ଇଡି ଲକ୍ଅପ୍ରେ ରାତିସାରା ଶୋଇପାରିଲେନି କେଜ୍ରିଓ୍ବାଲ୍
ନୂଆଦିଲ୍ଲୀ,୨୨।୩:ଅବକାରୀ ନୀତି ଜାଲିଆତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। କେଜରିଓ୍ବାଲ ସାରା ରାତି ଇଡି ଲକଅପରେ ବିତାଇଛନ୍ତି। ସେ ସାରା ରାତି ସଠିକ ଭାବରେ ଶୋଇପାରି ନାହାଁନ୍ତି। ବର୍ତ୍ତମାନ ସେ ଜାଗ୍ରତ ହୋଇଛନ୍ତି। ରାତିରେ ଘରୁ କମ୍ବଳ ଔଷଧ ଆଣି ତାଙ୍କୁ ଦିଆଯାଇଥିଲା। କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିଦେବା ପରେ ଇଡି ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚତ୍ […] The post ଇଡି ଲକ୍ଅପ୍ରେ ରାତିସାରା ଶୋଇପାରିଲେନି କେଜ୍ରିଓ୍ବାଲ୍ appeared first on Dharitri Odia News.
ନୂଆଦିଲ୍ଲୀ,୨୨।୩:ଅବକାରୀ ନୀତି ଜାଲିଆତି ସମ୍ପର୍କିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଗିରଫ କରିଛି। କେଜରିଓ୍ବାଲ ସାରା ରାତି ଇଡି ଲକଅପରେ ବିତାଇଛନ୍ତି। ସେ ସାରା ରାତି ସଠିକ ଭାବରେ ଶୋଇପାରି ନାହାଁନ୍ତି। ବର୍ତ୍ତମାନ ସେ ଜାଗ୍ରତ ହୋଇଛନ୍ତି। ରାତିରେ ଘରୁ କମ୍ବଳ ଔଷଧ ଆଣି ତାଙ୍କୁ ଦିଆଯାଇଥିଲା।
କେଜ୍ରିଓ୍ବାଲଙ୍କୁ ଅନ୍ତରୀଣ ସୁରକ୍ଷା ଦେବା ପାଇଁ ଦିଲ୍ଲୀ ହାଇକୋର୍ଟ ମନା କରିଦେବା ପରେ ଇଡି ଅଧିକାରୀମାନେ ତାଙ୍କ ସରକାରୀ ବାସଭବନରେ ପହଞ୍ଚତ୍ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଜେରା ପରେ ଗିରଫ କରିଛନ୍ତି। ଜଣେ କାର୍ଯ୍ୟରତ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଏହା ପ୍ରଥମ ଘଟଣା। ତେବେ ଗିରଫଦାରୀକୁ ଆମ୍ ଆଦ୍ମୀ ପାର୍ଟି (ଆପ୍) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବ ବୋଲି ଦଳର ବରିଷ୍ଠ ନେତା ଆତିଶି କହିଛନ୍ତି। ପୂର୍ବରୁ ଏହି ମାମଲାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଏବଂ ରାଜ୍ୟ ସଭା ସଦସ୍ୟ ସଞ୍ଜୟ ସିଂ ଗିରଫ ହୋଇ ଜେଲରେ ରହିଛନ୍ତି।
ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ହାଜର ହେବା ପାଇଁ କେଜ୍ରିଓ୍ବାଲଙ୍କୁ ଇଡି ନବମ ସମନ ଜାରି କରିବା ପରେ ଆପ୍ ନେତା ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ। ବର୍ତ୍ତମାନ ସମୟରେ ଇଡି କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ଦିଆଯାଇପାରିବ ନାହିଁ। ଏପ୍ରିଲ ୨୨ରେ ମୁଖ୍ୟ ପିଟଶନ ସହ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଆବେଦନ ଉପରେ ଅଧିକ ବିଚାର କରାଯିବ ବୋଲି ଜଷ୍ଟିସ୍ ସୁରେଶ କୁମାର କୈତ୍ ଏବଂ ମନୋଜ ଜୈନଙ୍କ ଖଣ୍ଡପୀଠ କହିଥିଲେ। ହାଜର ହେବା ତାରିଖ ବଦଳାଇବା ପାଇଁ ତାଙ୍କ ଓକିଲ ଅଦାଲତଙ୍କୁ ନିବେଦନ କରିଥିଲେ। ବର୍ତ୍ତମାନ ରଦ୍ଦ ହୋଇଥିବା ଦିଲ୍ଲୀ ଅବକାରୀ ନୀତିରେ ଦକ୍ଷିଣ ଭାରତୀୟ ମଦ ବ୍ୟବସାୟୀମାନେ ଲାଭବାନ ହୋଇଥିଲେ। ସାଉଥ୍ ଲବିରୁ ଆପ୍କୁ ୧୦୦ କୋଟି ଟଙ୍କା ମିଳିଥିଲା ବୋଲି ଇଡି ଅଭିଯୋଗ ଆଣିଥିଲା। ଉକ୍ତ ମାମଲାରେ ଜେରା ପାଇଁ ହାଜର ହେବା ନିମନ୍ତେ ୫୫ ବର୍ଷୀୟ କେଜ୍ରିଓ୍ବାଲଙ୍କୁ ୯ ଥର ସମନ ହେବା ସତ୍ତ୍ୱେ ସେ ଏହାକୁ ଏଡ଼ାଇ ଚାଲିଥିଲେ। ଲୋକ ସଭା ନିର୍ବାଚନ ପ୍ରଚାର ଚାଲିଥିବାବେଳେ ବିରୋଧୀ ପକ୍ଷର ଜଣେ ତୁଙ୍ଗ ନେତାଙ୍କୁ ଗିରଫ କରାଯିବା ପରେ ବିରୋଧୀ ଦଳଗୁଡ଼ିକ ପ୍ରଶ୍ନ ଉଠାଇଛନ୍ତି। ନିର୍ବାଚନ ସମୟରେ କେଜ୍ରିଓ୍ବାଲଙ୍କ ଗିରଫଦାରି ଅସାମ୍ବିଧାନିକ। ଏହା ଗଣତନ୍ତ୍ରର ହତ୍ୟା ସଦୃଶ ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସମାଲୋଚନା କରିଛନ୍ତି। ଅନ୍ୟପକ୍ଷେ ଏହି ଗିରଫଦାରି ଦୁର୍ନୀତିର ପରାଜୟ ଏବଂ କେଜ୍ରିଓ୍ବାଲ ତତ୍କାଳ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଦେବା ଉଚିତ୍ ବୋଲି ଭାଜପା କହିଛି।
The post ଇଡି ଲକ୍ଅପ୍ରେ ରାତିସାରା ଶୋଇପାରିଲେନି କେଜ୍ରିଓ୍ବାଲ୍ appeared first on Dharitri Odia News.