ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ସଜବାଜ, ଦାବିପତ୍ର ପ୍ରଦାନ

ସମ୍ବଲପୁର:ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ ଏଚଏମ୍)ରେ ରାଜ୍ୟରେ କାର୍ଯ୍ୟରତ ୩ ହଜାର ଆୟୁଷ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ।ସ୍ଥାୟୀ ନିଯୁକ୍ତି ସହିତ ଦରମା ବୃଦ୍ଧି ଆଦି ୧୦ ଦଫା ଦାବି ନେଇ ବିଗତ ଦିନରେ ତତ୍କାଳୀନ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମଧ୍ୟ ଅନେକ ଥର ଉପରିସ୍ଥ ଅଧୁବାରୀଙ୍କୁ ଭେଟି ଆଲୋଚନା କରିଥିଲେ ହେଁ କୌଣସି ସୁଫଳ […] The post ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ସଜବାଜ, ଦାବିପତ୍ର ପ୍ରଦାନ appeared first on Odisha.News.

ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ସଜବାଜ, ଦାବିପତ୍ର ପ୍ରଦାନ

ସମ୍ବଲପୁର:ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ ଏଚଏମ୍)ରେ ରାଜ୍ୟରେ କାର୍ଯ୍ୟରତ ୩ ହଜାର ଆୟୁଷ ଡାକ୍ତର କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ।ସ୍ଥାୟୀ ନିଯୁକ୍ତି ସହିତ ଦରମା ବୃଦ୍ଧି ଆଦି ୧୦ ଦଫା ଦାବି ନେଇ ବିଗତ ଦିନରେ ତତ୍କାଳୀନ ସରକାରଙ୍କୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିନଥିଲେ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିବା ପରେ ମଧ୍ୟ ଅନେକ ଥର ଉପରିସ୍ଥ ଅଧୁବାରୀଙ୍କୁ ଭେଟି ଆଲୋଚନା କରିଥିଲେ ହେଁ କୌଣସି ସୁଫଳ ମିଳିପାରିନି । ଏହାର ପ୍ରତିବାଦରେ ଆନ୍ଦୋଳନ ପାଇଁ ସମସ୍ତ ବର୍ଗର ଆୟୁଷ ଡାକ୍ତର ମାନେ ଏକତ୍ରିତ ହୋଇ ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି ଗଠନ କରି ୨୦ରେ ଆନ୍ଦୋଳନ କରିବେ ବୋଲି ଜଣାପଡ଼ିଛି । ପ୍ରତି ଜିଲ୍ଲାରେ ଜିଲ୍ଲାପାଳ ସମେତ ସିଡିଏମଓ ମାନଙ୍କୁ ମଧ୍ୟ ଦାବିପତ୍ର ପ୍ରଦାନ କରିଛନ୍ତି । ଏପରିପ୍ରେକ୍ଷୀରେ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଆୟୁଷ ଡାକ୍ତର ଲିଙ୍ଗରାଜ ଦାଶ,ଡ଼ା ପ୍ରଜ୍ଞା ପାରମିତା ପାତ୍ର ୧୦ ଦଫା ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାରଙ୍କ ଉଦ୍ଦେଶ୍ୟରେ ବିଜେପୁର ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ସୁଶାନ୍ତ ମେହେରଙ୍କୁ ଆଜି ପ୍ରଦାନ କରିଛନ୍ତି। ସୂଚନା ଯୋଗ୍ୟ ଯେ,ଦିର୍ଘ ଦିନରୁ ଚାକିରି ସ୍ଥାୟୀ ଏବଂ ଦରମା ବୃଦ୍ଧିକୁ ନେଇ ଦାବି କରି ଆସୁଥିବା ଆୟୁଷ ଡାକ୍ତର ମାନଙ୍କୁ ଓଡ଼ିଶା ସରକାର ଚିର ଅବହେଳିତ ଭାବେ ଦେଖି ଆସୁଛନ୍ତି।ଏହାର ପ୍ରତିବାଦରେ ଆସନ୍ତା ୨୦ ତାରିଖରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ଧାରଣ ଦିଆଯିବ ବୋଲି ଜଣାପଡ଼ିଛି। କାହିଁକି ଏ ଉଦାସୀନତା ମନୋଭାବ ଆୟୁଷ ଡାକ୍ତରଙ୍କ ପ୍ରତି ବୋଲି ଜନସାଧାରଣରେ ଉଦବେଗ ମନୋଭାବ ସୃଷ୍ଟି ହେଉଛି।ବର୍ଷବର୍ଷ ଧରି ନିରବଚ୍ଛିନ୍ନ ଭାବେ ସ୍ୱାସ୍ଥ୍ୟ ସେବା ଯୋଗାଇ ଆସୁଥିବା ଏହି ଡାକ୍ତର ମାନେ କୋଭିଡ ଭଳି ସାଂଘାତିକ ବ୍ୟାଧିରେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ।ଏହାର ସ୍ଥାୟୀ ସମାଧାନ ହେବା ଉଚିତ ବୋଲି ଜନମତ ପ୍ରକାଶ ପାଏ।

The post ଆୟୁଷ ଡାକ୍ତରଙ୍କ ଆନ୍ଦୋଳନ ପାଇଁ ସଜବାଜ, ଦାବିପତ୍ର ପ୍ରଦାନ appeared first on Odisha.News.