ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା
ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି। କେତେବେଳେ କେମିତି ଜଣେ ଡାକ୍ତର ନିଯୁକ୍ତି ପାଉଥିବା ବେଳେ ପରବର୍ତ୍ତୀ ମୂହୂର୍ତ୍ତରେ ତାଙ୍କୁ ସ୍ଥାନାନ୍ତର କରି ଦିଆଯାଉଛି। ଜଣେ ଆୟୁଷ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟସେବା ଚାଲୁଥିବା ବେଳେ ତାଙ୍କୁ ମଧ୍ୟ ସପ୍ତାହରେ ଥରେ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଇ ଦିଆଯାଉଛି। ଫଳରେ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର […] The post ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା appeared first on Dharitri Odia News.
ଭଦ୍ରକ,୧୮ା୫(ସନାତନ ରାଉତ): ଭଦ୍ରକ ଜିଲା ବନ୍ତ ବ୍ଲକର ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ଆୟୁଷ ଡାକ୍ତରରେ ସ୍ବାସ୍ଥ୍ୟସେବା ଚାଲିଛି। କେତେବେଳେ କେମିତି ଜଣେ ଡାକ୍ତର ନିଯୁକ୍ତି ପାଉଥିବା ବେଳେ ପରବର୍ତ୍ତୀ ମୂହୂର୍ତ୍ତରେ ତାଙ୍କୁ ସ୍ଥାନାନ୍ତର କରି ଦିଆଯାଉଛି। ଜଣେ ଆୟୁଷ ଡାକ୍ତରଙ୍କୁ ନେଇ ସ୍ବାସ୍ଥ୍ୟସେବା ଚାଲୁଥିବା ବେଳେ ତାଙ୍କୁ ମଧ୍ୟ ସପ୍ତାହରେ ଥରେ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଇ ଦିଆଯାଉଛି। ଫଳରେ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିବା ଲୋକେ ସ୍ବାସ୍ଥ୍ୟସେବାରୁ ବଞ୍ଚତ୍ତ ହେଉଛନ୍ତି।
ବନ୍ତ-ଆଗରପଡ଼ା ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଆଡ଼ିଆ, ରାମଚନ୍ଦ୍ରପୁର ପଞ୍ଚାୟତ ସମେତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ସଢ଼ା ଓ ସୋସୋ ପଞ୍ଚାୟତର ୪ ହଜାରରୁ ଊର୍ଦ୍ଧ୍ୱ ଲୋକ ନିର୍ଭରଶୀଳ। ମୁଖ୍ୟରାସ୍ତା କଡ଼ରେ ଡାକ୍ତରଖାନା ଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣାରେ ଶିକାର ହୋଇଥିବା ଆହତମାନେ ଆଶୁ ଚିକିତ୍ସା ପାଇଁ ଏଠାକୁ ଆସି ନିରାଶ ହେଉଛନ୍ତି। ଗତ ଜାନୁଆରୀରେ ଏଠାରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଚଳିତ ମାସରେ ତାଙ୍କର ମଧ୍ୟ ବଦଳି ହୋଇଯାଇଛି। ଡାକ୍ତର ନ ଥିବାରୁ ବିଭିନ୍ନ ସମୟରେ ରୋଗୀମାନେ ନିରାଶ ହୋଇ ଫେରୁଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହେଉଥିବା ସ୍ଥାନୀୟ ଅଞ୍ଚଳର ଶିକ୍ଷାବିତ୍ ପଦ୍ମନାଭ ସେଠୀ ପ୍ରକାଶ କରିଛନ୍ତି। ଏପରିକି ସେ ଶୁକ୍ରବାର ନିଜର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏଠାକୁ ଆସିଥିବା ବେଳେ ଦୀର୍ଘ ସମୟ ଅପେକ୍ଷା କରି ମଧ୍ୟ ଡାକ୍ତର ନ ଥିବାରୁ ନିରାଶ ହୋଇଥିବା କହିଛନ୍ତି। ଏଠାରେ ଜଣେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦେବାକୁ ଦାବି କରିବା ସହ ଏନେଇ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି।
ଏ ସମ୍ପର୍କରେ ଭାରପ୍ରାପ୍ତ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଆୟୁଷ ଡାକ୍ତର ଦିଲୀପ ସାହୁ କହିଛନ୍ତି, ସପ୍ତାହରେ ଗୋଟିଏ ଦିନ ତାଙ୍କୁ ଡେପୁଟେଶନରେ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ସିଡିଏମ୍ଓ ଡା. ସନ୍ତୋଷ ପାତ୍ର କହିଛନ୍ତି, ନିଯୁକ୍ତି ପାଇଥିବା ଡାକ୍ତରଙ୍କୁ ମେଡିକାଲ କଲେଜକୁ ସ୍ଥାନାନ୍ତର ପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି। ମେଡିକାଲ କଲେଜରେ ଡାକ୍ତର ଅଭାବରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟସେବା ଯୋଗାଇବାକୁ ବିଭିନ୍ନ ଡାକ୍ତରଙ୍କୁ ଡେପୁଟେଶନରେ ନିଆଯାଉଛି। ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରୁ ଆଗରପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଉଥିବା ଡାକ୍ତରଙ୍କ ଡେପୁଟେଶନ ଖୁବ୍ଶୀଘ୍ର ବାତିଲ କରାଯିବ ବୋଲି ସେ କହିଛନ୍ତି। ତେବେ କେବଳ ଅଡ଼ାଳପଙ୍କ ନୁହେଁ, ଏପରି ସ୍ଥିତି ଜିଲାର ବିଭିନ୍ନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଯାଉଛି।
The post ଆୟୁଷ ଡାକ୍ତରରେ ଚାଲିଛି ସ୍ବାସ୍ଥ୍ୟସେବା appeared first on Dharitri Odia News.