ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ

ନୂଆଦିଲ୍ଲୀ, ୧୨ା୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବଦେଶ ନ ଫେରି ଜର୍ମାନୀ ଗସ୍ତ କରିଛନ୍ତି। ସେଠାରେ ସେ ତାଙ୍କର ଅସ୍ତ୍ରୋପଚାର ସମ୍ଭାବନାକୁ ନେଇ ଡାକ୍ତରୀ ପରାମର୍ଶ ନେବେ। ତା’ପରେ ଯାଇ ସେ ଆଗାମୀ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନେବେ। ଜର୍ମାନୀରେ ଚୋପ୍ରା ଅତିକମ୍‌ରେ ଦେଢ଼ ମାସ ଅବସ୍ଥାନ କରିବେ ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ଜୁନ୍‌ରେ ଫିନ୍‌ଲାଣ୍ଡରେ […] The post ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ appeared first on Dharitri Odia News.

ଇଞ୍ଜୁରୀକୁ  ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ

ନୂଆଦିଲ୍ଲୀ, ୧୨ା୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବଦେଶ ନ ଫେରି ଜର୍ମାନୀ ଗସ୍ତ କରିଛନ୍ତି। ସେଠାରେ ସେ ତାଙ୍କର ଅସ୍ତ୍ରୋପଚାର ସମ୍ଭାବନାକୁ ନେଇ ଡାକ୍ତରୀ ପରାମର୍ଶ ନେବେ। ତା’ପରେ ଯାଇ ସେ ଆଗାମୀ ଡାଇମଣ୍ଡ ଲିଗ୍‌ରେ ଅଂଶଗ୍ରହଣ କରିବେ କି ନା ସେ ସମ୍ପର୍କରେ ନିଷ୍ପତ୍ତି ନେବେ।

ଜର୍ମାନୀରେ ଚୋପ୍ରା ଅତିକମ୍‌ରେ ଦେଢ଼ ମାସ ଅବସ୍ଥାନ କରିବେ ବୋଲି ତାଙ୍କ ପରିବାର ସୂତ୍ରରୁ ପ୍ରକାଶ। ଜୁନ୍‌ରେ ଫିନ୍‌ଲାଣ୍ଡରେ ଅନୁଷ୍ଠିତ ପାଭୋ ନୁର୍ମି ଗେମ୍ସରେ ବିଜୟ ପରେ ତାଙ୍କ ଇଞ୍ଜୁରୀକୁ ନେଇ ସେ ପ୍ୟାରିସ ଅଲିମ୍ପିକ୍ସ ପରେ ଜର୍ମାନୀର ଜଣେ ଡାକ୍ତରଙ୍କ ସହ ପରାମର୍ଶ ନେବେ ବୋଲି ଚୋପ୍ରା କହିଥିଲେ। ୨୦୨୩ରେ ବିଶ୍ୱ ଚାମ୍ପିୟନଶିପ୍‌ ଜିତିଥିବା ବେଳେ ତାଙ୍କର ଗ୍ରୋଇନ୍‌ ଇଞ୍ଜୁରୀ ହୋଇଥିଲା। ମାଂସପେଶୀରେ ସମସ୍ୟା ଯୋଗୁ ସେ ଏକମାସରୁ ଅଧିକ ସମୟ ଛୁଟିରେ ଥିଲେ। ୨୬ ବର୍ଷୀୟ ନୀରଜ ତାଙ୍କ ଇଞ୍ଜୁରୀକୁ ନେଇ ଜର୍ମାନୀରେ ଜଣେ ଡାକ୍ତରଙ୍କ ସହ ପରାମର୍ଶ କରିଛନ୍ତି।

ଗତମାସରେ ଅଲିମ୍ପିକ୍ସ ପୂର୍ବରୁ ସେ ଜର୍ମାନୀର ସାର୍‌ବ୍ରକେନଠାରେ କିଛି ଦିନ ପାଇଁ ଟ୍ରେନିଂ ନେଇଥିଲେ। ପ୍ୟାରିସ ଅଲିମ୍ପିକ୍ସ ବେଳେ ନୀରଜ ସେପ୍ଟେମ୍ବର ୧୪ରେ ବେଲ୍‌ଜିୟମର ବ୍ରସେଲ୍ସରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ଫାଇନାଲରେ ଅଂଶଗ୍ରହଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଯଦି ତାହା ସମ୍ଭବପର ହୁଏ ତେବେ ତାଙ୍କୁ ଅଗଷ୍ଟ ୨୨ରେ ଲାଉସାନେ ଏବଂ ସେପ୍ଟେମ୍ବର ୫ରେ ଜୁରିଚ୍‌ଠାରେ ହେବାକୁଥିବା ଡିଏଲ୍‌ ମିଟ୍‌ ମଧ୍ୟରୁ ଗୋଟିଏ ପ୍ରତିଯୋଗିତାରେ ଭାଗ ନେବାକୁ ପଡ଼ିବ।

The post ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ appeared first on Dharitri Odia News.