ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍
ନୂଆଦିଲ୍ଲୀ,୧୫।୩: ଲୋକସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଇଲୋକ୍ଟରଲ ବଣ୍ଡର ଡାଟା ଓ୍ବେବସାଇଟ୍ରେ ସାର୍ବଜନୀନ କରିଛନ୍ତି। ଆୟୋଗ, ଏସବିଆଇରୁ ବଣ୍ଡ କିଣିଥିବା ଓ ବଣ୍ଡ କିଣିଥିବା ରାଜନୈତିକ ଓ ସବୁ କମ୍ପାନୀର ନାମ ଓ୍ବେବସାଇଟରେ ଅପଲୋଡ କରିଛନ୍ତି। ତେବେ ଏହାକୁ ନେଇ ତାଜୁବ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି। ୨୦୧୯ରୁ ୨୦୨୪ ଭିତରେ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଇଥିବା ଶୀର୍ଷ ୫କମ୍ପାନୀ ମଧ୍ୟରୁ ୩ଟି କମ୍ପାନୀ ଏପରି ଅଛନ୍ତି ଯେଉଁମାନେ କମ୍ପାନୀରେ […] The post ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍ appeared first on Dharitri Odia News.
ନୂଆଦିଲ୍ଲୀ,୧୫।୩: ଲୋକସଭା ନିର୍ବାଚନ ଘୋଷଣାର ଗୋଟିଏ ଦିନ ପୂର୍ବରୁ ନିର୍ବାଚନ ଆୟୋଗ ଇଲୋକ୍ଟରଲ ବଣ୍ଡର ଡାଟା ଓ୍ବେବସାଇଟ୍ରେ ସାର୍ବଜନୀନ କରିଛନ୍ତି। ଆୟୋଗ, ଏସବିଆଇରୁ ବଣ୍ଡ କିଣିଥିବା ଓ ବଣ୍ଡ କିଣିଥିବା ରାଜନୈତିକ ଓ ସବୁ କମ୍ପାନୀର ନାମ ଓ୍ବେବସାଇଟରେ ଅପଲୋଡ କରିଛନ୍ତି। ତେବେ ଏହାକୁ ନେଇ ତାଜୁବ କରିଦେବା ଭଳି ତଥ୍ୟ ସାମ୍ନାକୁ ଆସିଛି।
୨୦୧୯ରୁ ୨୦୨୪ ଭିତରେ ରାଜନୈତିକ ଦଳଙ୍କୁ ଚାନ୍ଦା ଦେଇଥିବା ଶୀର୍ଷ ୫କମ୍ପାନୀ ମଧ୍ୟରୁ ୩ଟି କମ୍ପାନୀ ଏପରି ଅଛନ୍ତି ଯେଉଁମାନେ କମ୍ପାନୀରେ ଇଡି ଓ ଇନକମ ଟ୍ୟାକ୍ସ ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି। ସେମାନେ ହେଲେ ଫ୍ୟୁଚର ଗେମିଂ, ଇନଫ୍ରାଷ୍ଟକଚର ଫର୍ମ ମେଘା ଇଞ୍ଜିନିୟରିଂ ଏବଂ କେତେକ ଦିଗ୍ଗଜ ଖଣି କମ୍ପାନୀ ମଧ୍ୟ ଅଛନ୍ତି।
ନିର୍ବାଚନ ଆୟାଗଙ୍କ ଦ୍ୱାରା ସାର୍ବଜନୀନ କରାଯାଇଥିବା ତଥ୍ୟନୁସାରେ , ଦେଶର ଦିଗ୍ଗଜ ଖଣି ଓ ଇସ୍ପାତ କମ୍ପାନୀ ଯଥା, ବେଦାନ୍ତ ଲିମିଟେଡ, ରୁଙ୍ଗତା ସନ୍ସ ପ୍ରାଇଭେଟ ଲିମିଟେଡ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର, ଇଏସଏସଇଏଲ ମାଇନିଂ ଆଣ୍ଡ ଇଣ୍ଡ୍ରଷ୍ଟିଜ ଲିମିଟେଡ ଓ ଡେମ୍ପୋ ସମୁଦାୟ ୮୨୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି। ରୁଙ୍ଗତା ସନ୍ସ ପ୍ରାଇଭେଟ ଲିମିଟେଡ ୧୦୦କୋଟି, ବେଦାନ୍ତ ୩୭୬ କୋଟି, ଇଏମଆଇଏଲ ୨୨୪.୫ କୋଟି, ଜିଏସପିଏଲ ୧୨୩ କୋଟି ଓ ଡେମ୍ପୋ ୧.୫କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଛନ୍ତି।
The post ଇଡି ଚଢାଉବେଳେ ନିର୍ବାଚନୀ ବଣ୍ଡ କିଣିଛନ୍ତି ଏହି ଦିଗ୍ଗଜ ଖଣି-ଷ୍ଟିଲ କମ୍ପାନୀ, ଓଡିଶା ସହ ରହିଛି ଲିଙ୍କ୍ appeared first on Dharitri Odia News.