୋଟି ଟଙ୍କା ଆୟ ହୋଇଥିବାବେଳେ ବ୍ୟୟ ହୋଇଛି ୧୬୪ କୋଟି ୧୨ ଲକ୍ଷ ଟଙ୍କା।

ମନ୍ତ୍ରୀ କହିଛନ୍ତି, ପରିବହନ ବିଭାଗର ୧୦୯ ସରକାରୀ ବସ୍‌ ଅଚଳ ହୋଇ ପଡ଼ିରହିଛି। ବିଗତ ୧୦ ବର୍ଷରେ ୫୪୦ଟି ବସ୍‌ କିଣିଥିଲା ପରିବହନ ବିଭାଗ। ସେଥିରୁ ୧୦୯ଟି ବସ ଯାନ୍ତ୍ରିକ ତ୍ରୁଟି ପାଇଁ ଅଚଳ ହୋଇପଡ଼ିଛି।

The post ‘ଆୟଠୁ ବଢ଼ିଯାଉଛି ବ୍ୟୟ, କ୍ଷତିରେ ଚାଲୁଛି OSRTC, ୨ ବର୍ଷରେ କ୍ଷତି ହେଲାଣି ଏତିକି କୋଟି’ appeared first on Dharitri Odia News.