ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ସରଫରାଜ ଓ ଧ୍ରୁବ ଜୁରେଲ

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ରାଜକୋଟରେ ଖେଳାଯିବାକୁ ତୃତୀୟ ଟେଷ୍ଟରେ ସର୍‌ଫରାଜ ଖାନ୍‌ଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିପାରେ। ତାଙ୍କ ସହିତ ୱିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ ମଧ୍ୟ ଟିମ୍‌ରେ ଡେବ୍ୟୁ କରିବା ନେଇ ଏକପ୍ରକାର ନିଶ୍ଚିତ ହୋଇଛି।   ଆହତ କାରଣରୁ କେଏଲ ରାହୁଲ ତୃତୀୟ ଟେଷ୍ଟରେ ମଧ୍ୟ ଖେଳି ପାରିବେ ନାହିଁ। ଦ୍ୱିତୀୟ ଟେଷ୍ଟରେ କେ.ଏଲ୍ ରାହୁଲଙ୍କ ସ୍ଥାନ ନେଇଥିବା ରଜତ ପାଟିଦାର ଟିମ୍‌ରେ ରହିବେ। କିନ୍ତୁ କେ.ଏଲ୍ ରାହୁଲଙ୍କ ସ୍ଥାନ ନେଇଥିବା ଦେବଦତ୍ତ ପାଡିକଲଙ୍କୁ ଡେବ୍ୟୁ ପାଇଁ ଆହୁରି ଅପେକ୍ଷା କରିବାକୁ ପଡିବ। କେଏଲ୍ ରାହୁଲ ଫିଟ୍ ହୋଇ ନାହାନ୍ତି ସେପଟେ ଖରାପ ଫର୍ମ ପାଇଁ ଶ୍ରେୟସ୍ ଆୟରଙ୍କୁ ଟିମ୍ ଇଣ୍ଡିଆରୁ ଡ୍ରପ କରାଯାଇଛି। ଏଭଳି ପରିସ୍ଥିତିରେ ସରଫରାଜ ଖାନଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ଦେବା ବ୍ୟତୀତ ଭାରତର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଶୁଣିବାକୁ ମିଳୁଛି। ଯଦି ଟିମ୍‌ରେ ସାମିଲ୍ ହେଲେ ତେବେ ସର୍‌ଫରାଜ ତୃତୀୟ ଟେଷ୍ଟରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ। The post ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ସରଫରାଜ ଓ ଧ୍ରୁବ ଜୁରେଲ appeared first on Prameya News7.

ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ସରଫରାଜ ଓ ଧ୍ରୁବ ଜୁରେଲ

sarfaraj-khan

ନୂଆଦିଲ୍ଲୀ: ଫେବ୍ରୁଆରୀ ୧୫ ତାରିଖରେ ଇଂଲଣ୍ଡ ବିପକ୍ଷରେ ରାଜକୋଟରେ ଖେଳାଯିବାକୁ ତୃତୀୟ ଟେଷ୍ଟରେ ସର୍‌ଫରାଜ ଖାନ୍‌ଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ମିଳିପାରେ। ତାଙ୍କ ସହିତ ୱିକେଟ୍ କିପର ବ୍ୟାଟର ଧ୍ରୁବ ଜୁରେଲ ମଧ୍ୟ ଟିମ୍‌ରେ ଡେବ୍ୟୁ କରିବା ନେଇ ଏକପ୍ରକାର ନିଶ୍ଚିତ ହୋଇଛି।  

ଆହତ କାରଣରୁ କେଏଲ ରାହୁଲ ତୃତୀୟ ଟେଷ୍ଟରେ ମଧ୍ୟ ଖେଳି ପାରିବେ ନାହିଁ। ଦ୍ୱିତୀୟ ଟେଷ୍ଟରେ କେ.ଏଲ୍ ରାହୁଲଙ୍କ ସ୍ଥାନ ନେଇଥିବା ରଜତ ପାଟିଦାର ଟିମ୍‌ରେ ରହିବେ। କିନ୍ତୁ କେ.ଏଲ୍ ରାହୁଲଙ୍କ ସ୍ଥାନ ନେଇଥିବା ଦେବଦତ୍ତ ପାଡିକଲଙ୍କୁ ଡେବ୍ୟୁ ପାଇଁ ଆହୁରି ଅପେକ୍ଷା କରିବାକୁ ପଡିବ।

କେଏଲ୍ ରାହୁଲ ଫିଟ୍ ହୋଇ ନାହାନ୍ତି ସେପଟେ ଖରାପ ଫର୍ମ ପାଇଁ ଶ୍ରେୟସ୍ ଆୟରଙ୍କୁ ଟିମ୍ ଇଣ୍ଡିଆରୁ ଡ୍ରପ କରାଯାଇଛି। ଏଭଳି ପରିସ୍ଥିତିରେ ସରଫରାଜ ଖାନଙ୍କୁ ଡେବ୍ୟୁ କରିବାକୁ ସୁଯୋଗ ଦେବା ବ୍ୟତୀତ ଭାରତର ଅନ୍ୟ କୌଣସି ବିକଳ୍ପ ନାହିଁ ବୋଲି ଶୁଣିବାକୁ ମିଳୁଛି। ଯଦି ଟିମ୍‌ରେ ସାମିଲ୍ ହେଲେ ତେବେ ସର୍‌ଫରାଜ ତୃତୀୟ ଟେଷ୍ଟରେ ଚତୁର୍ଥ ନମ୍ବରରେ ବ୍ୟାଟିଂ କରିବେ।

The post ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରିପାରନ୍ତି ସରଫରାଜ ଓ ଧ୍ରୁବ ଜୁରେଲ appeared first on Prameya News7.