ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା: ତତ୍କାଳୀନ ଆରଟିଓଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର,୨୯।୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଅରୁଣ କୁମାର ସାହୁ ସୋମବାର ଏକ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାର ଚୂଡାନ୍ତ ରାୟ ୨୨ବର୍ଷ ପରେ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ କଳାହାଣ୍ଡି ଜିଲା ଭବାନୀପାଟଣାର ତତ୍କାଳୀନ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ପ୍ରଫୁଲ କୁମାର ସାହୁ। ଜଜ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ରେ ଉକ୍ତ ଆରଟିଓ […] The post ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା: ତତ୍କାଳୀନ ଆରଟିଓଙ୍କୁ ୩ ବର୍ଷ ଜେଲ appeared first on Dharitri Odia News.

ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା: ତତ୍କାଳୀନ ଆରଟିଓଙ୍କୁ ୩ ବର୍ଷ ଜେଲ

ବ୍ରହ୍ମପୁର,୨୯।୭(ସୁବାସ ଚନ୍ଦ୍ର ପାଢ଼ୀ): ସ୍ବତନ୍ତ୍ର ଭିଜିଲାନ୍ସ ଜଜ ଅରୁଣ କୁମାର ସାହୁ ସୋମବାର ଏକ ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲାର ଚୂଡାନ୍ତ ରାୟ ୨୨ବର୍ଷ ପରେ ପ୍ରକାଶ ପାଇଛି। ଉପଯୁକ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ସେ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଜଣଙ୍କ କଳାହାଣ୍ଡି ଜିଲା ଭବାନୀପାଟଣାର ତତ୍କାଳୀନ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ପ୍ରଫୁଲ କୁମାର ସାହୁ। ଜଜ ଅଭିଯୁକ୍ତକୁ ୩ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୦୨ରେ ଉକ୍ତ ଆରଟିଓ ୫ ଗୋଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢଉ କରି ପୁଳାପୁଳା ଟଙ୍କା ଓ ସୁନାଗହଣା ଥିବା ଆକଳନ କରିଥିଲା। ତାଙ୍କ ଆୟବର୍ହିଭୁତ ସମ୍ପତ୍ତିର ଆରଟିଓ ସଠିକ ତଥ୍ୟ ଭିଜିଲାନ୍ସ ନିକଟରେ ଦାଖଲ କରିପାରି ନ ଥିଲେ।ତାଙ୍କ ବିରୋଧରେ ୨୧/୨୦୦୨ରେ ମାମଲା ରୁଜୁ ହୋଇଥିଲା। ସୋମବାର ଜଜ ଉକ୍ତ ମାମଲାର ଶୁଣାଣି କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁରେନ୍ଦ୍ର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।

The post ଆୟବର୍ହିଭୁତ ସମ୍ପତ୍ତି ଠୁଳ ମାମଲା: ତତ୍କାଳୀନ ଆରଟିଓଙ୍କୁ ୩ ବର୍ଷ ଜେଲ appeared first on Dharitri Odia News.