ଇକୋ ଫ୍ରେଣ୍ଡଲି ବୁଥରେ ‘ଓଲି’

ବ୍ରହ୍ମପୁର: ସହର ଓ ଗ୍ରାମାଞ୍ଚଳ ଭୋଟରକୁ ମତଦାନ କେନ୍ଦ୍ରକୁ ଆକୃଷ୍ଟ କରିବା ଲାଗି ନିର୍ବାଚନ କମିଶନର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ୱତନ୍ତ୍ର ବୁଥ ପ୍ରସ୍ତୁତ କରାଯାଇଛି। ଏହି ବୁଥରେ ସେଲଫି ସମେତ ପରିବେଶ ସଚେତନାଧର୍ମୀ ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି। ଏହିକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସ୍ୱିକୃତି ପ୍ରକାରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ “ଓଲି’ ପ୍ରସ୍ତୁତ କରାଯାଇଛି। ଏହା ଚଳିତ ନିର୍ବାଚନରେ ଇକୋ ଫ୍ରେଣ୍ଡଲି ବୁଥ ସମ୍ମୁଖରେ ରହିବ ବୋଲି ଜଣାଯାଇଛି। ଏହାକୁ […]

ଇକୋ ଫ୍ରେଣ୍ଡଲି ବୁଥରେ ‘ଓଲି’
Oli at the Eco Friendly Booth

ବ୍ରହ୍ମପୁର: ସହର ଓ ଗ୍ରାମାଞ୍ଚଳ ଭୋଟରକୁ ମତଦାନ କେନ୍ଦ୍ରକୁ ଆକୃଷ୍ଟ କରିବା ଲାଗି ନିର୍ବାଚନ କମିଶନର ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ୱତନ୍ତ୍ର ବୁଥ ପ୍ରସ୍ତୁତ କରାଯାଇଛି। ଏହି ବୁଥରେ ସେଲଫି ସମେତ ପରିବେଶ ସଚେତନାଧର୍ମୀ ପ୍ରତିକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି। ଏହିକ୍ରମରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ସ୍ୱିକୃତି ପ୍ରକାରେ ବ୍ରହ୍ମପୁର ଆଇଟିଆଇ ପକ୍ଷରୁ “ଓଲି’ ପ୍ରସ୍ତୁତ କରାଯାଇଛି। ଏହା ଚଳିତ ନିର୍ବାଚନରେ ଇକୋ ଫ୍ରେଣ୍ଡଲି ବୁଥ ସମ୍ମୁଖରେ ରହିବ ବୋଲି ଜଣାଯାଇଛି। ଏହାକୁ ବ୍ରହ୍ମପୁର ଆଇଟିଆଇର ଛାତ୍ରଛାତ୍ରୀମାନେ ପ୍ରସ୍ତୁତ କରିଛନ୍ତି। ଏହା ନିର୍ମାଣ କରିବାକୁ ୮ଦିନ ସମୟ ଲାଗିଛି। କୋଲ୍ଡ ଡ଼୍ରିଙ୍କ ଠିଫିରେ ତିଆରି ହୋଇଥିବା ଏହି “ଓଲି’ ପ୍ରତିକୃତି ଭୋଟରଙ୍କୁ ସଚେତନ କରିବ। ଆଇଟିଆଇର ପେଇଣ୍ଟର ଓ ଫିଟର ବିଭାଗର ଛାତ୍ରଛାତ୍ରୀମାନେ ଏହାକୁ ତିଆରି କରିଛନ୍ତି। ଏହି “ଓଲି’ ହିଲପାଟଣା ବୁଥରେ ସ୍ଥାନ ପାଇବ ବୋଲି ଜଣାଯାଇଛି। ଏନେଇ ଆଇଟିଆଇ ଅଧ୍ୟକ୍ଷ ଡ଼ ରଜତ କୁମାର ପାଣିଗ୍ରାହୀ କହିଛନ୍ତି ଯେ, ଭୋଟର ସଚେତନ ଓ ଏମାନଙ୍କୁ ମତଦାନ ଲାଗି ଆକୃଷ୍ଟ କରିବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ “ଓଲି’ ପ୍ରସ୍ତୁତ କରାଯାଇଛି। ଏଥିଦ୍ୱାରା ଭୋଟରମାନେ ଅଧିକ ସଚେତନ ହେବେ ବୋଲି ସେ ମତବ୍ୟକ୍ତ କରିଛନ୍ତି। ସେହିଭଳି ଇକୋ ଫ୍ରେଣ୍ଡଲି ବୁଥରେ ସମସ୍ତ ପ୍ରକାର ସାମଗ୍ରୀ ନଷ୍ଟ ଦ୍ରବ୍ୟରୁ ତିଆରି ହୋଇଥିବା ଜଣାଯାଇଛି। ଏଠାକାର ଚେୟାର, ଟେବୁଲ ସମସ୍ତ ପ୍ରକାର ସମାଗ୍ରୀ ମଧ୍ୟ ନଷ୍ଟ ଦ୍ରବ୍ୟରୁ ତିଆରି କରାଯାଇଥିବା ସେ କହିଛନ୍ତି।