ଇଂଲଣ୍ଡ ବିପକ୍ଷରେ ଆଉ ଏକ ଶତକ ମାରିଲେ ଯଶସ୍ୱୀ

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ କ୍ୟାରିଅରର ପ୍ରଥମ ଦ୍ୱିଶତକ ହାସଲ କରିଥିବା ଯଶସ୍ୱୀ ଆଜି ଆଉ ଏକ ଶତକ ମାରିଛନ୍ତି।

ଇଂଲଣ୍ଡ ବିପକ୍ଷରେ ଆଉ ଏକ ଶତକ ମାରିଲେ ଯଶସ୍ୱୀ

ଟେଷ୍ଟ କ୍ୟାରିଅରରେ ଆଉ ଏକ ଶତକୀୟ ପାଳି ଖେଳିଛନ୍ତି ଯଶସ୍ୱୀ ଜୈସ୍ୱାଲ। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ଆଜି ସେ ମାରିଛନ୍ତି ଶତକ। ଏହା ହେଉଛି ଇଂଲଣ୍ଡ ବିରୋଧରେ ତାଙ୍କର ଦ୍ୱିତୀୟ ଶତକ। ଏହା ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ଦ୍ୱିଶତକ ମାରିଥିଲେ।

ତୃତୀୟ ଟେଷ୍ଟର ଦ୍ୱିତୀୟ ଇନିଂସରେ ୧୨୨ଟି ବଲ୍‌ରୁ ୧୦୦ ରନ୍ କରିଥିଲେ ଯଶସ୍ୱୀ। ୯ଟି ଚୌକା ଓ ୫ଟି ଛକା ସହାୟତାରେ ସେ ଶତକ ମାରିଥିଲେ। ଯଶସ୍ୱୀ ଏଯାବତ ୬ଟି ଟେଷ୍ଟ ଖେଳିଥିବା ବେଳେ ଏହା ହେଉଛି ତାଙ୍କର ତୃତୀୟ ଶତକ। ୱେଷ୍ଟଇଣ୍ଡିଜ ବିପକ୍ଷ ଡେବ୍ୟୁ ମ୍ୟାଚରେ ପ୍ରଥମ ଶତକ ହାସଲ କରିଥିଲେ ଯଶସ୍ୱୀ। 

ଯଶସ୍ୱୀ ଆଜି ୧୩୩ଟି ବଲ୍‌ରୁ ୧୦୪ ରନ୍ କରିଥିବା ବେଳେ ରିଟାୟାର୍ଡ ହର୍ଟ ହୋଇ ପ୍ୟାଭିଲିୟନକୁ ଚାଲି ଯାଇଥିଲେ। ଶୁବମନ ଗିଲ୍‌ଙ୍କ ସହିତ ତାଙ୍କର ୧୫୫ ରନ୍‌ର ପାର୍ଟନରଶିପ୍ ହୋଇଥିଲା।