ଇଞ୍ଜିନିୟରରୁ ରାଷ୍ଟ୍ରମନ୍ତ୍ରୀ
ଭଦ୍ରକ,୧୩।୬ (ସନାତନ ରାଉତ)ଭଦ୍ରକ ଜିଲା ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ପଦ ମିଳିଛି। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ ସେ ବିଦେଶରେ ଏକ କମ୍ପାନୀରେ କିଛି ମାସ କାମ କରିଥିଲେ। ପିତା ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କୁ ନିର୍ବାଚନୀ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଚାକିରି ଛାଡ଼ି ଧାମନଗରରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ଧାମନଗର ବିଧାୟକ ଥିବାବେଳେ ୨୦୨୨ ସେପ୍ଟେମ୍ବର ୧୯ରେ ବିଷ୍ଣୁଙ୍କ ପରଲୋକ ହୋଇଥିଲା। ୨୦୨୨ […] The post ଇଞ୍ଜିନିୟରରୁ ରାଷ୍ଟ୍ରମନ୍ତ୍ରୀ appeared first on Dharitri Odia News.
ଭଦ୍ରକ,୧୩।୬ (ସନାତନ ରାଉତ)ଭଦ୍ରକ ଜିଲା ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ପଦ ମିଳିଛି। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ ସେ ବିଦେଶରେ ଏକ କମ୍ପାନୀରେ କିଛି ମାସ କାମ କରିଥିଲେ। ପିତା ତଥା ପୂର୍ବତନ ବିଧାୟକ ବିଷ୍ଣୁ ସେଠୀଙ୍କୁ ନିର୍ବାଚନୀ କାର୍ଯ୍ୟରେ ସାହାଯ୍ୟ କରିବା ପାଇଁ ଚାକିରି ଛାଡ଼ି ଧାମନଗରରେ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିଲେ। ଧାମନଗର ବିଧାୟକ ଥିବାବେଳେ ୨୦୨୨ ସେପ୍ଟେମ୍ବର ୧୯ରେ ବିଷ୍ଣୁଙ୍କ ପରଲୋକ ହୋଇଥିଲା। ୨୦୨୨ ନଭେମ୍ବର ୩ରେ ଧାମନଗର ଉପନିର୍ବାଚନରେ ଭାଜପାରୁ ସୂର୍ଯ୍ୟବଂଶୀଙ୍କୁ ପ୍ରାର୍ଥୀ କରାଯାଇଥିଲା। ଯୁବ ଚେହେରା ଓ ବାକ୍ଚାତୁରୀ ସାଙ୍ଗକୁ ଅନୁକମ୍ପାମୂଳକ ଭୋଟ ସାହାଯ୍ୟରେ ସେ ଉପନିର୍ବାଚନ ଜିତିଥିଲେ। ସବୁ ଉପନିର୍ବାଚନରେ ବିଜେଡି ବିଜୟଲାଭ କରୁଥିବା ବେଳେ ଏହି ବିଜୟଧାରାରେ ବ୍ରେକ୍ ଲଗାଇ ସେ ସାରା ଓଡ଼ିଶାର ଚର୍ଚ୍ଚିତ ଚେହେରା ପାଲଟିଥିଲେ। ମାତ୍ର ୧୫ ମାସର କାର୍ଯ୍ୟକାଳ ମଧ୍ୟରେ ଧାମନଗରବାସୀଙ୍କ ଲୋକପ୍ରିୟତା ହାସଲ କରି ୨୦୨୪ ନିର୍ବାଚନରେ ପୁନର୍ବାର ବିଜୟୀ ହୋଇଛନ୍ତି। ଏଥର ନିର୍ବାଚନରେ ବିଜେଡିର ଗଡ଼ ଥିବା ଭଦ୍ରକ ଓ ଧାମନଗର ଆସନରେ ଭାଜପାକୁ ସଫଳତା ମିଳିଥିବା ବେଳେ ସୂର୍ଯ୍ୟବଂଶୀଙ୍କୁ ମନ୍ତ୍ରୀ ପଦ ମିଳିବା ନେଇ ଭାଜପା କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଜଣେ ଇଞ୍ଜିନିୟରରୁ ଓଡ଼ିଶା ସରକାରର ମନ୍ତ୍ରୀ ହେବା ଧାମନଗର ପାଇଁ ଗୌରବର ବିଷୟ। ସେ ଅବିବାହିତ ଅଛନ୍ତି।
The post ଇଞ୍ଜିନିୟରରୁ ରାଷ୍ଟ୍ରମନ୍ତ୍ରୀ appeared first on Dharitri Odia News.