ଇଡି ସମନକୁ କେଜ୍ରିଓ୍ବାଲଙ୍କ ଚ୍ୟାଲେଞ୍ଜ; ପୁଣି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ଆପ୍ ସୁପ୍ରିମୋ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଆପ୍ ସୁପ୍ରିମୋଙ୍କ ଚ୍ୟାଲେଞ୍ଜ କରିଛନ୍ତି । ଇଡିର ନବମ ନୋଟିସ୍ ପରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମାମଲା ଅଦାଲତରେ ଥିବାବେଳେ ଇଡି କାହିଁକି ବାରମ୍ବାର ସମନ ଜାରି କରୁଛି ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି । ତାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଯାଚିକାରେ ସେ ଦର୍ଶାଇଛନ୍ତି । ଜଷ୍ଟିସ ସୁରେଶ କୁମାର କ୍ୟାଟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାରେ ଶୁଣାଣି କରିବେ । ଅବକାରୀ ଘୋଟଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କୁ ୯ଟି ସମନ ଜାରି କରିଛି । ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କୀତ ଏକ ମାମଲାର ଶୁଣାଣି କରାଯାଇଥିଲା । ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ଓକିଲ କହିଥିଲେ, ଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିବା ଆଶଙ୍କା ରହିଛି ଏବଂ ଯଦି ତାଙ୍କୁ ସୁରକ୍ଷା ଦିଆଯାଏ ତେବେ ସେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି । ସେପଟେ କୋର୍ଟ କହିଥିଲେ, ବାରମ୍ବାର ସମନ ସତ୍ତ୍ବେ କାହିଁକି ଇଡିରେ ହାଜର ହେଉନାହାନ୍ତି ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଥିଲେ। ଇଡି କ'ଣ ଚାହେଁ ଏବଂ ଆପଣଙ୍କୁ ସାକ୍ଷୀ ଭାବେ କି ଅଭିଯୁକ୍ତ ଭାବରେ ଡକାଉଛି, ତାହା ଆପଣ ହାଜର ହେବା ପରେ ହିଁ ଜାଣିପାରିବେ ବୋଲି ହାଇକୋର୍ଟ କହିଥିଲେ ।ଜଳ ବୋର୍ଡ ମାମଲାର

ଇଡି ସମନକୁ କେଜ୍ରିଓ୍ବାଲଙ୍କ ଚ୍ୟାଲେଞ୍ଜ; ପୁଣି ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ଆପ୍ ସୁପ୍ରିମୋ

ନୂଆଦିଲ୍ଲୀପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସମନକୁ ଆପ୍ ସୁପ୍ରିମୋଙ୍କ ଚ୍ୟାଲେଞ୍ଜ କରିଛନ୍ତି । ଇଡିର ନବମ ନୋଟିସ୍ ପରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ମାମଲା ଅଦାଲତରେ ଥିବାବେଳେ ଇଡି କାହିଁକି ବାରମ୍ବାର ସମନ ଜାରି କରୁଛି ବୋଲି ସେ ଆବେଦନରେ ଉଲ୍ଲେଖ କରିଛନ୍ତି । ତାଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ଯାଚିକାରେ ସେ ଦର୍ଶାଇଛନ୍ତି । 

ଜଷ୍ଟିସ ସୁରେଶ କୁମାର କ୍ୟାଟଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁକ୍ରବାର ଏହି ମାମଲାରେ ଶୁଣାଣି କରିବେ । ଅବକାରୀ ଘୋଟଲା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କେଜ୍ରିଓ୍ବାଲଙ୍କୁ ୯ଟି ସମନ ଜାରି କରିଛି । ବୁଧବାର ଦିନ ଦିଲ୍ଲୀ ହାଇକୋର୍ଟରେ ଏ ସମ୍ପର୍କୀତ ଏକ ମାମଲାର ଶୁଣାଣି କରାଯାଇଥିଲା । ଶୁଣାଣି ସମୟରେ କେଜ୍ରିଓ୍ବାଲଙ୍କ ଓକିଲ କହିଥିଲେଇଡି କେଜ୍ରିଓ୍ବାଲଙ୍କୁ ଗିରଫ କରିବା ଆଶଙ୍କା ରହିଛି ଏବଂ ଯଦି ତାଙ୍କୁ ସୁରକ୍ଷା ଦିଆଯାଏ ତେବେ ସେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି । ସେପଟେ କୋର୍ଟ କହିଥିଲେ, ବାରମ୍ବାର ସମନ ସତ୍ତ୍ବେ କାହିଁକି ଇଡିରେ ହାଜର ହେଉନାହାନ୍ତି ବୋଲି କେଜ୍ରିୱାଲଙ୍କୁ ପ୍ରଶ୍ନ କରିଥିଲେ। ଇଡି କ'ଣ ଚାହେଁ ଏବଂ ଆପଣଙ୍କୁ ସାକ୍ଷୀ ଭାବେ କି ଅଭିଯୁକ୍ତ ଭାବରେ ଡକାଉଛିତାହା ଆପଣ ହାଜର ହେବା ପରେ ହିଁ ଜାଣିପାରିବେ ବୋଲି ହାଇକୋର୍ଟ କହିଥିଲେ ।

ଜଳ ବୋର୍ଡ ମାମଲାରେ ୧୮ ତାରିଖ ଦିନ ହାଜର ହେବାକୁ କୁହାଯାଇଥିଲା । ଏହି ସମନକୁ ବେଆଇନ ବୋଲି କହି ଇଡିରେ ହାଜର ହୋଇନଥିଲେ କେଜ୍ରିଓ୍ବାଲ । କେଜ୍ରିୱାଲଙ୍କୁ ଟାର୍ଗେଟ କରିବା ପାଇଁ ଇଡିକୁ ବିଜେପି ବ୍ୟବହାର କରୁଥିବା ଅଭିଯୋଗ କରିଥିଲା ଆମ ଆଦମୀ ପାର୍ଟି । ସେହିପରି ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବାରମ୍ବାର ନୋଟିସ୍ ଜାରି କରୁଛି । ଇଡି ହାଜର ହେବାକୁ ଯାଏ ଯାଞ୍ଚ ଏଜେନ୍ସି ୯ଥର ସମନ ପଠାଇଛି । ନବମ ନୋଟିସ୍ ମାର୍ଚ୍ଚ ୧୭ର ତାରିଖରେ ଇଡି ଜାରି କରିଥିଲା ଏବଂ ମାର୍ଚ୍ଚ ୨୧ ତାରିଖ ଅର୍ଥାତ୍ ଆଜି ହାଜର ହେବାକୁ କୁହାଯାଇଥିଲା । ମାତ୍ର ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ପହଞ୍ଚିଛନ୍ତି ଆରବିନ୍ଦ କେଜ୍ରିଓ୍ବାଲ ।