ଆୟୁଶ୍ରୀ ମଲିକ ‘ମିସ୍ ସୁପର ନ୍ୟାଶନାଲ’
ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍ ଡିଭା କସ୍ମୋ ୨୦୨୪’ର ବିଜେତା ଘୋଷିତ ହୋଇଛନ୍ତି। ଆସନ୍ତା ଜୁନ୍ ୨୭ରେ ପୋଲାଣ୍ଡର ମାଲୋପଲ୍ସ୍କାରେ ହେବାକୁଥିବା ‘ମିସ୍ ସୁପର ନ୍ୟାଶନାଲ ୨୦୨୫’ ପ୍ରତିଯୋଗିତାରେ ଆୟୁଶ୍ରୀ ଭାରତର ପ୍ରତିନିଧିତ୍ୱ କରିବେ। […] The post ଆୟୁଶ୍ରୀ ମଲିକ ‘ମିସ୍ ସୁପର ନ୍ୟାଶନାଲ’ appeared first on Dharitri Odia News.
ମୁମ୍ବାଇ, ୯ା୩: ମୁମ୍ବାଇରେ ଶୁକ୍ରବାର ବିଳମ୍ବିତ ରାତିରେ ‘ଲିଭା ମିସ୍ ଡିଭା’ ପ୍ରତିଯୋଗିତାର ଗ୍ରାଣ୍ଡ ଫିନାଲେ ଆୟୋଜିତ ହୋଇଯାଇଛି। ଏହି ଗ୍ରାଣ୍ଡ୍ ଫିନାଲେରେ ମଡେଲ ଆୟୁଶ୍ରୀ ମଲିକ ‘ଲିଭା ମିସ୍ ଡିଭା ସୁପର ନ୍ୟାଶନାଲ ୨୦୨୪’ ଭାବେ କ୍ରାଉନ୍ ହାତେଇଥିବା ବେଳେ ବିପ୍ରା ମେହେଟ୍ଟା ‘ଲିଭା ମିସ୍ ଡିଭା କସ୍ମୋ ୨୦୨୪’ର ବିଜେତା ଘୋଷିତ ହୋଇଛନ୍ତି। ଆସନ୍ତା ଜୁନ୍ ୨୭ରେ ପୋଲାଣ୍ଡର ମାଲୋପଲ୍ସ୍କାରେ ହେବାକୁଥିବା ‘ମିସ୍ ସୁପର ନ୍ୟାଶନାଲ ୨୦୨୫’ ପ୍ରତିଯୋଗିତାରେ ଆୟୁଶ୍ରୀ ଭାରତର ପ୍ରତିନିଧିତ୍ୱ କରିବେ। ସେହିପରି ଆସନ୍ତା ଡିସେମ୍ବରରେ ଭିଏଟ୍ନାମରେ ହେବାକୁ ଥିବା ‘ମିସ କସ୍ମୋ ୨୦୨୫’ ପ୍ରତିଯୋଗିତାରେ ବିପ୍ରା ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ।
‘ଲିଭା ମିସ୍ ଡିଭା ୨୦୨୪’ର ଗ୍ରାଣ୍ଡ୍ ଫିନାଲେରେ ୨ଟି ନୂତନ ଶ୍ରେଣୀରେ ପ୍ରଥମଥର ପାଇଁ ବିଜେତାଙ୍କ ନାମ ଘୋଷଣା କରାଯାଇଛି। ‘ମିସ୍ ଡିଭା ଫ୍ୟାଶନ ଡିଜାଇନର ୨୦୨୪’ ଭାବେ ଓଡ଼ିଶାର ସୁଦ୍ଧୃତି ପଡ଼ିହାରୀଙ୍କୁ ବିଜେତା ଘୋଷଣା କରାଯାଇଥିବାବେଳେ ବିହାରର ଅନନ୍ୟା ପ୍ରବୀଣ ମିସ୍ ଡିଭା କଣ୍ଟେଣ୍ଟ କ୍ରିଏଟର ୨୦୨୪’ର କ୍ରାଉନ୍ ହାତେଇଛନ୍ତି। ଏହି ଗ୍ରାଣ୍ଡ ଫିନାଲେରେ ‘ଲିଭା ମିସ୍ ଡିଭା ବ୍ୟୁଟି କୁଇନ୍ ୨୦୨୪’ର ବିଜେତା ରିତିକା ଖାଟ୍ନାନୀ, ସେଲିବ୍ରିଟି ଡିଜାଇନର ମନ୍ଦିରା ରିକ୍, ଅଭିନେତା ଫରଦିନ ଖାନ୍, ‘ମିସ୍ କସ୍ମୋ ୨୦୨୪’ର ବିଜେତା ତଥା ଇଣ୍ଡୋନେସୀୟ ମଡେଲ କେତୁତ ପର୍ମାତା ଜୁଲିଆଷ୍ଟ୍ରିଡ୍, ‘ମିସ୍ ସୁପର ନ୍ୟାଶନାଲ ୨୦୨୩’ର ବିଜେତା ତଥା ୟୁକୋଡୋରିଆନ ମଡେଲ ଆଣ୍ଡ୍ରିଆ ଏଗୁଇଲେରା ବିଚାରକ ଭାବେ ଯୋଗଦେଇଥିଲେ। ମଡେଲ ନେହଲ ଚୁଡାସମା ଓ ଅଭିନେତା ତନୁଜ ବିର୍ଓ୍ବାନୀ ଏହି ଗ୍ରାଣ୍ଡ ଫିନାଲେକୁ ହୋଷ୍ଟ କରିଥିଲେ।
The post ଆୟୁଶ୍ରୀ ମଲିକ ‘ମିସ୍ ସୁପର ନ୍ୟାଶନାଲ’ appeared first on Dharitri Odia News.