ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା, ଆଘାତ ଯୋଗୁଁ ୪ ମାସ ପାଇଁ ଖେଳି ପାରିବେନି ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ଚାରି ମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଉଡଙ୍କ ବାମ ଆଣ୍ଠୁ ଲିଗାମେଣ୍ଟରେ ଅସ୍ତ୍ରୋପଚାର କରାଯାଇଥିଲା। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର ଉଡଙ୍କ ଆଘାତ ସମ୍ପର୍କରେ ନିଶ୍ଚିତ କରିଛି। ଦ୍ରୁତ ବୋଲର ଏବେ ଡାକ୍ତରୀ ଦଳ ସହିତ କାମ କରିବେ ଯାହା ଦ୍ୱାରା ସେ ଯଥାଶୀଘ୍ର ଜାତୀୟ ଦଳକୁ ଫେରିପାରିବେ। ଉଡ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଦଳର ଅଂଶ ଥିଲେ, ଯିଏ ଗୋଟିଏ ବି […] The post ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା, ଆଘାତ ଯୋଗୁଁ ୪ ମାସ ପାଇଁ ଖେଳି ପାରିବେନି ଦ୍ରୁତ ବୋଲର appeared first on Dharitri Odia News.
ନୂଆଦିଲ୍ଲୀ,୧୩।୩: ଇଂଲଣ୍ଡର ଦ୍ରୁତ ବୋଲର ମାର୍କ ଉଡ ଚାରି ମାସ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଉଡଙ୍କ ବାମ ଆଣ୍ଠୁ ଲିଗାମେଣ୍ଟରେ ଅସ୍ତ୍ରୋପଚାର କରାଯାଇଥିଲା। ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଗୁରୁବାର ଉଡଙ୍କ ଆଘାତ ସମ୍ପର୍କରେ ନିଶ୍ଚିତ କରିଛି।
ଦ୍ରୁତ ବୋଲର ଏବେ ଡାକ୍ତରୀ ଦଳ ସହିତ କାମ କରିବେ ଯାହା ଦ୍ୱାରା ସେ ଯଥାଶୀଘ୍ର ଜାତୀୟ ଦଳକୁ ଫେରିପାରିବେ। ଉଡ ଚାମ୍ପିୟନ୍ସ ଟ୍ରଫିରେ ଇଂଲଣ୍ଡ ଦଳର ଅଂଶ ଥିଲେ, ଯିଏ ଗୋଟିଏ ବି ମ୍ୟାଚ ଜିତି ନପାରି ଗ୍ରୁପ ପର୍ଯ୍ୟାୟରୁ ବାଦ ପଡ଼ିବା ପରେ ସ୍ବଦେଶ ଫେରିଥିଲା।
ଆଫଗାନିସ୍ତାନ ବିପକ୍ଷ ମ୍ୟାଚ ସମୟରେ ମାର୍କ ଉଡ ଅସହଜ ଅନୁଭବ କରିଥିଲେ, ଯାହା ଫଳରେ ସେ ପଡ଼ିଆ ଛାଡି ଦେଇଥିଲେ। ଡର୍ହାମ ଦ୍ରୁତ ବୋଲର ଆଫଗାନିସ୍ତାନ ବିପକ୍ଷରେ ୮ ଓଭର ବୋଲିଂ କରିଥିଲେ ଏବଂ ୫୦ ରନ ଦେଇଥିଲେ। ଏହା ପରେ, ଅଷ୍ଟ୍ରେଲିଆ ବିପକ୍ଷରେ, ମାର୍କ ଉଡ ୯.୩ ଓଭରରେ ୭୫ ରନ ଦେଇ ଗୋଟିଏ ୱିକେଟ ନେଇଥିଲେ।
ECBର ସରକାରୀ ଅପଡେଟ ଅନୁସାରେ, ୩୫ ବର୍ଷୀୟ ଉଡଙ୍କ ପ୍ରତ୍ୟାବର୍ତ୍ତନ ଜୁଲାଇ ୨୦୨୫ ସୁଦ୍ଧା ସମ୍ଭବ। ସେ ଜୁନ ୨୦ରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ସାମିଲ ହୋଇପାରିବେ ନାହିଁ ବୋଲି ସମ୍ପୂର୍ଣ୍ଣ ସମ୍ଭାବନା ରହିଛି। ସିରିଜର ଶେଷ ମ୍ୟାଚ ଜୁଲାଇ ୩୧ ରୁ ଆରମ୍ଭ ହେବ।
ସେପ୍ଟେମ୍ବର ୨ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସୀମିତ ଓଭର ସିରିଜରେ ମାର୍କ ଉଡଙ୍କ ପ୍ରତ୍ୟାବର୍ତ୍ତନ ସମ୍ଭବ। ଏହା ପରେ ସେ ଅଷ୍ଟ୍ରେଲିଆ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଶେସ ସିରିଜରେ ଅଂଶଗ୍ରହଣ କରିପାରିବେ।
The post ଇଂଲଣ୍ଡକୁ ଲାଗିଲା ବଡ଼ ଝଟକା, ଆଘାତ ଯୋଗୁଁ ୪ ମାସ ପାଇଁ ଖେଳି ପାରିବେନି ଦ୍ରୁତ ବୋଲର appeared first on Dharitri Odia News.