ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ; ୭ ବର୍ଷ ଶିଶୁର ବି ଯାଇଛି ଜୀବନ

ମୃତକଙ୍କ ମଧ୍ୟରେ ଜଣେ ୭ ବର୍ଷର ଶିଶୁ ରହିଥିବା ସୂଚନା ମିଳିଛି।

ଇଟାଭାଟିରେ ଶ୍ୱାସରୁଦ୍ଧ ହୋଇ ୪ ମୃତ; ୭ ବର୍ଷ ଶିଶୁର ବି ଯାଇଛି ଜୀବନ

ଇଟା ଭାଟିରେ ଘଟିଲା ଅଘଟଣ। ଢେଙ୍କାନାଳରେ ଇଟାଭାଟିରେ ୪ ଜଣଙ୍କ ମୃତ୍ୟୁ। କଣ୍ଟାବଣିଆ ଥାନା କମଳାଙ୍ଗ ନିକଟ ଇଟା ଭାଟିରେ ଏହି ଅଘଟଣ ଘଟିଛି। ଶ୍ୱାସରୁଦ୍ଧ ହୋଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଅଛି ଜଣେ ୭ ବର୍ଷର ଶିଶୁ।

ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଇତ୍ତେଜନା ଦେଖାଦେଇଛି। ତେବେ ପୋଲିସ ଘଟଣାର ତଦନ୍ତ କରୁଛି। ହିନ୍ଦୋଳ ଏସଡିପିଓଙ୍କ ସୂଚନା ଅନୁଯାୟୀ ମୃତକ ସମସ୍ତେ ଗୋଟିଏ ପରିବାରର। ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ତେବେ ମୃତକ ମାନଙ୍କ ଘର ଛତିଶଗଡ଼ରେ ବୋଲି ପୋଲିସ ସୂଚନା ଦେଇଛି।

ସ୍ଥାନୀୟ ଲୋକଙ୍କ କହିବାନୁୟାୟୀ ହାତୀ ଭୟରେ ସେମାନେ ଭାଟି ଉପରେ ଶୁଅନ୍ତି। ଆଜି ବି ସେମାନେ ଭାଟିରେ ନିଆଁ ଲଗାଇ ତା’ଉପରେ ଶୋଇଥିଲେ। ପ୍ରାୟତଃ ସେମାନେ ହାଣ୍ତିଆ ମଧ୍ୟ ପିଇଥାନ୍ତି। ତେବେ ଭାଟି ଧୂଆଁରେ ସେମାନେ ଶ୍ୱାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ସେମାନେ ସମସ୍ତେ ଗୋଟିଏ ପରିବାରର ଏବଁ ସେମାନଙ୍କ ଘର ଛତିଶଗଡ଼ ବୋଲି ସୂଚନା ମିଳିଛି।