ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ବ୍ୟାପିଲା ଜଣ୍ଡିସ,୨୮ ଆକ୍ରାନ୍ତ
କେନ୍ଦୁଝର : କଲେଜ ହଷ୍ଟେଲରେ ଜଣ୍ଡିସ ବ୍ୟାପି ୨୮ ଛାତ୍ର ଆକ୍ରାନ୍ତ I କେନ୍ଦୁଝରରେ ଥିବା ଏକ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି I ଏଥିପାଇଁ ମେଡିକାଲ ଟିମ୍ ହଷ୍ଟେଲରେ ପହଂଚି ୧୨ ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏହାସହିତ ପାନୀୟ ଜଳର ନମୁନା ପରୀକ୍ଷା କରିଛନ୍ତି I ସୂଚନା ଅନୁଯାୟୀ,କେନ୍ଦୁଝର ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ୨୮ ଜଣ ଛାତ୍ର ଜଣ୍ଡିସ ରେ ଆକ୍ରାନ୍ତ ହୋଇଥିବା […]

କେନ୍ଦୁଝର : କଲେଜ ହଷ୍ଟେଲରେ ଜଣ୍ଡିସ ବ୍ୟାପି ୨୮ ଛାତ୍ର ଆକ୍ରାନ୍ତ I କେନ୍ଦୁଝରରେ ଥିବା ଏକ ସରକାରୀ ଡିଗ୍ରୀ ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଜଣ୍ଡିସ ବ୍ୟାପିଥିବା ସୂଚନା ମିଳିଛି I ଏଥିପାଇଁ ମେଡିକାଲ ଟିମ୍ ହଷ୍ଟେଲରେ ପହଂଚି ୧୨ ଜଣ ଛାତ୍ରଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି । ଏହାସହିତ ପାନୀୟ ଜଳର ନମୁନା ପରୀକ୍ଷା କରିଛନ୍ତି I
ସୂଚନା ଅନୁଯାୟୀ,କେନ୍ଦୁଝର ଯାନ୍ତ୍ରିକ ମହାବିଦ୍ୟାଳୟର ଛାତ୍ରାବାସରେ ରହୁଥିବା ୨୮ ଜଣ ଛାତ୍ର ଜଣ୍ଡିସ ରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା I ସୂଚନା ମିଳିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏକ ଟିମସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ପଠାଯାଇଥିଲା I ତେବେ ଆକ୍ରାନ୍ତ ହୋଇଥିବା ଛାତ୍ରମାନଙ୍କ ମଧ୍ୟରୁ ୧୬ ଜଣ ଘରକୁ ପଳାଇଥିବା ବେଳେ ହଷ୍ଟେଲରେ ରହିଥିବା ୧୨ ଜଣ ଛାତ୍ରଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ସେମାନଙ୍କୁ ଆବଶ୍ୟକୀୟ ଚିକିତ୍ସା କରାଯାଇଥିଲା I ଏବଂ ହଷ୍ଟେଲ ରେ ଥିବା ପାଣିର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପାଠ ଯାଇଥିବା ସୂଚନା ମିଳିଛି I