ଇକାନାରେ ଗର୍ଜିଲା ସୁନିଲ ନାରାୟଣଙ୍କ ବ୍ୟାଟ୍, ଲକ୍ଷ୍ନୌକୁ ବିଶାଳ ଟାର୍ଗେଟ୍ ଦେଲା କୋଲକାତା
ଲକ୍ଷ୍ନୌ: ଇକାନା ଷ୍ଟାଡିୟମରେ ରନ ବର୍ଷା। ପ୍ରଥମେ ବ୍ୟାଟିଂ କରି କୋଲକାତା ନାଇଟ୍ ରାଇଡର୍ସ ୬ ଓ୍ଵିକେଟ୍ ହରାଇ ୨୩୫ ରନର ବିଶାଳ ସ୍କୋର କରିଛି। ଘରୋଇ ମଇଦାନରେ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ମିଳିଛି ୨୩୬ ରନର ବିଜୟ ଲକ୍ଷ୍ୟ। କୋଲକାତା ପକ୍ଷରୁ ସୁନିଲ ନାରାୟଣ ୮୧ ରନର ବିସ୍ଫୋରକ ଇନିଂସ ଖେଳିଥିବା ଅନ୍ୟ ବ୍ୟାଟର ଛୋଟ ଛୋଟ ଉପଯୋଗୀ ପାଳି ଖେଳିବାରୁ କୋଲକାତା ରନର ପାହାଡ଼ ଛିଡ଼ା କରିଛି। ବୋଲିଂରେ ନବୀନ ଉଲ ହକ ୪୯ ରନ ଦେଇ ୩ଟି ସଫଳତା ପାଇଛନ୍ତି। ଉଭୟ ଦଳ ନିଜର ୧୧ତମ ମ୍ୟାଚ୍ ଖେଳୁଛନ୍ତି।କେକେଆର ୭ ବିଜୟ ସହ ଅଙ୍କ ତାଲିକାର ଦ୍ଵିତୀୟ ସ୍ଥାନରେ ଥିବା ବେଳେ ଛଅ ବିଜୟ ସହ ଲକ୍ଷ୍ନୌ ଚତୁର୍ଥ ସ୍ଥାନରେ ରହିଛି।