ଇଡି ଚାର୍ଜସିଟରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାଁ

ରାୟପୁର,୬।୧: ‘ମହାଦେବ ବେଟିଂ ଆପ’ ମାମଲାରେ ପ୍ରବର୍ତ୍ତନ ନିଦ୍ଦେଶାଳୟ (ଇଡି) ର ଚାର୍ଜସିଟରେ ଏକ ବଡ଼ ଖୁଲାସା କରାଯାଇଛି। ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାମ ମଧ୍ୟ ଚାର୍ଜସିଟରେ ସାମିଲ ହୋଇଛି। ଇଡି ୫ ଅଭିଯୁକ୍ତଙ୍କ ଏକ ଚାର୍ଜସିଟ ଦାଖଲ କରିଛି। ଯେଉଁଥିରେ ଶୁଭମ ସୋନି, ଅମିତ କୁମାର ଅଗ୍ରୱାଲ, ରୋହିତ ଗୁଲାଟି, ଭୀମ ସିଂ ଏବଂ ଅସୀମ ଦାସଙ୍କ ନାମ ରହିଛି। ଇଡି ଚାର୍ଜସିଟରେ କୁହାଯାଇଛି ଯେ, ଗିରଫ ଅଭିଯୁକ୍ତ ଅସୀମ ଦାସ ମହାଦେବ […] The post ଇଡି ଚାର୍ଜସିଟରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାଁ appeared first on Dharitri Odia News.

ଇଡି ଚାର୍ଜସିଟରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାଁ

ରାୟପୁର,୬।୧: ‘ମହାଦେବ ବେଟିଂ ଆପ’ ମାମଲାରେ ପ୍ରବର୍ତ୍ତନ ନିଦ୍ଦେଶାଳୟ (ଇଡି) ର ଚାର୍ଜସିଟରେ ଏକ ବଡ଼ ଖୁଲାସା କରାଯାଇଛି। ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାମ ମଧ୍ୟ ଚାର୍ଜସିଟରେ ସାମିଲ ହୋଇଛି। ଇଡି ୫ ଅଭିଯୁକ୍ତଙ୍କ ଏକ ଚାର୍ଜସିଟ ଦାଖଲ କରିଛି। ଯେଉଁଥିରେ ଶୁଭମ ସୋନି, ଅମିତ କୁମାର ଅଗ୍ରୱାଲ, ରୋହିତ ଗୁଲାଟି, ଭୀମ ସିଂ ଏବଂ ଅସୀମ ଦାସଙ୍କ ନାମ ରହିଛି।

ଇଡି ଚାର୍ଜସିଟରେ କୁହାଯାଇଛି ଯେ, ଗିରଫ ଅଭିଯୁକ୍ତ ଅସୀମ ଦାସ ମହାଦେବ ବେଟିଂ ଆପର ପ୍ରମୋଟର ପାଇଁ ଭାରତରେ କ୍ୟୁରିୟର ଭାବରେ କାର୍ଯ୍ୟ କରୁଥିଲେ। ନିକଟରେ ହୋଇଥିବା ରେଡ୍‌ରେ ତାଙ୍କ ଲୁଚି ରହିଥିବା ସ୍ଥାନରୁ ପ୍ରାୟ ୫.୩୯ କୋଟି ଟଙ୍କା ଜବତ କରାଯାଇଥିଲା। ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା।

The post ଇଡି ଚାର୍ଜସିଟରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ନାଁ appeared first on Dharitri Odia News.