ଆୟୁର୍ବେଦର ପ୍ରଚାରପ୍ରସାର ଉପରେ ପତଞ୍ଜଳିର ଗୁରୁତ୍ୱ

ଭୁବନେଶ୍ୱର,୧୦ା୨: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ତତ୍ତ୍ୱାବଧାନରେ ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପରେ ଓ୍ବାର୍ଲ୍‌ଡ ବୁକ୍‌ ଫେୟାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଯୋଗଦେଇଥିଲେ। ଏ ଅବସରରେ ସେ କହିଥିଲେ, ସମଗ୍ର ବିଶ୍ୱରେ ‘ଯୋଗ’ ଏପରି ଏକ ଶବ୍ଦ ଯାହାକୁ ସମସ୍ତ ଭାଷାଭାଷୀ ଲୋକ ସେହି ସମାନ ଅର୍ଥରେ ବୁଝିପାରନ୍ତି। ବ୍ରିଦିଙ୍ଗ ଏକ୍ସରସାଇଜ୍‌, ଫିଜିକାଲ ଏକ୍ସରସାଇଜ୍‌, ଆସନ ଓ ପ୍ରାଣାୟମ ବିଷୟରେ ଅଧିକାଂଶ […] The post ଆୟୁର୍ବେଦର ପ୍ରଚାରପ୍ରସାର ଉପରେ ପତଞ୍ଜଳିର ଗୁରୁତ୍ୱ appeared first on Dharitri Odia News.

ଆୟୁର୍ବେଦର ପ୍ରଚାରପ୍ରସାର ଉପରେ ପତଞ୍ଜଳିର ଗୁରୁତ୍ୱ

ଭୁବନେଶ୍ୱର,୧୦ା୨: ଶିକ୍ଷା ମନ୍ତ୍ରଣାଳୟ ଅଧୀନ ରାଷ୍ଟ୍ରୀୟ ପୁସ୍ତକ ନ୍ୟାସ ତତ୍ତ୍ୱାବଧାନରେ ନୂଆଦିଲ୍ଲୀ ପ୍ରଗତି ମଇଦାନସ୍ଥିତ ଭାରତ ମଣ୍ଡପରେ ଓ୍ବାର୍ଲ୍‌ଡ ବୁକ୍‌ ଫେୟାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ପତଞ୍ଜଳି ଯୋଗପୀଠର ମହାମନ୍ତ୍ରୀ ଆଚାର୍ଯ୍ୟ ବାଲକ୍ରିଷ୍ଣା ଯୋଗଦେଇଥିଲେ। ଏ ଅବସରରେ ସେ କହିଥିଲେ, ସମଗ୍ର ବିଶ୍ୱରେ ‘ଯୋଗ’ ଏପରି ଏକ ଶବ୍ଦ ଯାହାକୁ ସମସ୍ତ ଭାଷାଭାଷୀ ଲୋକ ସେହି ସମାନ ଅର୍ଥରେ ବୁଝିପାରନ୍ତି। ବ୍ରିଦିଙ୍ଗ ଏକ୍ସରସାଇଜ୍‌, ଫିଜିକାଲ ଏକ୍ସରସାଇଜ୍‌, ଆସନ ଓ ପ୍ରାଣାୟମ ବିଷୟରେ ଅଧିକାଂଶ ଲୋକ ଜାଣନ୍ତି। ଏହାସହ ଆୟୁର୍ବେଦ ପ୍ରଚାର ପ୍ରସାର ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ପତଞ୍ଜଳି ପକ୍ଷରୁ ଓ୍ବାଲର୍‌ଡ ଇନ୍‌ସାଇକ୍ଲୋପିଡିଆ ନାମରେ ପ୍ରକାଶିତ ଏକ ମହାଗ୍ରନ୍ଥରେ ୩୨ ହଜାର ଔଷଧୀୟ ବୃକ୍ଷର ସଚିତ୍ର ବର୍ଣ୍ଣନା କରାଯାଇଥିବା ଆଚାର୍ଯ୍ୟ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ଆୟୁର୍ବେଦ ଆଧାରିତ ପୁସ୍ତକ ‘ସୌମିତ୍ରେୟନିଦାନମ୍‌’ ପ୍ରକାଶ ପାଇଛି। ସେ ଆହୁରି ମଧ୍ୟ କହିଲେ, ପତଞ୍ଜଳି ମାଧ୍ୟମରେ ଯୋଗ, ଆୟୁର୍ବେଦ ଶିକ୍ଷା, ଚିକିସତ୍ା, ଅନୁସନ୍ଧାନ, ପ୍ରାଚୀନ ପାଣ୍ଡୁଲିପି ଆଧାରିତ ଗ୍ରନ୍ଥ ତଥା ପ୍ରେରଣାଦାୟକ ଆଧ୍ୟାମତ୍ିକ ପୁସ୍ତକର ପ୍ରକାଶନ କରାଯାଇଛି। ଭାରତୀୟ ଶିକ୍ଷା ବୋର୍ଡ ଅନ୍ତର୍ଗତ ସ୍ବଦେଶୀ ଶିକ୍ଷା ବ୍ୟବସ୍ଥାରେ ପ୍ରଥମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମ ପ୍ରକାଶ କରାଯାଉଛି।

The post ଆୟୁର୍ବେଦର ପ୍ରଚାରପ୍ରସାର ଉପରେ ପତଞ୍ଜଳିର ଗୁରୁତ୍ୱ appeared first on Dharitri Odia News.