ଇଂଲଣ୍ଡ ଗସ୍ତ ପାଇଁ ଶ୍ରେୟସ ଆୟରଙ୍କୁ ଟିମ୍ ଇଣ୍ଡିଆରେ ମିଳିବନି ସ୍ଥାନ ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ଆଉ ପାଖାପାଖି ମାସେ ସମୟ ବାକି ରହିଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ନିକଟରେ ଟେଷ୍ଟରୁ ଅବସର ନେଇଥିବା  ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସ୍ଥାନରେ କାହାକୁ ସୁଯୋଗ ଦିଆଯିବ। ୧୫ ଜଣିଆ ଦଳରେ କେଉଁ କେଉଁ ଖେଳାଳିଙ୍କୁ ଚୟନ କରାଯିବ ତାକୁ ନେଇ ଚୟନକର୍ତ୍ତାଙ୍କୁ ବେଶ ଚିନ୍ତନ କରିବାକୁ ପଡ଼ିପାରେ। ତେବେ ଏହା ମଧ୍ୟରେ ଶ୍ରେୟସ ଆୟରଙ୍କୁ ନେଇ ବଡ଼ ଖୁଲାସା ହୋଇଛି।Also read: IPLର ବଳକା ମ୍ୟାଚ୍ ପାଇଁ ନୂଆ ନିୟମ, ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳି ଆଣିପାରିବେ ଟିମ୍ଦ ଟେଲିଗ୍ରାଫରେ ପ୍ରକାଶିତ ଖବର ଅନୁସାରେ, ଇଂଲଣ୍ଡ ଗସ୍ତ ପାଇଁ ଶ୍ରେୟସ ଆୟରଙ୍କୁ ଦଳରେ ଚୟନ କରାଯିବାର ସମ୍ଭାବନା ବହୁତ କମ ରହିଛି। ବିସିସିଆଇର ଜୈନକ ଅଧିକାରୀଙ୍କ ମତରେ ଭାରତୀୟ ଦଳ ଯଦି ଘରୋଇ ସିରିଜ୍ ଖେଳୁଥାନ୍ତା ତେବେ ଆୟରଙ୍କୁ ଦଳରେ ସ୍ଥାନ ମିଳିଥାନ୍ତା। ମାତ୍ର ବିଦେଶ ଗସ୍ତରେ ତାଙ୍କୁ ସ୍ଥାନ ମିଳିନ ପାରେ।ଜୈନକ ଅଧିକାରୀଙ୍କ ଅନୁସାରେ ଶ୍ରେୟସ ଆୟରଙ୍କୁ ଏବେ ବି ରେଡ୍ ବଲ୍‌ କ୍ରିକେଟ୍‌ରେ ଆଉ କିଛି ପରିଶ୍ରମ କରିବାର ଆବଶ୍ୟକତା ରହିଛି। ଆୟରଙ୍କ ଦିନିକିଆ କ୍ରିକେଟ୍‌ରେ ପ୍ରଦର୍ଶନ ଚମତ୍କାର ରହିଛି। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ କରି ଦଳକୁ ଜିତାଇବାରେ ମ

ଇଂଲଣ୍ଡ ଗସ୍ତ ପାଇଁ ଶ୍ରେୟସ ଆୟରଙ୍କୁ ଟିମ୍ ଇଣ୍ଡିଆରେ ମିଳିବନି ସ୍ଥାନ ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଇଂଲଣ୍ଡ ଗସ୍ତ ଜୁନ ୨୦ରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦେଶ ମଧ୍ୟରେ ଖେଳାଯିବାକୁ ଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌କୁ ଆଉ ପାଖାପାଖି ମାସେ ସମୟ ବାକି ରହିଛି। ତେବେ ସବୁଠୁ ବଡ଼ ପ୍ରଶ୍ନ ନିକଟରେ ଟେଷ୍ଟରୁ ଅବସର ନେଇଥିବା  ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ସ୍ଥାନରେ କାହାକୁ ସୁଯୋଗ ଦିଆଯିବ। ୧୫ ଜଣିଆ ଦଳରେ କେଉଁ କେଉଁ ଖେଳାଳିଙ୍କୁ ଚୟନ କରାଯିବ ତାକୁ ନେଇ ଚୟନକର୍ତ୍ତାଙ୍କୁ ବେଶ ଚିନ୍ତନ କରିବାକୁ ପଡ଼ିପାରେ। ତେବେ ଏହା ମଧ୍ୟରେ ଶ୍ରେୟସ ଆୟରଙ୍କୁ ନେଇ ବଡ଼ ଖୁଲାସା ହୋଇଛି।

Also read: IPLର ବଳକା ମ୍ୟାଚ୍ ପାଇଁ ନୂଆ ନିୟମ, ଅସ୍ଥାୟୀ ରିପ୍ଲେସମେଣ୍ଟରେ ଖେଳାଳି ଆଣିପାରିବେ ଟିମ୍

ଦ ଟେଲିଗ୍ରାଫରେ ପ୍ରକାଶିତ ଖବର ଅନୁସାରେ, ଇଂଲଣ୍ଡ ଗସ୍ତ ପାଇଁ ଶ୍ରେୟସ ଆୟରଙ୍କୁ ଦଳରେ ଚୟନ କରାଯିବାର ସମ୍ଭାବନା ବହୁତ କମ ରହିଛି। ବିସିସିଆଇର ଜୈନକ ଅଧିକାରୀଙ୍କ ମତରେ ଭାରତୀୟ ଦଳ ଯଦି ଘରୋଇ ସିରିଜ୍ ଖେଳୁଥାନ୍ତା ତେବେ ଆୟରଙ୍କୁ ଦଳରେ ସ୍ଥାନ ମିଳିଥାନ୍ତା। ମାତ୍ର ବିଦେଶ ଗସ୍ତରେ ତାଙ୍କୁ ସ୍ଥାନ ମିଳିନ ପାରେ।

ଜୈନକ ଅଧିକାରୀଙ୍କ ଅନୁସାରେ ଶ୍ରେୟସ ଆୟରଙ୍କୁ ଏବେ ବି ରେଡ୍ ବଲ୍‌ କ୍ରିକେଟ୍‌ରେ ଆଉ କିଛି ପରିଶ୍ରମ କରିବାର ଆବଶ୍ୟକତା ରହିଛି। ଆୟରଙ୍କ ଦିନିକିଆ କ୍ରିକେଟ୍‌ରେ ପ୍ରଦର୍ଶନ ଚମତ୍କାର ରହିଛି। ସେ ଚାମ୍ପିଅନ୍ସ ଟ୍ରଫିରେ ଭାରତ ପାଇଁ ସର୍ବାଧିକ ରନ କରି ଦଳକୁ ଜିତାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। 

କୁହାଯାଉଛି ଆୟରଙ୍କ ସଟ୍‌ ବଲ୍ ପ୍ରତି ଦୁର୍ବଳତା ରହିଛି। ଇଂଲଣ୍ଡରେ କେବଳ ବାଉନ୍ସ ବଲ୍ ଦେଖିବାକୁ ମିଳିନଥାଏ, ସେଠାରେ ଗତି ସହ ସୁଇଙ୍ଗ ମଧ୍ୟ ହୋଇଥାଏ। ଇଂଲଣ୍ଡର ପିଚ୍‌ ଦ୍ରୁତ ବୋଲରଙ୍କ ପାଇଁ ଭୂସ୍ଵର୍ଗ। ତେଣୁ ବଲ୍‌କୁ ଛାଡ଼ିବା ବହୁତ ଜରୁରୀ। ଏହି ରିପୋର୍ଟରେ ବିସିସିଆଇର ଅଧିକାରୀ କହିଛନ୍ତି, ଶ୍ରେୟସ ଆୟର ପ୍ରାକୃତିକ ଭାବେ ଆକ୍ରମଣାତ୍ମକ କ୍ରିକେଟ୍ ଖେଳିଥାନ୍ତି ଏବଂ ଶୀଘ୍ର ରନ କରିବାକୁ ଉଦ୍ୟମ କରିଥାନ୍ତି। ଏଥିପାଇଁ ବଲ୍‌କୁ ହିଟ୍ କରିବା କି ନ କରିବା ମଧ୍ୟରେ ନିଷ୍ପତ୍ତି ନେବା ତାଙ୍କ ପାଇଁ ମୁସ୍କିଲ ହୋଇପାରେ। ଆୟରଙ୍କୁ ଭାରତୀୟ ଟେଷ୍ଟ ଦଳରେ ସ୍ଥାନ ନ ମିଳିବାର ଏହା ମୁଖ୍ୟ କାରଣ ହୋଇପାରେ।