ଇଡି ଚଢାଉ ପରେ ଭୂପେଶ ବଘେଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ମୋ ଘରୁ…
ରାୟପୁର,୧୦।୩: ଛତିଶଗଡ଼ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନ ସହ ପୁଅ ଚୈତନ୍ୟ ବଘେଲଙ୍କ ଭିଲାଇ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ। ଚଢାଉକୁ ନେଇ କଂଗ୍ରେସ ନେତା ଭୂପେଶ ବଘେଲ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ବଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି। ଇଡି ଅଧିକାରୀମାନେ ତାଙ୍କ ଘରୁ କ’ଣ ପାଇଛି ତାହା ସେ କହିଛନ୍ତି। ସେମାନେ ମୋ […] The post ଇଡି ଚଢାଉ ପରେ ଭୂପେଶ ବଘେଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ମୋ ଘରୁ… appeared first on Dharitri Odia News.
ରାୟପୁର,୧୦।୩: ଛତିଶଗଡ଼ ମଦ ଦୁର୍ନୀତି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଅଧିକାରୀମାନେ ସୋମବାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଭୂପେଶ ବଘେଲଙ୍କ ବାସଭବନ ସହ ପୁଅ ଚୈତନ୍ୟ ବଘେଲଙ୍କ ଭିଲାଇ ସ୍ଥିତ ବାସଭବନରେ ଚଢ଼ାଉ କରିଥିଲେ।
ଚଢାଉକୁ ନେଇ କଂଗ୍ରେସ ନେତା ଭୂପେଶ ବଘେଲ ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି। ବଘେଲ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି କହିଛନ୍ତି। ଇଡି ଅଧିକାରୀମାନେ ତାଙ୍କ ଘରୁ କ’ଣ ପାଇଛି ତାହା ସେ କହିଛନ୍ତି। ସେମାନେ ମୋ ଘରୁ ୩ଟି ଜିନିଷ ପାଇଛନ୍ତି ମନ୍ତୁରାମ ଏବଂ ଡକ୍ଟର ପୁନୀତ ଗୁପ୍ତା (ଡକ୍ଟର ରମଣ ସିଂଙ୍କ ଜ୍ୱାଇଁ)ଙ୍କ ମଧ୍ୟରେ କୋଟି କୋଟି ଟଙ୍କାର କାରବାରର ଆଲୋଚନା ସମ୍ବଳିତ ଏକ ପେନ୍ଡ୍ରାଇଭ, ଡକ୍ଟର ରମଣ ସିଂହଙ୍କ ପୁଅ ଅଭିଷେକ ସିଂହଙ୍କ ବିକ୍ରୟ କମ୍ପାନୀର କାଗଜପତ୍ର, ଡାଏରୀ ନଗଦ ପ୍ରାୟ ୩୩ ଲକ୍ଷ ଟଙ୍କା, ଯାହାର ହିସାବ ସେମାନଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।
The post ଇଡି ଚଢାଉ ପରେ ଭୂପେଶ ବଘେଲଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ମୋ ଘରୁ… appeared first on Dharitri Odia News.