ଇଡି ସମନକୁ କେଜ୍ରିଓ୍ଵାଲଙ୍କ ଅଣଦେଖା : କୋର୍ଟରେ ହାଜର ହେଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ୭ରେ ଶୁଣାଣି
ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ କରୁଥିଲେ ବି ସେ ହାଜର ହେଉନାହାନ୍ତି। ଆଜିକୁ ମିଶାଇ ଇଡି କେଜ୍ରିୱାଲଙ୍କୁ ହାଜର ହେବାକୁ ୫ଥର ସମନ କରି ସାରିଲାଣି। ହେଲେ ସେ ହଜାର ହେଉନାହାନ୍ତି। ଯାହାକୁ ନେଇ ଇଡି ଆଜି କୋର୍ଟର ଦ୍ବାରସ୍ଥ ହୋଇଛି। ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଅଭିଯୋଗ ଦାଏର କରାଯାଇଛି। ଜଣେ ସରକାରୀ କର୍ମଚାରୀଙ୍କ ଆଦେଶକୁ ପାଳନ […]

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ କରୁଥିଲେ ବି ସେ ହାଜର ହେଉନାହାନ୍ତି। ଆଜିକୁ ମିଶାଇ ଇଡି କେଜ୍ରିୱାଲଙ୍କୁ ହାଜର ହେବାକୁ ୫ଥର ସମନ କରି ସାରିଲାଣି। ହେଲେ ସେ ହଜାର ହେଉନାହାନ୍ତି। ଯାହାକୁ ନେଇ ଇଡି ଆଜି କୋର୍ଟର ଦ୍ବାରସ୍ଥ ହୋଇଛି।
ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟରେ ଏହି ଅଭିଯୋଗ ଦାଏର କରାଯାଇଛି। ଜଣେ ସରକାରୀ କର୍ମଚାରୀଙ୍କ ଆଦେଶକୁ ପାଳନ ନ କରିବା ଏବଂ ଇଡି ଦ୍ୱାରା ଜାରି ସମନ୍ର ବାରମ୍ବାର ଅବଜ୍ଞା କରିବା ଅଭିଯୋଗରେ ମନି ଲଣ୍ଡରିଂ ନିବାରଣ ଆଇନର ଧାରା ୫୦ ଅନୁଯାୟୀ ମାମଲା କରାଯାଇଛି। ଏହି ମାମଲାର ଶୁଣାଣି ଫେବ୍ରୁଆରି ୭ କରିବା ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି ଅଦାଲତ।