ଇ-ବର୍ଜ୍ୟରେ ଭାରତ ପ୍ରଥମ; ୧୦ ବର୍ଷରେ ୧୬୩% ବୃଦ୍ଧି, ସତର୍କ କରାଇଲା ଜାତିସଂଘ

ନୂଆଦିଲ୍ଲୀ,୧୫/୦୭: ରେଡିଓ ଆକ୍ଟିଭ୍ ବର୍ଜ୍ୟବସ୍ତୁରେ ଭାରତ ପ୍ରଥମ । ଇଲେକଟ୍ରୋନିକ୍ସ ସାମଗ୍ରୀରୁ ବାହାରୁଥିବା ବର୍ଜ୍ୟ ବୃଦ୍ଧି କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ଆଗୁଆ ରହିଛି । ସ୍କ୍ରିନ, କମ୍ପ୍ୟୁଟର,   କ୍ଷୁଦ୍ର ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ବାହାରୁଥିବା   ବର୍ଜ୍ୟ ୧୦ ବର୍ଷରେ ୧୬୩% ବଢ଼ିଛି ।   ୨୦୧୦ରୁ ୨୦୨୨ ମଧ୍ୟରେ ଏହା ବଢ଼ିଥିବା   ଜାତିସଂଘର ଟ୍ରେଡ୍ ଆଣ୍ଡ୍ ଡେଭଲପମେଣ୍ଟ  ଡିଜିଟାଲ ଇକୋନୋମି ରିସର୍ଚ୍ଚ  ରିପୋର୍ଟ ୨୦୨୪ରୁ ଏହା ଜଣାପଡିଛି ।  ଏ କ୍ଷେତ୍ରରେ ସାରା ବିଶ୍ୱକୁ ଦେଖିଲେ ଭାରତର ଅଂଶ ୨ ଗୁଣ ବଢ଼ିଛି । ଅର୍ଥାତ୍ ଦେଶ ପୂର୍ବ ଅପେକ୍ଷା ଅଧିକ ଏ ସମ୍ପର୍କିତ ବର୍ଜ୍ୟ ନିର୍ଗତ କରୁଛି । ୨୦୧୦ରେ ଏହା ୩.୧% ସ୍ତରରେ ଥିବା ବେଳେ ୨୦୨୨ରେ ୬.୪%କୁ ବୃଦ୍ଧି ହୋଇଛି । ୨୦୨୨ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକ ବେଶି ଇ-ବର୍ଜ୍ୟ ନିର୍ଗତ କରିଛନ୍ତି । ଏସିଆ ଅଞ୍ଚଳରୁ ନିର୍ଗତ ଇ-ବର୍ଜ୍ୟ କ୍ଷେତ୍ରରେ  ଚୀନର ଅଂଶ ପ୍ରାୟ ଅଧା ।ଏହି ରିପୋର୍ଟରେ ଇ-ବର୍ଜ୍ୟ ଯୋଗୁ ବିଶ୍ୱ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଉଛି । ଡିଜିଟାଲିକରଣ କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଗୁଡିକର ଠିକ୍‌ ପରିଚାଳନା ନ ହେଲେ ଏହା ପରିବେଶ ଏବଂ ମାନବ ସମାଜ ଲାଗି ସ୍ୱାସ୍ଥ୍ୟ ସଙ୍କଟ ଡାକି ଆଣିବ ବୋଲି ରିପୋର୍ଟରେ  ଆଶଙ୍କା କରାଯାଇଛି । ଏଭଳି ସାମଗ୍ରୀରୁ  ବାହାରୁଥିବା ହାନିକାରକ ଆର୍ସେନିକ,  କାଡ୍‌ମିୟମ,

ଇ-ବର୍ଜ୍ୟରେ ଭାରତ ପ୍ରଥମ; ୧୦ ବର୍ଷରେ ୧୬୩% ବୃଦ୍ଧି, ସତର୍କ କରାଇଲା ଜାତିସଂଘ

ନୂଆଦିଲ୍ଲୀ,୧୫/୦୭: ରେଡିଓ ଆକ୍ଟିଭ୍ ବର୍ଜ୍ୟବସ୍ତୁରେ ଭାରତ ପ୍ରଥମ । ଇଲେକଟ୍ରୋନିକ୍ସ ସାମଗ୍ରୀରୁ ବାହାରୁଥିବା ବର୍ଜ୍ୟ ବୃଦ୍ଧି କ୍ଷେତ୍ରରେ ସାରା ବିଶ୍ୱରେ ଭାରତ ଆଗୁଆ ରହିଛି । ସ୍କ୍ରିନ, କମ୍ପ୍ୟୁଟର,   କ୍ଷୁଦ୍ର ଆଇଟି ଏବଂ ଟେଲିକମ୍ୟୁନିକେଶନ କ୍ଷେତ୍ରରେ ବାହାରୁଥିବା   ବର୍ଜ୍ୟ ୧୦ ବର୍ଷରେ ୧୬୩% ବଢ଼ିଛି ।   ୨୦୧୦ରୁ ୨୦୨୨ ମଧ୍ୟରେ ଏହା ବଢ଼ିଥିବା   ଜାତିସଂଘର ଟ୍ରେଡ୍ ଆଣ୍ଡ୍ ଡେଭଲପମେଣ୍ଟ  ଡିଜିଟାଲ ଇକୋନୋମି ରିସର୍ଚ୍ଚ  ରିପୋର୍ଟ ୨୦୨୪ରୁ ଏହା ଜଣାପଡିଛି ।  

ଏ କ୍ଷେତ୍ରରେ ସାରା ବିଶ୍ୱକୁ ଦେଖିଲେ ଭାରତର ଅଂଶ ୨ ଗୁଣ ବଢ଼ିଛି । ଅର୍ଥାତ୍ ଦେଶ ପୂର୍ବ ଅପେକ୍ଷା ଅଧିକ ଏ ସମ୍ପର୍କିତ ବର୍ଜ୍ୟ ନିର୍ଗତ କରୁଛି । ୨୦୧୦ରେ ଏହା ୩.୧% ସ୍ତରରେ ଥିବା ବେଳେ ୨୦୨୨ରେ ୬.୪%କୁ ବୃଦ୍ଧି ହୋଇଛି । ୨୦୨୨ରେ ଏସିଆର ଅଭିବୃଦ୍ଧିଶୀଳ ଅର୍ଥନୀତିଗୁଡିକ ବେଶି ଇ-ବର୍ଜ୍ୟ ନିର୍ଗତ କରିଛନ୍ତି । ଏସିଆ ଅଞ୍ଚଳରୁ ନିର୍ଗତ ଇ-ବର୍ଜ୍ୟ କ୍ଷେତ୍ରରେ  ଚୀନର ଅଂଶ ପ୍ରାୟ ଅଧା ।

ଏହି ରିପୋର୍ଟରେ ଇ-ବର୍ଜ୍ୟ ଯୋଗୁ ବିଶ୍ୱ ସାମ୍ନା କରୁଥିବା ସମସ୍ୟା ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଉଛି । ଡିଜିଟାଲିକରଣ କ୍ଷେତ୍ରରେ ବ୍ୟବହୃତ ସାମଗ୍ରୀ ଗୁଡିକର ଠିକ୍‌ ପରିଚାଳନା ନ ହେଲେ ଏହା ପରିବେଶ ଏବଂ ମାନବ ସମାଜ ଲାଗି ସ୍ୱାସ୍ଥ୍ୟ ସଙ୍କଟ ଡାକି ଆଣିବ ବୋଲି ରିପୋର୍ଟରେ  ଆଶଙ୍କା କରାଯାଇଛି । ଏଭଳି ସାମଗ୍ରୀରୁ  ବାହାରୁଥିବା ହାନିକାରକ ଆର୍ସେନିକ,  କାଡ୍‌ମିୟମ, ଲିଡ୍‌ ଏବଂ ମରକ୍ୟୁରୀ ସମେତ ଅନ୍ୟ ବିଷାକ୍ତ ପଦାର୍ଥ ସମସ୍ୟା ସୃଷ୍ଟି କରୁଥିବା ଏଥିରେ କୁହାଯାଇଛି । 

ପରିବେଶକୁ କ୍ଷତି ପହଞ୍ଚାଉଥିବା ପ୍ରଡକ୍ଟ ପ୍ୟାକେଜିଂ ଏବଂ ବର୍ଜ୍ୟବସ୍ତୁ ପରିଚାଳନା କ୍ଷେତ୍ରରେ   ଭାରତର ଉଦ୍ୟମକୁ ୟୁଏନ୍‌ସିଟିଏଡି ବେଶ ପ୍ରଶଂସା କରିଛି । ଭାରତ ଏ କ୍ଷେତ୍ରରେ ପରିବେଶ ଉପଯୋଗୀ ପରିବହନ ଏବଂ  ଡେଲିଭରି ବ୍ୟବସ୍ଥା ହାତକୁ ନେଉଛି ବୋଲି କହିଛି ଜାତିସଂଘ । ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ସମ୍ପୂର୍ଣ୍ଣ ବନ୍ଦ କରିଛି ଆମାଜନ । ବବଲ ରାପ୍‌,ଏୟାର ପିଲୋ,   ପେପର କୁସନ ବ୍ୟବହାର ଦ୍ୱାରା ଏହା ପ୍ଲାଷ୍ଟିକ ପ୍ୟାକେଜିଂ ସାମଗ୍ରୀ ବ୍ୟବହାର ବନ୍ଦ କରିଛି । 

ସେହିଭଳି ଜ୍ୟାପ୍‌ ଇଲେକ୍ଟ୍ରିକ ଭଳି ଲାଷ୍ଟ ମାଇଲ୍ ଡେଲିଭରି କମ୍ପାନି ଘରୋଇ ବଜାରରେ ଇସ୍କୁଟର ଦ୍ୱାରା ସାମଗ୍ରୀ  ଲୋକଙ୍କ ନିକଟରେ ପହଞ୍ଚାଉଛି । ରିପୋର୍ଟ ମୁତାବକ, ୨୦୨୩ରେ ସାରା ବିଶ୍ୱର ମୋବାଇଲ ଟ୍ରାଫିକ କ୍ଷେତ୍ରରେ ଉତ୍ତର ପୂର୍ବ  ଏସିଆର ଅଂଶ ଏକ ତୃତୀୟାଂଶ ରହିଛି ।  ଭୁଟାନ, ଭାରତ ଏବଂ ନେପାଳ ଭଳି ଦେଶ   ଗୁଡିକ ଏହି ତାଲିକାରେ ରହିଛନ୍ତି । 

୨୦୨୯ ବେଳକୁ ବିଶ୍ୱର ୫ଜି ସବସ୍କ୍ରିପଶନ ୫୦୦ କୋଟି ଟପିବ  ବୋଲି ଆକଳନ କରାଯାଇଛି । ଯାହା ମୋଟ ମୋବାଇଲର ୬୦% ଅଂଶ ହାସଲ କରିବ । ବିଶେଷ କରି ଦକ୍ଷିଣ ପୂର୍ବ ଏସିଆରେ ଅଭିବୃଦ୍ଧି ଏ କ୍ଷେତ୍ରକୁ  ଯୋଗଦାନ ଦେବ । ଚାଇନା ଆଗର ରହିବାକୁ ଥିବାବେଳେ ଭାରତ ଏହା  ପରେ ଆସିବ । ଏବେ ଡିଜିଟାଲିକରଣ  ଦ୍ରୁତ ବେଗରେ ବଢ଼ୁଛି । 

କ୍ଲାଉଡ ଭିତ୍ତିକ ସେବା, ଡାଟା   ସେଣ୍ଟର ସ୍ଥାପନା ମଧ୍ୟ ଦ୍ରୁତ ହେଉଛି ।   ଚାହିଦାକୁ ନଜରରେ ରଖି ଅଧିକ କମ୍ପାନି  ଏ କ୍ଷେତ୍ରରେ ଉପସ୍ଥିତି ଜାହିର କରୁଛନ୍ତି ।  ୨୦୨୪ ସୁଦ୍ଧା ଏସିଆ ଏବଂ ପ୍ରଶାନ୍ତ  ମହାସାଗରୀୟ ଅଞ୍ଚଳରେ ମୋଟ ଡାଟା  ସେଣ୍ଟର ବଜାର ୨୮ ବିଲିୟନ ଡଲାର  ଛୁଇଁବ ବୋଲି ଆକଳନ କରାଯାଇଛି । ଡାଟା ସେଣ୍ଟର ବିକାଶ କ୍ଷେତ୍ରରେ ଚୀନ  ଆଗରେ ରହିବ । ସେହିଭଳି ଭାରତ  ଏବଂ ସିଙ୍ଗାପୁର ମଧ୍ୟ ଏ କ୍ଷେତ୍ରରେ ପ୍ରମୁଖ  ସ୍ଥାନରେ ରହିବେ ବୋଲି କୁହାଯାଇଛି