ଆୟୁଷ ଚିକିତ୍ସା ବୀମାଭୁକ୍ତ ନହେବାକୁ ନେଇ ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ
ନନ୍ଦିଘୋଷ ବ୍ୟୁରୋ: ବୀମାଭୁକ୍ତ ହେଉନାହିଁ ଆୟୁଷ ଚିକିତ୍ସା । ଏପରିକି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ... The post ଆୟୁଷ ଚିକିତ୍ସା ବୀମାଭୁକ୍ତ ନହେବାକୁ ନେଇ ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ appeared first on .
ନନ୍ଦିଘୋଷ ବ୍ୟୁରୋ: ବୀମାଭୁକ୍ତ ହେଉନାହିଁ ଆୟୁଷ ଚିକିତ୍ସା । ଏପରିକି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ନାହିଁ ଆୟୁଷ ପ୍ୟାକେଜ । ଏହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ । ଆଜି ଏନେଇ ସେ ସଂସଦରେ ପ୍ରଶ୍ନ କରିଛନ୍ତି । ରାଜ୍ୟର ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ ଚିକିତ୍ସା ସାମିଲ କରାଯିବା ସହ ଉଚ୍ଚ ରକ୍ତଚାପ କିମ୍ବା ମେଦ ବହୁଳତା ଭଳି ଲାଇଫ ଷ୍ଟାଇଲ ରୋଗର ଚିକିତ୍ସା ପାଇଁ ଆୟୁଷ ଚିକିତ୍ସାକୁ ପ୍ରୋତ୍ସାହିତ କରିବାକୁ କେନ୍ଦ୍ର ସରକାର କି ପଦକ୍ଷେପ ନେଉଛନ୍ତି ବୋଲି ମାନସ ପ୍ରଶ୍ନ କରିଥିଲେ ।
ଏହାର ଉତ୍ତରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ କହିଛନ୍ତି, କେନ୍ଦ୍ର ସରକାର ସବୁ ରାଜ୍ୟର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆୟୁଷ ଚିକିତ୍ସାକୁ କୋଲୋକେଟ କରିଛନ୍ତି । ଏଥିପାଇଁ ଆବଶ୍ୟକ ଭିତ୍ତିଭୂମୀ, ଔଷଧ ଓ ଯନ୍ତ୍ରପାତି କିଣା ବାବଦକୁ ଖର୍ଚ୍ଚ ଆୟୁଷ ମନ୍ତ୍ରଣାଳୟ ବହନ କରିଥାଏ । ଏହି କ୍ରମରେ ଓଡିଶାରେ ୪୨୨ଟି ଆୟୁଷ ଡିସପେନସାରୀ ଖୋଲାଯାଇଛି । ବିଭିନ୍ନ ସରକାରୀ ଡାକ୍ତରଖାନାରେ ୩୮ ଜଣ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଡାକ୍ତରଖାନାରେ କୋଲୋକେଟ ହୋଇଥିବା ଆୟୁଷ ଚିକିତ୍ସା କେନ୍ଦ୍ର ପାଇଁ ୯୪୫ ଜଣ ଆୟୁଷ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ସେହିଭଳି ବୀମାକୁ ନେଇ ଥିବା ସମସ୍ୟାର ସମାଧାନ ପାଇଁ ଆୟୁଷ ମନ୍ତ୍ରଣାଳୟ ବିଶେଷଜ୍ଞଙ୍କୁ ନେଇ ଏକ କୋର ଗ୍ରୁପ ଗଠନ କରିଛନ୍ତି । ଇନସ୍ୟୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥୋରିଟି ସହ ମଧ୍ୟ ଏନେଇ ମନ୍ତ୍ରଣାଳୟ ଏକାଧିକ ଥର ବୈଠକ କରିସାରିଲାଣି । ଏପରକି ଇନସ୍ୟୁରାନ୍ସ ରେଗୁଲେଟୋରୀ ଓ ଡେଭଲପମେଣ୍ଟ ଅଥୋରିଟି ମଧ୍ୟ ପଲିସିରେ ଆୟୁଷ ଚିକିତ୍ସାର ଅପସନ ଦେବାକୁ ପରାମର୍ଶ ଦେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଅନ୍ୟ ଏକ ପ୍ରଶ୍ନରେ ଆୟୁଷ ଚିକିତ୍ସା କ୍ଷେତ୍ରରେ କେନ୍ଦ୍ର ସରକାର ଷ୍ଟାର୍ଟଅପକୁ ସହାୟତା ଦେବାର କୌଣସି ବ୍ୟବସ୍ଥା କରିଛନ୍ତି ବୋଲି ମାନସ ମଙ୍ଗରାଜ ପ୍ରଶ୍ନ କରିଛନ୍ତି । ଏହାର ଉତ୍ତରରେ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ସେଭଳି କୌଣସି ବ୍ୟବସ୍ଥା ନାହିଁ । ତେବେ ଆୟୁର୍ବେଦରେ ଇନକ୍ୟୁବେସନ ସେଣ୍ଟର ପାଇଁ ମନ୍ତ୍ରଣାଳୟ ବୈଷୟିକ ଓ ଦକ୍ଷତା ବୃଦ୍ଧି କ୍ଷେତ୍ରରେ ସହଯୋଗ କରୁଛି ।
The post ଆୟୁଷ ଚିକିତ୍ସା ବୀମାଭୁକ୍ତ ନହେବାକୁ ନେଇ ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଉଦବେଗ appeared first on .