ଇଡି କବଜାରେ ଅନଲାଇନ୍ ବେଟିଂ ଗ୍ୟାଙ୍ଗ । ୪ଜଣଙ୍କୁ ଗିରଫ କଲା କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ: ଧରାପଡ଼ିଲା ବଡ଼ଧରଣର ଅନଲାଇନ୍ ବେଟିଂ ଓ ଜାଲିଆତି । ମାମଲାରେ ୪ଜଣଙ୍କୁ ଗିରଫ କରିଛି କୋଲକାତା ଇଡି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ ଯଥା ଅରୁଣ ସାହୁ ଓ ଆଲୋକ ସାହୁଙ୍କୁ ଗିରଫ କରାଯାଇଛି। ବାକି ଦୁଇଜଣଙ୍କ ମଧ୍ୟରୁ ଚେତନ ପ୍ରକାଶ ବିହାରର ହୋଇଥିବା ବେଳେ ଯୋଶେଫ ଷ୍ଟାଲିନ ଚେନ୍ନାଇରେ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି। ବଡ଼ କଥା ହେଉଛି, ଫିୱିନ ନାମକ ଆପ ମାଧ୍ୟମରେ ୪୦୦ କୋଟି ଟଙ୍କାର ଠକେଇ ହୋଇଥିବା […] The post ଇଡି କବଜାରେ ଅନଲାଇନ୍ ବେଟିଂ ଗ୍ୟାଙ୍ଗ । ୪ଜଣଙ୍କୁ ଗିରଫ କଲା କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ first appeared on Kanak News.

ଇଡି କବଜାରେ ଅନଲାଇନ୍ ବେଟିଂ ଗ୍ୟାଙ୍ଗ । ୪ଜଣଙ୍କୁ ଗିରଫ କଲା କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କନକ ବ୍ୟୁରୋ: ଧରାପଡ଼ିଲା ବଡ଼ଧରଣର ଅନଲାଇନ୍ ବେଟିଂ ଓ ଜାଲିଆତି । ମାମଲାରେ ୪ଜଣଙ୍କୁ ଗିରଫ କରିଛି କୋଲକାତା ଇଡି। ଏମାନଙ୍କ ମଧ୍ୟରୁ ଓଡ଼ିଶାର ଦୁଇଜଣ ଯଥା ଅରୁଣ ସାହୁ ଓ ଆଲୋକ ସାହୁଙ୍କୁ ଗିରଫ କରାଯାଇଛି। ବାକି ଦୁଇଜଣଙ୍କ ମଧ୍ୟରୁ ଚେତନ ପ୍ରକାଶ ବିହାରର ହୋଇଥିବା ବେଳେ ଯୋଶେଫ ଷ୍ଟାଲିନ ଚେନ୍ନାଇରେ ଏକ ସଫ୍ଟୱେର କମ୍ପାନୀରେ କାମ କରନ୍ତି। ବଡ଼ କଥା ହେଉଛି, ଫିୱିନ ନାମକ ଆପ ମାଧ୍ୟମରେ ୪୦୦ କୋଟି ଟଙ୍କାର ଠକେଇ ହୋଇଥିବା ଇଡି ଜାଣିବାକୁ ପାଇଛି। ତଦନ୍ତରୁ ଜଣାପଡ଼ିଛି ଯେ, ଚୀନ୍ ନାଗରିକମାନେ, ଭାରତୀୟ ନାଗରିକଙ୍କ ସହାୟତାରେ ଏହି ଆପ୍ ପରିଚାଳନା କରୁଥିଲେ। ଏଥିରେ ସଂପୃକ୍ତ ଥିବା ରାଉରକେଲାର ଅରୁଣ ସାହୁ ଓ ଆଲୋକ ସାହୁ ରିଚାର୍ଜ ପର୍ସନ ଭାବେ କାମ କରୁଥିଲେ। ସେମାନେ ଫିଓ୍ୱିନ୍ ଆପରୁ ମିଳୁଥିବା କ୍ରିପ୍ଟୋ କରେନ୍ସିକୁ ବିଦେଶୀ କ୍ରିପ୍ଟୋ ଏକ୍ସଚେଞ୍ଜରେ ଥିବା ଚାଇନିଜ୍ ନାଗରିକଙ୍କ ବାଲେଟ୍ ଯଥା ବିନାନ୍ସରେ ଜମା କରିବା ସହ ଲଣ୍ଡରିଂ କରୁଥିଲେ। ସମସ୍ତଙ୍କୁ ମନି ଲଣ୍ଡରିଂ ମାମଲାରେ ଗିରଫ କରି ପିଏମଏଲଏ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଚାରି ଅଭିଯୁକ୍ତଙ୍କୁ ୧୪ ଦିନ ପାଇଁ ଇଡି ହାଜତକୁ ପଠାଇ ଦେଇଛନ୍ତି।

The post ଇଡି କବଜାରେ ଅନଲାଇନ୍ ବେଟିଂ ଗ୍ୟାଙ୍ଗ । ୪ଜଣଙ୍କୁ ଗିରଫ କଲା କୋଲକାତା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ first appeared on Kanak News.